ବରଗଡ :-ଆଜି ଦ୍ଵିତୀୟ ପର୍ଯ୍ୟାୟର ମତଦାନ ଚାଲିଥିବା ବେଳେ ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା କଠଉମାଲ ଠାରେ ନିର୍ବାଚନ ସମୟରେ ଜନସାଧାରଣ ଓ ପୋଲିସ ମୁହାଁମୁହିଁ ହୋଇଥିବା ଜଣାପଡିଛି ।
ପୋଲିସ ଉପରେ ଜନତାଙ୍କ ଆକ୍ରମଣ ସହିତ ଗାଡି ଉପରେ ବସିଥିବା ପୋଲିସକୁ ଗୋଟିଏ ଚାପୁଡା ମାରିଥିବା ମଧ୍ୟ ସୂଚନା ମିଳିଛି । ଏହା ସହ ପୋଲିସ ଗାଡି ଉପରକୁ ଟେବୁଲ ଡେକ୍ସ ଆଣି ଗାଡି ଭାଙ୍ଗିବା ପାଇଁ କଚାଡି ଦେଇଥିଲେ ଜନସାଧାରଣ । ଏହା ପରେ ପୋଲିସ ଦ୍ୱାରା ସାମାନ୍ୟ ଲାଠି ଚାର୍ଜ କରିବାରୁ ଲୋକ ମାନେ ସାମାନ୍ୟ ପଛଘୁଞ୍ଚା ଦେଇଥିଲେ । ଏହା ସହ ସେଠାରେ ହୋଇଥିବା ହୋଇଥିବା ଧସ୍ତାଧସ୍ତି ରେ ଗାଇସିଲାଟ ଥାନାଧିକାରୀ ମୁଣ୍ଡ ଫାଟିଥିବା ଦେଖିବାକୁ ମିଲିଛି । ପ୍ରାପ୍ତ ସୂଚନା ଅନୁସାରେ ଜଣେ ମହିଳାଙ୍କୁ ପୋଲିସ ଦ୍ୱାରା ମାଡ଼ ମରାଯାଇଥିବା ଘଟଣାରୁ ଏହି ତୁମୁଳକାଣ୍ଡ ହୋଇଥିବା ଜଣା ପଡ଼ିଛି । ବର୍ତ୍ତମାନ ପୋଲିସ ବିଭାଗର ଉଚ୍ଚ ଅଧିକାରୀ ମାନେ ପହଂଛି ଘଟଣା ଉପରେ ନଜର ରଖିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ରେ ଥିବା ଜଣା ପଡ଼ିଛି ।