ହେଡଲାଇନସ୍:

ଗୁଜବକାରୀଙ୍କ ଗାଲରେ ନବୀନ ଚଟକଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଏଥର ବି ଗୁଜବକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶକ୍ତ ଚଟକଣା | ଗତ ଦୁଇଦିନ ଧରି ମୁଖ୍ୟମନ୍ତ୍ରୀ ଅସୁସ୍ଥ, ଗୁରୁତର ଆଉ ଇତ୍ୟାଦି ଇତ୍ୟାଦି ଗୁଜବର ପୂର୍ଣ୍ଣଛେଦ ଟାଣିଛନ୍ତି ମୁଖ୍ୟମନ୍ତ୍ରୀ ନିଜେ ପଦାକୁ ବାହାରି | କିଛି ଦିନ ତଳେ ଏମିତି ଆସିଥିଲା ଗୁଜବ ବଜାରକୁ | ମୁଖ୍ୟମନ୍ତ୍ରୀଙ୍କୁ କୋମା ପର୍ଯ୍ୟନ୍ତ ପହଂଚାଇଦେଇଥିଲେ ଗୁଜବର | ମାତ୍ର ରାଜଧାନୀରେ ଅନୁଷ୍ଠିତ ମୁଖ୍ୟ ସାଧାରଣତନ୍ତ୍ର ଦିବସ ଉତ୍ସବକୁ ମୁଖ୍ୟମନ୍ତ୍ରୀ ଯେଉଁଭଳି ବୀର ଦର୍ପରେ ବିନା ସହାୟତାରେ ଚାଲି ଚାଲି ଯାଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସେତେବେଳେ ଗୁଜବକାରୀ କୋମାକୁ ଚାଲିଯାଇଥିଲେ | ।ହେଲେ ଏଥର ଆଉ ପାଦେ ଆଗେଇଯାଇଥଲେ ଗୁଜବକାରୀ | ଜାଣିବା ଶୁଣିବା ଲୋକଙ୍କ ଘନ ଘନ ଫୋନ ,ସତରେ ଏମିତି କିଛି ଘଟିଛି କି ! ହେଲେ ସେ ଗୁଜବର ପୂର୍ଣ୍ଣଛେଦ ପକାଇଛି ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିର ଗସ୍ତ ଓ ଅଂଚଳ ପରିକ୍ରମା | ପାଦରେ ମନ୍ଦିର ବେଢା ଭିତରେ ପରିକ୍ରମା, ପ୍ରଭୁଙ୍କ ଦର୍ଶନ ସର୍ବୋପରି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଅନୁଧ୍ୟାନ ଗୁଜବକାରୀଙ୍କ ଗାଲରେ ମାରିଛି ଶକ୍ତ ଜାବୁଡ଼ା ।

ମନ୍ଦିର ଭିତରୁ ବାହାରି ଅପେକ୍ଷାରତ ଗଣାମାଧ୍ୟମଙ୍କ ଦ୍ୱାରା କରାଯାଇଥିବା ସ୍ୱାସ୍ଥ୍ୟ ଗୁଜବ ସମ୍ପର୍କିତ ପ୍ରଶ୍ନ ଉପରେ ଇଷତ ହସି ମୁଖ୍ୟମନ୍ତ୍ରୀ ଉତ୍ତର ଦେଇଥିଲେ " ଯେବେ ନିର୍ବାଚନ ଆସେ ମୋ ସ୍ୱାସ୍ଥ୍ୟ ଭଲ ନାହିଁ ବୋଲି ଗୁଜବ କରାଯାଏ । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ବହୁତ ଖୁସି ଅଛି ଏବଂ ଓଡ଼ିଶାବାସୀଙ୍କ ସେବା କରୁଛି ।"
ପଞ୍ଚାୟତ ନିର୍ବାଚନରେ ବିରୋଧୀ ହାରିବା ଭୟରେ ଏଭଳି ଗୁଜବ ପ୍ରଚାର କରୁଛନ୍ତି କି ବୋଲି ସାମ୍ବାଦିକମାନେ ପ୍ରଶ୍ନ ଉତ୍ତରରେ " ବର୍ତ୍ତମାନ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ରହିଥିବାରୁ ଏହା ଉପରେ କିଛି କହିବା ଠିକ୍ ହେବ ନାହିଁ " ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ |

0
0
0
s2sdefault