ପ୍ରଥମ ପର୍ଯ୍ୟାୟ ମତଦାନରେ ଅଭୂତପୂର୍ବ ସମର୍ଥନ ପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ କୃତଜ୍ଞତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼ :- ଗତକାଲି ଯେଉଁ ସୁନ୍ଦରଗଡ ଜିଲ୍ଲାରେ ଯେଉଁ ୯ ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେଲା, ସେଥରେ କଂଗ୍ରେସ ପାର୍ଟିର କର୍ମୀ ଓ ନେତାମାନେ ଯେଉଁଭଳି ଭାବରେ ସୂଚାରୁ ରୂପେ ନିର୍ବାଚନ ପରିଚାଳନା କରି ଜିଲାପରିଷଦ ରେ କଂଗ୍ରେସର ସ୍ଥିତିକୁ ମଜବୁତ କରିଅଛନ୍ତି ତାହା ପ୍ରଶଂସନୀୟ | ୧୯୯୭,୨୦୦୨,୨୦୦୭,୨୦୧୭ ମସିହାରେ କଂଗ୍ରେସ ଜିଲ୍ଲା ପରିଷଦ ନିର୍ବାଚନରେ ତାର ପ୍ରତିପତି ଦେଖାଇ ଜିଲ୍ଲାପରିଷଦ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ଓ ୨୦୨୨ ରେ ମଧ୍ୟ କଂଗ୍ରେସ ଏହି ନିର୍ବାଚନରେ ଏକ ଶକ୍ତିଶାଳୀ ଦଳ ଭାବେ ପରିଗଣିତ ହେବ ବୋଲି ସୁନ୍ଦରଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ପୂର୍ବତନ ଜଙ୍ଗଲ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କ ବାସଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି | ଦଳ ପକ୍ଷରୁ କୁହାଯାଇଛି ଯେ , ବିଗତ ୨୨ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଶାସନ ମଧ୍ୟରେ ବିଜେଡ଼ିସରକାରଯେପରି ଦୁର୍ନୀତି ମଧ୍ୟରେ ଲିପ୍ତ ତାହା ସମସ୍ତଙ୍କୁ ଜଣା| ତଳସ୍ତରୀୟ କର୍ମଚାରୀଙ୍କ (ପିଅନ ,ଅଙ୍ଗନବାଡି ଦିଦି, ପ୍ରାଥମିକ ଶିକ୍ଷକ) ଠାରୁ ଆରମ୍ଭ କରି ବିଇଓ ଷ୍ଟାଫ ସିଲେନ୍ସର ବଡବାବୁ ଠାରୁ ଅତିରିକ୍ତ ଜିଲ୍ଲାପାଳ ଓ ଅତିରିକ୍ତ ଏସପିଙ୍କ ଘରୁ ଯେଭଳି କୋଟି କୋଟି ଟଙ୍କାର ସମ୍ପତି ଧରା ପଡିଛି | ତାହା ଏ ସରକାର କି ଭଳି ତଳସ୍ତରରୁ ଉପରସ୍ତର ପର୍ଯ୍ୟନ୍ତ ଓଡ଼ିଶାର ଜନସାଧାରଣ ଙ୍କୁ ଲୁଟି ଚାଲିଛନ୍ତି -ତାର ଏକ ନଗ୍ନ ନମୁନା | ପରୀ ହତ୍ୟା ଘଟଣା ,ମମିତା ମେହେର ହତ୍ୟା,ମାହାଙ୍ଗା ଡବଲ ମର୍ଡର ଘଟଣା ରେ ରାଜ୍ୟର ବରିଷ୍ଠ ମନ୍ତ୍ରୀଙ୍କ ସମ୍ପୃକ୍ତି କୁ ନବୀନ ସରକାର ଯେଭଳି ଭାବେ ଘଣ୍ଟ ଘୋଡାଉଛନ୍ତି ତାହା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୂଚାଇ ଦେଉଛି | ନିରୀହ ଜନସାଧାରଣ ଙ୍କୁ ନ୍ୟାୟ ଦେବାରେ ଏ ବିଜେଡି ସରକାର ବିଫଳ ହୋଇଛନ୍ତି । ଦରଦାମ ନିୟନ୍ତ୍ରଣ ରେ ରାଜ୍ୟର ବିଜେଡ଼ି ସରକାର ଓ କେନ୍ଦ୍ରର ବିଜେପି ସରକାର ସମ୍ପୂର୍ଣ ବିଫଳ ଏବଂ ଏହା ଫଳରେ ଜନସାଧାରଣ ଙ୍କର ପରିବାର ଚଳାଇବା କେତେ ଯେ କଠିଣ ହୋଇଯାଇଛି ତାହା ସାଧାରଣ ଲୋକ ଅବଗତ ଅଛନ୍ତି ବୋଲି କୁହାଯାଇଛି । କେନ୍ଦ୍ର ସରକାର ଓ ରାଜ୍ୟର ବିଜେଡି ସରକାର ଦାୟୀ ପେଟ୍ରୋଲ ଡିଜେଲ ରୋଷେଇଗ୍ୟାସ ର ଦରଦାମ ବଡ଼ାଇବା ରେ ଉଭୟ କେନ୍ଦ୍ରର ବିଜେପି ପେଟ୍ରୋଲ ଡିଜେଲର ଦାମ ବଢ଼ିବାରୁ ଅନ୍ୟ ସାମଗ୍ରୀ ର ଦାମ ମଧ୍ଯ ହୁହୁ ବଢିଯାଉଛି । ସୁନ୍ଦରଗଡ ଜିଲ୍ଲା ବିସ୍ଥାପିତ ଜନସାଧାରଣଙ୍କ ଜିଲ୍ଲା । କୋଇଡା ଠାରୁ ହେମଗିରୀ ପର୍ଯ୍ୟନ୍ତ ସବୁଆଡେ ବିସ୍ଥାପନ । ଅଥଚ ବିସ୍ଥାପିତ ମାନଙ୍କର କୌଣସି ସୁବିଧା କରାଯାଉନାହିଁ । ସେମାନେ ସେମାନଙ୍କ ଭିଟାମାଟି ହରାଇ ଆଜି ନିଷ୍ପେସିତ ଓ ଅତ୍ୟାଚାରିତ । ସୁନ୍ଦରଗଡ ପ୍ରଶାସନ ମଧ୍ୟ ବଡ ବଡ କଂପାନୀ ମାନଙ୍କର ହାତବାରିସୀ ସାଜିଛନ୍ତି ବିଜେପି ଓ ବିଜେଡ଼ି ସୁନ୍ଦରଗଡ ଠାରେ ଏମ୍ସ (ଓଡ଼ିଶାର ଦ୍ଵିତୀୟ ଏମ୍ସ ) ପ୍ରତିଷ୍ଠା କରିବା ପାଇଁ କୌଣସି ଚେଷ୍ଟା କରିନାହାନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ସ୍ବାସ୍ଥ୍ୟସେବା ନୈରାଶ୍ୟଜନକ ଓ ହିତୀୟ ଏମ୍ସ ପ୍ରତିଷ୍ଠା କରିବା ନେଇ ବିଜେପି ଓ ବିଜେଡ଼ି ସରକାର ଜନସାଧାରଣ ଙ୍କୁ ଭୁଆଁ ବୁଲାଉଛନ୍ତି ଓ ଦ୍ୱିତୀୟ ଏମ୍ସ ସ୍ଥାପନା ପାଇଁ ତାଙ୍କର ଆନ୍ତରିକତା ନାହିଁ । ସବୁଠାରୁ ଦୁଃଖର ବିଷୟଯେ ଆଜି କେନ୍ଦ୍ରରେ ଶାସକ କରୁଥିବା ବିଜେପି ଦଳର ଦୁଇଜଣ ନିର୍ବାଚିତ ନେତା ଜୁଏଲ ଓରାମ ଓ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଙ୍କ ନାଁ ରେ ଯଥାକ୍ରମେ ନାରୀ ନିର୍ଯାତନା ଓ ସରକାରୀ ଅଫିସର ମାନଙ୍କୁ ମାଡ଼ମାରିବା ରେ ଅଭିଯୁକ୍ତ ହୋଇ ହାଇକୋର୍ଟ ରୁ ଆଗୁଆ ଜାମିନରେ ଆସିଛନ୍ତି | ଏହିଠାରୁ ଅଧିକ ଲଜ୍ଜାର ର ବିଷୟ କଣ ହୋଇପାରେ ବୋଲି ବଣାଇ ବିଧାନସଭା ଅଂଚଳରେ ପୂର୍ବତନ ବିଧାୟକ ଜନାର୍ଦନ ଦେହୁରୀ, ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ତଥା କଂଗ୍ରେସ ଲୋକସଭା ପ୍ରାର୍ଥୀ ଶ୍ରୀ ଜର୍ଜ ତିର୍କି ,ରାଜଗାଙ୍ଗପୁର ବିଧାନସଭାର ବିଧାୟକ ଡାକ୍ତର ରାଜନ ଏକ୍କା, ରଘୁନାଥପାଲୀର ବିଧାୟକ ପାର୍ଥୀ ପ୍ରଶାନ୍ତ ସେଠୀ , ପ୍ରଦେଶ କଂଗ୍ରେସର ପୂର୍ବତନ ସମ୍ପାଦକ ପ୍ରଫୁଲ୍ଲ ସୁନାନୀ ସୁନ୍ଦରଗଡ ଓ ତଲସରା ନିର୍ବାଚନ ମଣ୍ଡଳୀ ରେ ସୁନ୍ଦରଗଡ ଜିଲ୍ଲା କଂଗ୍ରେସ କର୍ମକର୍ତ୍ତା ଓ ପ୍ରଦେଶ କଂଗ୍ରେସ କର୍ମକର୍ତ୍ତା ଓ ବ୍ଲକ କଂଗ୍ରେସ ସଭାପତି ମାନେ ଜେଡପି ନିର୍ବାଚନ ପରିଚାଳନା କରିବା ସଙ୍ଗେ ସଙ୍ଗେ ସାରା ଜିଲ୍ଲାରେ କଂଗ୍ରେସ ର ପଡ଼ିଆରା ବଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି। ଏ ସମସ୍ତଙ୍କ ଅକ୍ଲାନ୍ତ ଚେଷ୍ଟା ଫଳରେ ନିଶ୍ଚୟ ଭାବେ କଂଗ୍ରେସ ଦଳ ଆସନ୍ତା ଜିଲାପରିଷଦ ଗଠନ କରିବାର ଯଥେଷ୍ଟ ସଂଭାବନା ରହିଛି ।ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବାଚସ୍ପତି ତଥା ପ୍ରଦେଶ କଂଗ୍ରେସ କମିଟିର କୋଷାଧକ୍ଷ ଶ୍ରୀ କିଶୋର ଚନ୍ଦ୍ର ପଟେଲ ,ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବେଣୁମାଧବ ତ୍ରିପାଠୀ ,ପ୍ରଦେଶ କଂଗ୍ରେସ ର ସାଧାରଣ ସମ୍ପାଦକ ଶ୍ରୀ ରାଜୁ ଷଡ଼ଙ୍ଗୀ, ବରିଷ୍ଠ ଆଇନଜୀବୀ ଶ୍ରୀ ନିମାଇଁ ଚରଣ ନାୟକ ,ଜିଲ୍ଲା କଂଗ୍ରେସ ଉପସଭାପତି ଅଜିତ ପ୍ରସାଦ, ସାଧାରଣ ସମ୍ପାଦକ କାଳିପଦ ସାମଲ,ଏଡ଼ଭୋକେଟ ପ୍ରଣବ ସିଂ ,ଟାଉନ କଂଗ୍ରେସ ସଭାପତି ନେପାଳ ସାହୁ ,ଯୁବ ନେତା ଶ୍ରୀ ରିତେଶ ପଟେଲ ,ଯୁବ କଂଗ୍ରେସ ସଭାପତି ବିଶ୍ବଜିତ ପଟ୍ଟନାୟକ,ସତ୍ୟନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault