ହେଡଲାଇନସ୍:

ଭିଜିଲାନ୍ସ ଜାଲରେ ପଦ୍ମପୁର ଏନଏସିର ଟିକସ କଲେକ୍ଟର ଦୀନବନ୍ଧୁ ପଣ୍ଡା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର/ ସମ୍ବଲପୁର : ଜଣେ ବ୍ୟକ୍ତିଙ୍କ ଠାରୁ ୨୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପଦ୍ମପୁର ଏନଏସିର ଟିକସ କଲେକ୍ଟର ଶ୍ରୀ ଦୀନବନ୍ଧୁ ପଣ୍ଡା | ହୋଲଡିଂ ନମ୍ବର ପରିବର୍ତ୍ତନ ଏବଂ କ୍ରୟ ହୋଇଥିବା କୋଠା ଉପରେ ବାର୍ଷିକ ହୋଲ୍ଡିଂ ଟ୍ୟାକ୍ସ ହ୍ରାସ ପାଇଁ ଅଭିଯୋଗକାରୀଙ୍କ ଠାରୁ ୨୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଶ୍ରୀ ପଣ୍ଡାଙ୍କୁ ପୁରା ଲାଞ୍ଚ ଟଙ୍କାକୁ ଜବତ କରାଯାଇଛି। ଏହାସହିତ ବରଗଡ ଜିଲ୍ଲାର 2 ଟି ସ୍ଥାନରେ ଶ୍ରୀ ପଣ୍ଡାଙ୍କ ସମ୍ପତ୍ତି ଉପରେ ଭିଜିଲାନ୍ସ ଏକକାଳୀନ ଘର ସର୍ଚ୍ଚ ଜାରିରଖିଛି ।
ଏହି କ୍ରମରେ ସମ୍ବଲପୁର ଭିଜିଲାନ୍ସ କେସ୍ ନଂ 05 dt.16.02.2022 U / s 7 P.C. (ସଂଶୋଧନ) ଅଧିନିୟମ, 2018 ପଞ୍ଜିକୃତ କରାଯାଇ ଶ୍ରୀ ପଣ୍ଡାଙ୍କ ବିରୋଧରେ ତଦନ୍ତ ଚାଲିଛି। ସବିଶେଷ ବିବରଣୀ ଆଗକୁ ପ୍ରକାଶ କରାଯିବ |

0
0
0
s2sdefault