ହେଡଲାଇନସ୍:

ଆଖି ପାଉନି କାହିଁ କେଉଁ ଆଗରେ ବିଜେଡି : ଦ୍ଵିତୀୟ ସ୍ଥାନ ପାଇଁ କଂଗ୍ରେସ ବିଜେପି ଗୋଡ଼ାଗୋଡ଼ି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଦ୍ଵିତୀୟ ଦିନରେ ଗଣତି ହେଉଥିବା ୩୦୫ ଆସନରୁ ୨୭୦ ଟିର ଫଳ ଘୋଷିତ

  • ସକାଳ ସାତଟା ସୁଦ୍ଧା ୨୩୬ ଆସନରେ ବିଜେଡି ବିଜୟୀ , ୧୫ ଟିରେ କଂଗ୍ରେସ ଓ ୧୬ଟି ରେ ବିଜେପି

ଭୁବନେଶ୍ୱର : ପଂଚାୟତ ପ୍ରିମିୟର ଲିଗରେ ବିଜେଡି ଛୀନଛତ୍ର ବ୍ୟାଟିଂ କରି ବିରୋଧୀ ଦଳକୁ ଘାଇଲା କରିଥିବା ବେଳେ ଏତେ ଜୋରରେ ସ୍କୋର ଆଗକୁ ମାଡି ଚାଲିଛି ଯେ, କହି କେଉଁ ଆଗରେ ବିଜେଡି କାହାର ଆଖି ପାଉନି | ହେଲେ ସେପଟେ ଦ୍ଵିତୀୟ ସ୍ଥାନ ପାଇଁ କଂଗ୍ରେସ ବିଜେପି ଗୋଡ଼ାଗୋଡ଼ି ହେଉଛନ୍ତି | କେତେବେଳେ ଇଏ ଆଗରେ ତ କେତେବେଳେ ସିଏ ଆଗରେ |

ଦ୍ଵିତୀୟ ଦିନରେ ଗଣତି ହେଉଥିବା ୩୦୫ ଆସନରୁ ୨୭୦ ଟିର ଫଳ ଘୋଷିତ ହୋଇଥିବା ବେଳେ ୨୮ ତାରିଖ ସକାଳ ସାତଟା ସୁଦ୍ଧା ୨୩୬ ଆସନରେ ବିଜେଡି ବିଜୟୀ ହୋଇଥିବା ବେଳେ ୧୫ ଟିରେ କଂଗ୍ରେସ ଓ ୧୬ଟି ରେ ବିଜେପି ଜିତିଛନ୍ତି |
ଗତକାଲି ରାତି ୧୨ ଟାସୁଦ୍ଧା ୩୦୫ ଆସନରୁ ୧୫୮ ଟିର ଫଳ ଘୋଷିତ ହୋଇଥିବା ବେଳେ ୧୩୮ ଆସନରେ ବିଜେଡି ବିଜୟୀ ହୋଇଥିବା ବେଳେ 11 ଟିରେ କଂଗ୍ରେସ ଓ ୯ ଟି ରେ ବିଜେପି ଜିତିଥିଲେ |

ଏଯାବତ ଖବର ପ୍ରସ୍ତୁତ ହେବା ଯାଏ , 620 ଟିର ଟ୍ରେଣ୍ଡ ମିଳିଥିବା ବେଳେ ବିଜେଡି ସପକ୍ଷରେ 552 ଟି ଜୋନ ଥିବା ବେଳେ ବିଜେପି ସପକ୍ଷରେ 31 , କଂଗ୍ରେସ ସପକ୍ଷରେ 30 ଓ ଅନ୍ୟମାନଙ୍କ ସପକ୍ଷରେ ରହିଛି ସାତ ।
ଏଯାବତ ସମୁଦାୟ ଘୋଷିତ 584 ଆସନରୁ ବିଜେଡି 517 ଟି ବିଜୟୀ ହୋଇଥିବା ବେଳେ ବିଜେପି 31 ଓ କଂଗ୍ରେସ 29ଟି ସ୍ଥାନରେ ଏବେ ଅନ୍ୟମାନେ 7 ଟି ସ୍ଥାନରେ ଜିତିଛନ୍ତି ।

0
0
0
s2sdefault