ବରଗଡ :- ଆଜି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ସାରି ଯାଇଛି । ଆଜି ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଳକ ଓ ଝାରବନ୍ଧ ବ୍ଳକରେ ମତଦାନ କରିଥିଲେ ଭୋଟର । ପାଇକମାଲ ବ୍ଳକର ୨୨ ଗୋଟି ପଞ୍ଚାୟତରେ ୨୭୪ ଗୋଟି ମତଦାନ କେନ୍ଦ୍ରରେ ସମୁଦାୟ ୭୭.୩୪ ପ୍ରତିଶତ ଭୋଟର ନିଜର ମତ ସାବ୍ୟସ୍ତ କରିଥିବା ଜଣାପଡ଼ିଛି ।ଭୋଟର ମାନେ କିପରି ସୁରକ୍ଷିତ ମତଦାନ କରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବାର ନିୟମ ରହିଛି । ହେଲେ ପାଇକମାଲ ବ୍ଳକର ବିଭିନ୍ନ ମତଦାନ କେନ୍ଦ୍ରରେ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଅଧିକାଂଶ ମତଦାନ କେନ୍ଦ୍ରରେ ଲୋକଙ୍କ ପାଇଁ ଛାଇର ବ୍ୟବସ୍ଥା ମଧ୍ୟ କରାଯାଇନଥିବା ବେଳେ ଲୋକେ ଘଣ୍ଟା ଘଣ୍ଟା ଖରାରେ ଛିଡା ହୋଇଥିବା ଦେଖିବାକୁ ମିଳିଥିବା ବେଳେ ଅଧିକାଂଶ ସ୍ଥାନରେ ପିଇବା ପାଣିର ବ୍ୟବସ୍ଥା ନଥିଲା । ବିକଳାଙ୍ଗ , ରୋଗୀ ତଥା ବୄଦ୍ଧା ମାନଙ୍କ ପାଇଁ ହ୍ବିଲଚେୟାର ବ୍ୟବସ୍ଥା କରାଯାଇଛି ହେଲେ ଅନେକ ସ୍ଥାନରେ ଏହିଭଳି ଲୋକଙ୍କୁ ହୁଇଲଚେୟାର ପରିବର୍ତେ ଲୋକେ ବୋହିକି ନେଉଥିବା ଦେଖା ଯାଇଛି । ଲୋକଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଥିବା ବେଲେ ପାଇକମାଲ ରେ ନିୟୋଜିତ ଅଧିକାରୀ ମାନେ ଆଦେଶକୁ ଖିଲାଫ କରିଥିବା ଭଲି ମନେ ହେଉଛି । ପ୍ରଥମେ ସମୟ କମ ସହିତ ମତଦାନ କେନ୍ଦ୍ର ଗୁଡିକରେ ହେଉଥିବା ଅହେତୁକ ବିଳମ୍ବ, ଲୋକମାନେ ଖରାରେ ଛିଡା ହୋଇ ମତଦାନ ନ କରି ଫେରି ଯାଉଥିବା ମଧ୍ୟ ଦେଖିବାକୁ ମିଲିଛି ।ଅଧିକାଂଶ ମତଦାନ କେନ୍ଦ୍ର ରେ ପ୍ରିଜାଡିଙ୍ଗ ଅଫିସର ନିର୍ବାଚନ କୁ ଅତି ହାଲୁକା ଭାବରେ ପରିଚାଳନା କରୁଥିବାର ଅଭିଯୋଗ ହୋଇଛି I ଘଣ୍ଟା ଘଣ୍ଟା ଧରି ଲାଇନ ରେ ଛିଡା ହୋଇ ମଧ୍ୟ ଲୋକ ମାନେ ଭୋଟ ନ ଦେବା ଯୋଗୁଁ ଅସନ୍ତୋଷ ପ୍ରକାଶ କରିଥିଲେ I ପାଇକମାଳ ବିଡ଼ିଓ ସାଙ୍ଗରେ ଅନ୍ୟ ଅଫିସର ମାନେ ଫୋନ ମଧ୍ୟ ରିସିଭ କରୁନଥିବାର ଦିନ ତମାମ ଅଭିଯୋଗ ହୋଇଛି I ହେଲେ ସବୁଠୁ ଅସ୍ୱସ୍ତି କର ବିଷୟ ହେଲାଯେ ପୋଲିସ ପ୍ରଶାସନର ତତ୍ପରତା କାରଣରୁ ଶାନ୍ତି ପୂର୍ଣ୍ଣ ଭାବରେ ସମ୍ପାଦନ ହୋଇଛି ପ୍ରଥମ ପର୍ଯ୍ୟାୟ ର ମତଦାନ ।
ରାଜ୍ୟ
ଅବ୍ୟବସ୍ଥା ଭିତରେ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହେଲା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ
- Hits: 898