ହେଡଲାଇନସ୍:

ଦୀର୍ଘଦିନ ପରେ ମହାପ୍ରସାଦ ପାଇଲେ ଭକ୍ତ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ମହାପ୍ରଭୁଙ୍କ ମହାପ୍ରସାଦ ପାଇ ଆନନ୍ଦିତ ଶ୍ରଦ୍ଧାଳୁ

ବରଗଡ :- ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରାକୃତିକ ପରିବେଶ ପାଇଁ ଯେତେ ପ୍ରସିଦ୍ଧ , ମହାପ୍ରଭୁଙ୍କ ମହାପ୍ରସାଦ ପାଇଁ ମଧ୍ୟ ସେତିକି ପ୍ରସିଦ୍ଧ । ମନ୍ଦିର ପରମ୍ପରା ଓ ନୀତି ଅନୁସାରେ ପ୍ରତ୍ୟେକ ଦିନ ସକାଳେ ମହାପ୍ରଭୁଙ୍କ ନିକଟରେ ଖେଚୁଡ଼ି ଭୋଗ , ଦିପହରେ ଅନ୍ନ ଭୋଗ ,ସନ୍ଧ୍ୟା ରେ ଫଳ ଭୋଗ ଓ ରାତ୍ରିରେ ପୁନର୍ବାର ଅନ୍ନ ଭୋଗ ଲାଗି ପ୍ରସାଦ ଶ୍ରଦ୍ଧାଳୁ ମାନଙ୍କୁ ବିତରଣ କରିଦିଆଯାଏ । ମୁଖ୍ୟତଃ ଦିନ ବାରଟା ସମୟରେ ପ୍ରତ୍ୟେକ ଦିନ ହରିହର ପଙ୍ଗତ ମାଗଣାରେ ଶ୍ରଦ୍ଧାଳୁ ମାନଙ୍କୁ ବିତରଣ କରାଯାଏ । ହରିହର ପଙ୍ଗତ ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ପରିସରରେ ବସେଇ ପତ୍ରରେ ଖାଇବାକୁ ଦିଆଯାଏ । ଏହି ପରମ୍ପରା ବହୁ ପୁରୁଣା । ହେଲେ ମହାମାରୀ କୋରୋନା କାଳରେ ପ୍ରଶାସନ ତରଫରୁ ହରିହର ପଙ୍ଗତ ବିତରଣ ଉପରେ କଟକଣା ରହିଥିଲା । ଯଦିଓ ଗତ ବର୍ଷ ଜୁଲାଇ ରୁ ସେପ୍ଟେମ୍ବର ର କିଛିଦିନ କଟକଣା ଲାଘବ କରାଯାଇ ଥିଲା । ତାପରେ ପୁଣି କଟକଣା ଲାଗିଯିବା ପରେ ମହାପ୍ରସାଦ ବିତରଣ ବନ୍ଦ ରହିଥିଲା । ହେଲେ ଆଜି ମହାପ୍ରଭୁଙ୍କ ଅସୀମ କୃପା ଓ ପ୍ରଶାସନ ର ଆଦେଶ କ୍ରମେ ପୁନର୍ବାର ହରିହର ପଙ୍ଗତ ବିତରଣ ଆରମ୍ଭ ହୋଇଛି । ଦୀର୍ଘ ଦିନ ପରେ ମହାପ୍ରଭୁଙ୍କ ପ୍ରସାଦ ପାଇବା ପରେ ଶ୍ରଦ୍ଧାଳୁ ମାନଙ୍କର ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଥିବା ବେଳେ , ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ବିତରଣ କରି ମନ୍ଦିର ସେବାୟତ ମାନେ ଆନନ୍ଦିତ ଅନୁଭବ କରୁଥିବା ଲକ୍ଷ କରାଯାଉଛି । ତେବେ ବର୍ତମାନ ଧୀରେ ଧୀରେ କଟକଣା କୋହଳ ହେଉଥିବା କାରଣରୁ ମନ୍ଦିର ପ୍ରଶାସନ ର କାମ ଓ ସେବା ମଧ୍ୟ ଠିକ ଭାବରେ ସମ୍ପାଦନ କରାଯାଉଛି । ପ୍ରଶାସନ ର ନିର୍ଦେଶ ତଥା ଆବଶ୍ୟକୀୟ ଗାଇଡ ଲାଇନ ର ଅନୁପାଳନ କରି ଶ୍ରଦ୍ଧାଳୁ , ତୀର୍ଥଯାତ୍ରୀ ଓ ପର୍ଯଟକ ମାନଙ୍କୁ ସଠିକ ସେବା ଯୋଗାଇ ଦେବା ପାଇଁ ମନ୍ଦିର ପ୍ରଶାସନ ପ୍ରସ୍ତୁତ ରହିଛି । ଶ୍ରଦ୍ଧାଳୁ , ତୀର୍ଥଯାତ୍ରୀ ଓ ପର୍ଯଟକ ମାନେ ମଧ୍ୟ ସମସ୍ତ ନିୟମା ବଳିର ପାଳନ କରନ୍ତୁ ବୋଲି ଶ୍ରୀ ଶ୍ରୀ ନୃସିଂହନାଥ ଟ୍ରଷ୍ଟ ବୋର୍ଡ ର କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ କହିଛନ୍ତି ।।

0
0
0
s2sdefault