-
୨୦୨୪ ବିଧାନସଭା ନିର୍ବାଚନରେ ସମସ୍ତ ୧୪୭ ଆସନରେ ପ୍ରାର୍ଥୀ ଦେବ ଦଳ
-
ପ୍ରତ୍ୟେକ ପରିବାରର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ରୋଜଗାରର ପ୍ରାଥମିକତା
-
ପ୍ରତ୍ୟେକ ପରିବାର ପାଇଁ ସର୍ବନିମ୍ନ ୨୦ହଜାର ଟଙ୍କା ରୋଜଗାର ନିଶ୍ଚିତ କରାଇବା ପ୍ରତିଶ୍ରୁତି
-
ଓଡ଼ିଶାର ୫୦ହଜାର ଗାଁ ଓ ସବୁ ସହରର ସର୍ବବିଧ ଉନ୍ନତିକରଣର ଜବାବ
ଭୁବନେଶ୍ୱର(ଶାସକ ପ୍ରଶାସକ) : ସମୃଦ୍ଧ ଓଡ଼ିଶା ଦଳର ଅନୁଷ୍ଠିତ ହୋଇଯାଇଥିବା ସାଧାରଣ ପରିଷଦ ବୈଠକରେ ଡକ୍ଟର ଯତୀଶ ଚନ୍ଦ୍ର ମହାନ୍ତି ପୁଣି ଦଳର କାର୍ଯ୍ୟ ଭାରନେଇ ଆଗାମୀ ୨୦୨୪ ବିଧାନସଭା ନିର୍ବାଚନରେ ସମସ୍ତ ୧୪୭ ଆସନରେ ପ୍ରାର୍ଥୀ ଦେବେ ବୋଲି ପ୍ରକାଶ କରିଛନ୍ତି । ଜନତାର ପୂର୍ଣ୍ଣ ସହଯୋଗରେଏହି ନିର୍ବାଚନରେ ବିଜୟ ଲାଭ କରି ଓ ସରକାର ଗଠନ କରିସାରିବା ପରେ ପ୍ରତ୍ୟେକ ପରିବାରର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ରୋଜଗାରରେ ବ୍ୟାପକ ଅଭିବୃଦ୍ଧି ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯିବା ସହ ତାକୁ କାର୍ଯ୍ୟକାରୀ ୫ବର୍ଷ ମଧ୍ୟରେ କରାଯିବ । ଯେପରି ପ୍ରତ୍ୟେକ ପରିବାର ଖୁସିରେ ରହିବା ସହିତ ମାସକୁ ସର୍ବନିମ୍ନ ୨୦ହଜାର ଟଙ୍କା ରୋଜଗାର କରିପାରିବେ । ଓଡ଼ିଶାର ୫୦ହଜାର ଗାଁ ଓ ସବୁ ସହରର ସର୍ବବିଧ ଉନ୍ନତି କରାଯିବ । ସମୃଦ୍ଧ ଓଡ଼ିଶାର ୫ଲକ୍ଷ ସକ୍ରିୟ କର୍ମୀଙ୍କ ସର୍ବନିମ୍ନ ୨୦ହଜାର ଟଙ୍କା ଯୋଜନା ପ୍ରଥମ ବର୍ଷରୁ ହିଁ ଆରମ୍ଭ କରାଯିବ । ଯାହାଫଳରେ ରାଜନୈତିକ ଦୁର୍ନୀତି ସଂପୂର୍ଣ୍ଣ ରୂପେ ମୂଳପୋଛ ହୋଇପାରିବ । ସରକାରଙ୍କର ପ୍ରମୁଖ ନିଷ୍ପତ୍ତିରେ ସମସ୍ତ ରାଜନୈତିକ ଦଳ ଓ ଯଥା ସମ୍ଭବ ସମସ୍ତ ଜନସାଧାରଣଙ୍କର ସଂପୃକ୍ତିକୁ ସୁନିଶ୍ଚିତ କରାଯିବ । ଶାସନ ଓ ପ୍ରଶାସନ ପ୍ରତ୍ୟେକ ପରିବାରର ଦୁଆର ମୁହଁରେ ପହଁଚିବ ବୋଲି ଦୃଢୋକ୍ତିର ସହ କହିଥିଲେ । ୨୦୧୮ ପରଠାରୁ ସମୃଦ୍ଧ ଓଡ଼ିଶା ଦଳରସଭାପତି ଡ. ଯତୀଶ ଚନ୍ଦ୍ର ମହାନ୍ତିଙ୍କ ଅନୁପସ୍ଥିତିରେ ଦୁଇଜଣ ଇନ୍ଚାର୍ଜ ସଭାପତି ରୂପେ ଜଷ୍ଟିସ୍ ଉମାଚରଣମିଶ୍ର ଓ ପ୍ରଣବ ଛୋଟରାୟ କାର୍ଯ୍ୟଭାର ନେଇଥିଲେ ।
ଆଜିର ସାଧାରଣ ପରିଷଦ ବୈଠକ ପରଠାରୁ ପ୍ରତିଷ୍ଠାତା ସଭାପତି ତଥା ଦଳର ସଭାପତି ରୂପେ କ୍ରମାଗତ ନିର୍ବାଚିତ ହୋଇ ଆସିଥିବା ଡକ୍ଟର ଯତୀଶ ଚନ୍ଦ୍ର ମହାନ୍ତି ପୁନର୍ବାର ସମୃଦ୍ଧ ଓଡ଼ିଶା ଦଳର ମଙ୍ଗ ଧରିଛନ୍ତି ।
ଏହି ସାଧାରଣ ପରିଷଦ ବୈଠକରେ ସମୃଦ୍ଧ ଓଡ଼ିଶାର ସକ୍ରିୟ ସାଥୀ ବଲାଙ୍ଗିର ରୁସନ୍ଦିପ୍ ବାଗ୍, ଢେଙ୍କାନାଳରୁ ବିନାୟକ ଶତପଥୀ, ଆଠଗଡ଼ର ଆଡ଼ଭୋକେଟ୍ ସୁଶାନ୍ତ ମହାପାତ୍ର, କୋରାପୁଟରୁ ରବୀନ୍ଦ୍ର ପାତ୍ର, ନୟାଗଡ଼ରୁ ପ୍ରକାଶ ବିଶ୍ୱାଳ, ଭଦ୍ରକରୁ ପରେଶ ଭଞ୍ଜ, କଟକରୁ ଆରିଫ ଖାନ୍, ଭୁବନେଶ୍ୱରରୁ ମନୋରଞ୍ଜନ ଦାଶ, ନିରାକାର ବେଉରା, ଅନାମ ବାବା, ଦେବକୀ ନନ୍ଦନ ଓଝା ଓ ସେମାନଙ୍କର ସାଥୀମାନେ ବହୁସଂଖ୍ୟାରେ ଯୋଗଦେଇ ଯତୀଶ ମହାନ୍ତିଙ୍କୁ ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ସଂକଳ୍ପ ନେଇଥିଲେ ।