ଭୁବନେଶ୍ୱର : ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ବିରୋଧରେ ଗୁରୁତର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା ବିଜେଡି । ଏଥିନେଇ ଆଜି ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜେଡି ପ୍ରତିନିଧି ଦଳ ।
କମିଶନଙ୍କ ନିକଟରେ କରିଥିବା ଅଭିଯୋଗରେ ବିଜେଡି ଉଲ୍ଲେଖ କରିଛି ଯେ ଆଜି ଗଂଜାମ ଜିଲ୍ଲା ଗୋଳନ୍ଥରାର ସରକାରୀ ହାଇସ୍କୁଲ ପରିସରରେ ବିଜେପି ଜିଲ୍ଲା ସଭାପତି ଏକ ଦଲୀୟ ସଭା ସହିତ ଭୋଜିର ଆୟୋଜନ କରିଥିଲେ । ଯାହାକି ନିର୍ବାଚନ ଆଚରଣ ବିଧିର ଚରମ ଉଲ୍ଲଙ୍ଘନ । ଖାଲି ସେତିକି ନୁହେଁ, ପ୍ରଚାର ବାରଣ / କଟକଣା ଥିବା ସତ୍ତ୍ୱେ ଆଜି ସନ୍ଧ୍ୟା 7ଟା ପରେ ମଧ୍ୟ କନିସିଠାରେ ଶ୍ରୀ ଜେନା ନିଜ ସମର୍ଥକଙ୍କ ଗହଣରେ ପ୍ରଚାର ଜାରି ରଖିଥିଲେ । ଏ ସମସ୍ତ ଅଭିଯୋଗ ସମ୍ପର୍କିତ ପ୍ରମାଣ ମଧ୍ୟ ବିଜେଡି ପକ୍ଷରୁ କମିଶନ ନିକଟରେ ଦାଖଲ କରାଯିବା ସହ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେଡି ପ୍ରତିନିଧି ଦଳ ଦାବି କରିଥିଲେ । ଶ୍ରୀ ଲେନିନ ମହାନ୍ତିଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳରେ ମଧୁସ୍ମିତା ନାୟକ, ଇପ୍ସିତା ସାହୁ ଓ ଜ୍ୟୋସ୍ନାମୟୀ ପରିଡା ପ୍ରମୁଖ ସାମିଲ ଥିଲେ |
ରାଜ୍ୟ
ବିଜେପି ଜିଲ୍ଲା ସଭାପତିଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା ବିଜେଡି
- Hits: 365