ପୁରୀ/ଅନିମେଶ ପଟ୍ଟନାୟକ: ଦୁଇ ଦିନିଆ ପୁରୀ ଗସ୍ତରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ। ଶୁକ୍ରବାର ଅପରାହ୍ନରେ ପୁରୀରେ ପହଞ୍ଚିବେ ମହାମହିମ । ଗୌଡିୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ଵତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ୨୦ତାରିଖ ସକାଳେ ଚୈତନ୍ୟ ଗୌଡିୟ ମଠ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଅଛି । ପରେ ଗୁଣ୍ଡିଚାଘର ସରଧାବାଲି ଠାରେ ଭକ୍ତିସିଦ୍ଧାନ୍ତ ଗୋସ୍ବାମୀଙ୍କ ଜନ୍ମ ଜୟନ୍ତି ପାଳନ ଅବସରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଏହି କାର୍ଯ୍ୟକ୍ରମରେ ପ୍ରଫେସର ଗଣେଶି ଲାଲଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ ବୋଲି ଜଣାପଡିଛି । ଏହି ଦୁଇ ଦିନିଆ ଗସ୍ତରେ ଶୁକ୍ରବାର ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।