ବରଗଡ :- ଅଙ୍ଗନବାଡି କର୍ମୀ ଗାଁ ରେ ସରକାରଙ୍କର ଆଖି ଓ କାନ କହିଲେ ଅତ୍ୟୁକି ହେବ ନାହିଁ । ସରକାର ଙ୍କର ଅନେକ ଯୋଜନା ଏହି କର୍ମୀ ମାନଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତୃଣମୂଳ ସ୍ଥରରେ କାର୍ଯକାରୀ ହୋଇଥାଏ । ଗାଁ ର ପ୍ରତ୍ୟେକ ସମସ୍ୟା ଓ ଅସୁବିଧା ପ୍ରଥମେ ଏହି କର୍ମୀ ମାନଙ୍କର ନଜର କୁ ଅଣାଯାଇଥାଏ । କହିବାକୁ ଗଲେ ତୃଣମୂଳ ସ୍ଥରରେ ଏହି କର୍ମୀ ମାନେ ଅନବରତ ଭାବରେ ଗାଁର ସେବା କରି ଆସୁଛନ୍ତି । ହେଲେ ଅନେକ ସମୟରେ ଅନେକ ସ୍ଥାନରେ ଏହି ଅଙ୍ଗନବାଡି ଦିଦି ମାନଙ୍କୁ ନାନା ପ୍ରକାର ମାନସିକ ନିର୍ଯ୍ୟାତନା ଦେଇ ଗତି କରିବାକୁ ପଡିଥାଏ । ତଥାପି ସେମାନେ ସ୍ୱଳ୍ପ ବେତନରେ କ୍ରମାଗତ ଭାବରେ ନିଜର କାମ କରି ଆସୁଛନ୍ତି । ବିଗତ ଦିନରେ ସାମାଜିକ ଗଣମାଧ୍ୟମରେ ଏହି ଦିଦି ମାନଙ୍କର ଚରିତ୍ର ସଂହାର କରିବା ଭଳି ଏକ ଭିଡିଓ ଘୁରି ବୁଲୁଛି । ଜଣେ ଅଜଣା ବ୍ୟକ୍ତି ଗୀତ ମାଧ୍ୟମରେ ଅଙ୍ଗନବାଡି ଦିଦି ମାନଙ୍କ ଚରିତ୍ର ସଂହାର କରି ସେମାନଙ୍କୁ ଅପମାନିତ କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ଟି ବହୁଳ ମାତ୍ରାରେ ସାମାଜିକ ଗଣମାଧ୍ୟମରେ ବୁଲିବା ଦ୍ୱାରା ନିଜକୁ ଅପମାନିତ ମନେ କରୁଥିବା ଅଙ୍ଗନବାଡି ଦିଦି ମାନେ ଆଜି ବରଗଡ଼ ଜିଲ୍ଲାର ବିଭିନ୍ନ ଥାନା ରେ ଉକ୍ତ ଅଜଣା ବ୍ୟକ୍ତି ବିରୁଦ୍ଧରେ ଅଭିଯୋଗ କରିଥିଲେ । ଏହି କ୍ରମରେ ପାଇକମାଲ ବ୍ଲକର କର୍ମୀ ମାନେ ପାଇକମାଲ ଥାନାରେ ସବ ଇନ୍ସପେକ୍ଟର ଚୁମକି ପ୍ରଭା ନାଥ ଙ୍କୁ ଲିଖିତ ଅଭିଯୋଗ କରି ତୁରନ୍ତ ଅପରାଧୀ ଙ୍କୁ ଧରିବା ସହିତ ତା ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଥିଲେ । ଏହା ସହିତ ଜିଲ୍ଲା ଅଙ୍ଗନବାଡି ସଂଘ ତରଫରୁ ଆସନ୍ତା କାଲି ଏହି ମାମଲାରେ ବରଗଡ଼ ଆରକ୍ଷୀ ଅଧିକ୍ଷକ ଙ୍କର ନିକଟରେ ମଧ୍ୟ ଅଭିଯୋଗ କରାଯିବ ବୋଲି ସୂଚନା ରହିଛି ।
ରାଜ୍ୟ
ଅଙ୍ଗନବାଡି କର୍ମୀ ମାନଙ୍କୁ ସାମାଜିକ ଗଣମାଧ୍ୟମ ରେ ଅପମାନିତ କରିଥିବା ଅଜଣା ବ୍ୟକ୍ତି ବିରୋଧରେ ଥାନାରେ ମାମଲା
- Hits: 9175