ହେଡଲାଇନସ୍:

ସରଦାପୁର ଗାଁ ରେ ଶାନ୍ତି ଭାବେ ନିର୍ବାଚନ ପାଇଁ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଭେଟିଲେ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ସରଦାପୁର ଗାଁ ରେ ଗତ ୧୪ ତାରିଖରେ ଘଟିଥିବା ଆକ୍ରମଣ ଘଟଣା ସମ୍ପୂର୍ଣ୍ଣ ଭାବେ କପୋଳକଳ୍ପିତ ବୋଲି କହିଛି ବିଜେପି। ଗତ ୧୫ ବର୍ଷ ଧରି ସେଠାରେ ବିଧାୟକଙ୍କ ସମର୍ଥିତ ପ୍ରାର୍ଥୀ ସବୁ ବେଳେ ସେଠାରେ ବିଜୟ ହାସଲ କରନ୍ତି ଏପରିକି ଗତ ସାଧାରଣ ନିର୍ବାଚନରେ ମଧ୍ୟ ସେଠାରେ ବିଜେପି ବହୁ ଭୋଟ ପାଇଥିଲା , ଏଣୁ ଆସନ୍ତା ପଞ୍ଚାୟତ ନିର୍ବାଚନରେ ମଧ୍ୟ ସେଠାରେ ବିଜେପି ଭଲ ଭୋଟ ନେବ ଏହାକୁ ଭଣ୍ଡୁର କରିବା ପାଇଁ ଶାସକ ଦଳର ସମର୍ଥିତ ପ୍ରାର୍ଥୀ ଆହତ ହେବାର ନାଟକ କରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବୋଲି ବିଜେପି କହିଛି।
ସେଠାରେ ମୁକ୍ତ ଓ ଅବାଧ ଭାବେ ନିର୍ବାଚନ ହେଉ ନଚେତ୍ ଏକ ପାଖିଆ ନିର୍ବାଚନକୁ ବନ୍ଦ କରିବାକୁ ବିଜେପି ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେବ ବୋଲି କରିଛି।
ଗୁରୁବାର ଦିନ ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ପୋଲିସ ଆଇଜି ସତ୍ୟବ୍ରତ ଭୋଇଙ୍କୁ ରାଜ୍ୟ ବିଜେପି ଉପ ସଭାପତି ଭୃଗୁ ବକ୍ସିପାତ୍ର ଭେଟି ଉପରୋକ୍ତ ବିଷୟ ଆଲୋଚନା କରିବା ସହ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ।

0
0
0
s2sdefault