-
ମିତା ବିଶି 12 ହଜାର 482 ଭୋଟରେ ବିଜୟୀ
-
ରାଜବୋଡାସମ୍ବର ରୁ ପୂର୍ଣ୍ଣିମା ରଣା ବିଜୟୀ
ବରଗଡ଼ : ଗତକାଲି ପ୍ରଥମଦିନରେ ବରଗଡ଼ ଜିଲ୍ଲାରେ ୧୦-୨ ରେ ବାଜି ମାତ କରିଥିବା ବିଜେଡି ଆଜି ଗଣତି ଆରମ୍ଭରୁ ୧୧ଟି ଆସନରୁ ୯-୨ ରେ ଅଭିଯାନ ଜାରି ରଖିଥିଲା | ହେଲେ ଆଜି ଗଣତି ବେଳେ ସୋହେଲା ବ୍ଲକର ୨ନମ୍ବର ଜିଲ୍ଲା ପରିଷଦ ଜୋନ (୩୩)ରେ ବିଜେଡିର ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ଶ୍ରୀମତୀ ମିତା ବିଶି ବିଜୟ ଲାଭ କରିଛନ୍ତି | ମିତା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ପ୍ରାର୍ଥୀ ଶ୍ରୀମତୀ ରତ୍ନାବତି ଦିପଙ୍କ ଠାରୁ ୧୨ ହଜାର ୪୮୨ ଖଣ୍ଡ ଅଧିକ ଭୋଟ ପାଇ ବିଜୟ ଲାଭ କରିଥିବା ଜଣାପଡିଛି । ବିଜେଡି ପ୍ରାର୍ଥୀନୀ ମିତା ୨୦,୪୩୧ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀନୀ ରତ୍ନାବତି ୭,୯୪୯ ଭୋଟ ପାଇଥିବା ଜଣାପଡିଛି |
ସେହିଭଳି ରାଜବୋଡାସମ୍ବର ଦୁଇ ଆସନ ରୁ ବିଜେଡି ପ୍ରାର୍ଥୀନୀ ପୂର୍ଣ୍ଣିମା ରଣା ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ନିତୁ ବାଜପେୟୀ ଙ୍କୁ 2855 ଭୋଟ ବ୍ୟବଧାନ ରେ ପରାଜିତ କରିଛନ୍ତି । ପୂର୍ଣ୍ଣିମା ରଣା 13106 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀନୀ ନିତୁ ବାଜପେୟୀ 10251 ଖଣ୍ଡ ଭୋଟ ପାଇଛନ୍ତି ।