ହେଡଲାଇନସ୍:

ଖୁରିପାଣିରେ ଭୋଟ ବର୍ଜନ କଲେ ୭୩ଟି ପରିବାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଲରମ୍ଭା ପଞ୍ଚାୟତ ଖୁରିପାଣି ଗାଁରେ ପାନୀୟ ଜଳ ସମସ୍ୟା ନେଇ ଗାଁର ୭୩ଟି ପରିବାର ଭୋଟ ବର୍ଜନ କରିଥିବାର ଇତି ମଧ୍ୟରେ ଜଣାପଡ଼ିଛି । ଅଭିଯୋଗ ଅନୁସାରେ ଫ୍ଲୋରାଇଡ ମିଶ୍ରିତ ପାନୀୟ ଜଳ ପିଇ ଗାଁର ଅନେକ ଲୋକ କିଡନୀ ରୋଗରେ ପ୍ରାଣ ହରାଇଛନ୍ତି । ଏମିତିକି ବର୍ତ୍ତମାନ ଗାଁର ୨୨ ଜଣ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମବାସୀ ଦୀର୍ଘଦିନରୁ ପ୍ରଶାସନ ଓ ନେତା ମନ୍ତ୍ରୀଙ୍କୁୁୁ ଜଣାଇ ଆସୁଥିଲେ ମଧ୍ୟ କେହି ବି ସମସ୍ୟାର ସମାଧାନ ପାଇଁ ଦୃଷ୍ଟି ଦେଲେନି । ଏଣୁ ଏହାରି ପ୍ରତିବାଦରେ ଗାଁର ୭୩ଟି ପରିବାର ଭୋଟ ବର୍ଜନ କରିଥିବା ଜଣାପଡ଼ିଛି । ଜାଣିଲାପରେ ପ୍ରଶାସନ ପକ୍ଷରୁ ଡ. ପୁଷ୍ପାଞ୍ଜଳି ପଣ୍ଡା ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପାଇଁ ଯାଇଥିଲେ ହେଲେ କିଛି ଲାଭ ହେଲା ନାହିଁ ! ଯାହାକୁ ଶୂନ୍ୟରେ ବୁଝାମଣା ହେଲା ବୋଲି କହିଲେ କିଛି ଭୁଲ ହେବ ନାହିଁ !

0
0
0
s2sdefault