ହେଡଲାଇନସ୍:

ଉତ୍କଳ ଆଲୁମିନା ‘ପ୍ରୋଜେକ୍ଟ ଉଦ୍ୟମୀ’ ଅଧୀନରେ ଉଦ୍ୟୋଗ ଉଦ୍‍ଘାଟିତ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଭୁବନେଶ୍ୱର/ଟିକିରି(ବୈକୁଣ୍ଠ ଦୁରିଆ) : ନିଜର ପାରିପାର୍ଶ୍ଵିକ ଅଞ୍ଚଳରେ ଏକ ଔଦ୍ୟୋଗିକ ପରିବ୍ୟବସ୍ଥା ସୃଷ୍ଟି କରିବା ପ୍ରୟାସକୁ ଆଗେଇ ନେଇ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ପ୍ରୋଜେକ୍ଟ ଉଦ୍ୟମୀ ଅଧୀନରେ ଏହାର ପ୍ରଥମ ସଫଳତା ହାସଲ କରିବା ସହିତ ୧୨ଟି ଅଣୁ ଉଦ୍ୟୋଗ ଉଦ୍‍ଘାଟନ କରିଛି, ସେଥି ମଧ୍ୟ ରୁ ରାୟଗଡାର କାଶିପୁରରେ ୮ଟି ଏବଂ କଳାହାଣ୍ଡିର ଥୁଆମଳା ରାମପୁରରେ ୪ଟି । ଉତ୍କଳ ଆଲୁମିନା ପକ୍ଷରୁ ଏଣ୍ଟରପ୍ରିନ୍ୟୋରସିପ୍‍ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଇଡିଆଇଆଇ) ସହଭାଗିତାରେ ସିଏସଆର୍‍ କ୍ଷେତ୍ରରେ ହାତକୁ ନିଆଯାଇଥିବା ଏକ ଅନନ୍ୟ ଏବଂ ସମ୍ପୂର୍ଣ୍ଣ ନୂତନ ଉଦ୍ୟୋଗ ବିକାଶ ପ୍ରକଳ୍ପ ହେଉଛି ପ୍ରୋଜେକ୍ଟ ଉଦ୍ୟମୀ । ଏହି ଅଗ୍ରଣୀ ପ୍ରକଳ୍ପ ଅଧୀନରେ ଉତ୍କଳ ଆଲୁମିନା ଗ୍ରାମାଞ୍ଚଳ ଉଦ୍‍ଭବନ କେନ୍ଦ୍ର ସ୍ଥାପନ ଜରିଆରେ ୩ ବର୍ଷ ମଧ୍ୟରେ ପ୍ରାୟ ୩୦୦ ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ସହାୟତା କରିବା ପ୍ରୟାସରେ ଆଗେଇ ଚାଲିଛି ।
ଉଦ୍ୟୋଗଗୁଡିକ ଉତ୍କଳ ଆଲୁମିନାର ୟୁନିଟ୍‍ ହେଡ ଏବଂ ପ୍ରେସିଡେଣ୍ଟ ଶ୍ରୀ ମଜହର ବେଗ୍‍ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଡ.ଲୋପାମୁଦ୍ରା ପ୍ରିୟଦର୍ଶିନୀ, ସିଏସ୍‍ଆର, ସିଆର୍‍ ଆଣ୍ଡ ସଷ୍ଟେନେବିଲିଟି, ଲ୍ୟାଣ୍ଡ, ଆର୍‍ଆଣ୍ଡଆର୍‍, ପିଆର୍‍ ଓ କମ୍ୟୁନିକେସନ ହେଡ୍‍ ଓ ଶ୍ରୀ ମୁକେଶ ଝା, ମାଇନ୍ସ ଅପରେସନ ହେଡ୍‍, ଡ.ସୁବ୍ରତ ବିଶ୍ୱାଳ, ଇଡିଆଇଆଇ ରିଜିଓନାଲ ହେଡଙ୍କ ଦ୍ୱାରା ଉଦ୍‍ଘାଟିତ ହୋଇଥିଲା ।
ଉଦ୍‍ଘାଟିତ ଉଦ୍ୟୋଗଗୁଡିକ ବିବିଧ କ୍ଷେତ୍ରରେ ସ୍ଥାପନ କରାଯାଇଛି ଯେଉଁଥିରେ ମହାଲକ୍ଷ୍ମୀ ଏସଏଚଜି ପକ୍ଷରୁ ଟିକିରିରେ ସ୍ଲିପର ତିଆରି ୟୁନିଟ, ସୁରେଶ ନାଏକଙ୍କ ଦ୍ୱାରା ସୁରୁଗୁଞ୍ଜାଠାରେ ଫାବ୍ରିକେସନ ୟୁନିଟ, ସୁରୁଗୁଞ୍ଜାରେ ଆଶିଷ ନାଏକଙ୍କର ତୈଳ ନିଷ୍କାସନ ୟୁନିଟ, ଅନନ୍ତ ମାଝୀଙ୍କ ଦ୍ୱାରା ଚନ୍ଦ୍ରଗିରିଠାରେ ପୋଛା ତିଆରି ୟୁନିଟ, ବିଶ୍ୱନାଥ ସାହୁଙ୍କର ହାଡିଗୁଡାରେ ଫ୍ୟାନ୍ସି ଷ୍ଟୋର, ଦେବବ୍ରତ ଗୌଡଙ୍କର ହାଡିଗୁଡାଠାରେ ଫାବ୍ରିକେସନ ୟୁନିଟ ଏବଂ ଦେବକୀ ନାଏକଙ୍କର ଦୁଡୁକାବାହାଲରେ ଲେଡିଜ କର୍ଣ୍ଣର, ଅଖିଳ ମାଝୀଙ୍କର କାଶୀପୁର ବ୍ଲକସ୍ଥିତ ପୁକେଶଠାରେ ତୈଳ ନିଷ୍କାସନ ୟୁନିଟ, ହରିଶଚନ୍ଦ୍ର ନାଏକଙ୍କର ଆଦ୍ରିଠାରେ ଅନ୍‍ଲାଇନ ସେଣ୍ଟର, ହିରନ ନାଏକଙ୍କର ଥୁଆମୂଳ ରାମପୁର ବ୍ଲକ ମାଳିଗାଁଠାରେ ସ୍ଲିପର ତିଆରି ୟୁନିଟ, ସରୋଜିନୀ ନାଏକଙ୍କର ଆଦ୍ରିଠାରେ ଫ୍ୟାନ୍ସି ଷ୍ଟୋର, ସବା ନାଏକଙ୍କର ମାଳିଗାଁରେ ଅନ୍‍ଲାଇନ ସେଣ୍ଟର ଅନ୍ତର୍ଭୁକ୍ତ ।
ଏହି ଉଦ୍ୟୋଗଗୁଡିକ ପାଇଁ ପ୍ରୋଜେକ୍ଟ ଉଦ୍ୟମୀ ଅଧୀନରେ ପ୍ରୋତ୍ସାହନ ଯୋଗାଇ ଦିଆଯାଇଥିଲା ଏବଂ ଏଥିପାଇଁ ବ୍ୟବସାୟିକ ବିକାଶ ସେବା ପ୍ୟାକେଜ ଯୋଗାଇ ଦିଆଯାଉଛି, ଯେଉଁଥିରେ ବ୍ୟବସାୟିକ ଯୋଜନା ପ୍ରସ୍ତୁତି, ବୈଷୟିକ ସମର୍ଥନ, ଆର୍ଥିକ ଏବଂ ବଜାର ସଂଯୋଗୀକରଣ ଆଦି ରହିଛି ।
ଏହି ଅବସରରେ ପ୍ରକାଶ କରି ଉତ୍କଳ ଆଲୁମିନାର ୟୁନିଟ ହେଡ ଉଦୀୟମାନ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ସହିତ ଏହି ଉଦ୍ୟୋଗୀମାନେ ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବେ ଏବଂ କ୍ଷୁଦ୍ର ଓ ଅଣୁ ଉଦ୍ୟୋଗ କ୍ଷେତ୍ରରେ ନିଶ୍ଚିତ ଭାବରେ ଏକ ମାନଦଣ୍ଡ ସ୍ଥାପନ କରିବେ ବୋଲି ଦୃଢତାର ସହିତ କହିଥିଲେ । ଏହାକୁ ଏକ ମିଶନ ଭାବରେ ଗ୍ରହଣ କରିବା ଏବଂ ପାରିପାର୍ଶ୍ଵିକ ଅଞ୍ଚଳରେ ଏକ ଔଦ୍ୟୋଗିକ ପରିବେଶ ସୃଷ୍ଟି କରିବାକୁ ସେ ଉଦ୍ୟମୀ ଟିମ୍‍କୁ ଉତ୍ସାହିତ କରିଥିଲେ ।
ଉତ୍କଳ ଆଲୁମିନାର ସିଏସଆର, ସିଆର ଆଣ୍ଡ ସଷ୍ଟେନେବିଲିଟି ହେଡ୍‍ ଡ.ଲୋପାମୁଦ୍ରା ପ୍ରିୟଦର୍ଶିନୀ ଜୋର୍‍ ଦେଇ କହିଥିଲେ ଯେ ଉତ୍କଳ ଆଲୁମିନା ଗୋଷ୍ଠୀ ସଂସ୍ଥାସମୂହ ଏବଂ ସ୍ଥାନୀୟ ଗୋଷ୍ଠୀଗୁଡିକୁ ସୁଦୃଢ କରିବା ଜରିଆରେ ଗ୍ରାମାଞ୍ଚଳ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ପାଇଁ ନିଜର ସିଏସ୍‍ଆର କାର୍ଯ୍ୟକଳାପ ପରିସର ମଧ୍ୟରେ ଏହା ରଣକୌଶଳ ପ୍ରସ୍ତୁତି ସହିତ ଏହି ଧରଣର ନିଜସ୍ୱ ପ୍ରୟାସ ହାତକୁ ନେବା କ୍ଷେତ୍ରରେ ସର୍ବଦା ଆଗରେ ରହିବ ।
ଇଡିଆଇଆଇ ରିଜିଓନାଲ ହେଡ୍‍ ଡ.ସୁବ୍ରତ ବିଶ୍ୱାଳ ଉଦ୍ୟମୀର ମହତ ପ୍ରୟାସ ପାଇଁ ଉତ୍କଳ ଆଲୁମିନାକୁ କୃତଜ୍ଞତା ଜ୍ଞାପନ କରିବା ସହିତ ପାରିପାର୍ଶ୍ଵିକ ଅଞ୍ଚଳରେ ଦୀର୍ଘସ୍ଥାୟୀ ଉଦ୍ୟୋଗଗୁଡିକ ସ୍ଥାପନ କ୍ଷେତ୍ରରେ ଏକ ମାନଦଣ୍ଡ ସୃଷ୍ଟି କରିବାକୁ ପ୍ରତିଶୃତି ଦେଇଥିଲେ ।
ଏକ ଦାୟିତ୍ୱସଂପନ୍ନ କର୍ପୋରଟ ସଂସ୍ଥା ଭାବରେ ୟୁଏଆଇଏଲ୍‍ ତାହାର ପାରିପାର୍ଶ୍ଵିକ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ଆଦି କ୍ଷେତ୍ରରେ ନିଜର ସିଏସଆର୍‍ କାର୍ଯ୍ୟକଳାପଗୁଡିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଗଭୀର ଭାବରେ ନିୟୋଜିତ ରହିଛି ଏବଂ ବିଭିନ୍ନ ସାମାଜିକ ପ୍ରସଙ୍ଗଗୁଡିକର ସମାଧାନ କରୁଛି । ମୋଟାମୋଟି ଭାବରେ ୟୁଏଆଇଏଲ୍‍ ଓଡ଼ିଶାର ୮୪ଟି ଗ୍ରାମରେ ନିୟୋଜିତ ରହିବା ସହିତ ୩୦,୦୦୦ରୁ ଅଧିକ ଜନସଂଖ୍ୟାକୁ ସେବା ଯୋଗାଇ ଦେଉଛି ।

0
0
0
s2sdefault