ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟର ବିଭିନ୍ନ ବ୍ଳକରେ ଆରମ୍ଭ ହୋଇଥିବା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକରେ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି। ଏହି ନିର୍ବାଚନରେ ସ୍ଥାନୀୟ ବ୍ଳକର ୩ଟି ଜିଲ୍ଲା ପରିଷଦ ଜୋନ୍ ସମେତ ସରପଞ୍ଚ , ସମିତି ସଭ୍ୟଓ ୱାର୍ଡ ସଭ୍ୟ/ସଭ୍ୟା ପାଇଁ ମତଦାନ ପ୍ରକ୍ରିୟା ଶେଷ ହୋଇଛି ।
ବ୍ଳକରେ ମୋଟ ଭୋଟରଙ୍କ ସଂଖ୍ୟା ୯୧୯୩୨ ରହିଛନ୍ତି। ୩୯ଟି ଗ୍ରାମପଞ୍ଚାୟତର ୫୩୫ ମତଦାନ କେନ୍ଦ୍ରରେ ୭୩୧୪୭ ଭୋଟରମାନେ ମତଦାନ କରିଥିଲେ। ସେଥିମଧ୍ୟରୁ ପୁରୁଷ ସଂଖ୍ୟା ୩୫୬୯୫ , ମହିଳା ସଂଖ୍ୟା ୩୭୪୫୨ । ବ୍ଳକରେ ୭୯.୫୭ % ଶତକଡା ମତଦାନ ହୋଇଥିଲା । କେଶରୀଗୁଡା ଗ୍ରାମ ପଞ୍ଚାୟତରେ ସର୍ବାଧିକ ୯୨.୩୦% ମତଦାନ ହୋଇଥିବା ବେଳେ ମୋହନା ଗ୍ରାମ ପଞ୍ଚାୟତରେ ସର୍ବନିମ୍ନ ୫୬.୭୫ % ମତଦାନ ହୋଇଥିଲା।
ଶାନ୍ତିପୂର୍ଣ୍ଣଭାବେ ସଫଳ ମତଦାନ ଓ ବ୍ଲକବାସୀଙ୍କର ଆକୁଣ୍ଠିତ ସହଯୋଗ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଲିଙ୍ଗରାଜ ପଣ୍ଡା ଧନ୍ଯବାଦ ଜ୍ଞାପନ କରିଛନ୍ତି।
ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ହେବା ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ , ଏସଡିପିଓ ୪ଜଣ , ମୋହନା ଓ ଅଡବା ଥାନା ଅଧିକାରୀ , ବାଇକ ପେଟ୍ରୋଲିଙ୍ଗ ୧୦ , ମୋବାଇଲ ପାର୍ଟୀ ୨୫ , ପୁଲିସ ୬ଶହ ଓ ଫୋର୍ସ ନିୟୋଜିତ ଥିଲେ।
ରାଜ୍ୟ
ପ୍ରଥମ ପର୍ଯ୍ୟାୟରେ ମୋହନା ବ୍ଳକରେ ଶାନ୍ତିପୂର୍ଣ୍ଣଭାବେ ଶେଷ ହେଲା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ : ୭୯.୫୭ % ମତଦାନ
- Hits: 577