ଭୁବନେଶ୍ୱର: କ୍ୟାନ୍ସର ବ୍ୟତୀତ ଅନେକ ରୋଗର ଅତ୍ୟାଧୁନିକ ଚିକିତ୍ସା ପ୍ରଦାନ ନିମନ୍ତେ ଓଡ଼ିଶାରେ ଏକ ରିଜେନେରେଟିଭ୍ ମେଡିସିନ୍ ସେଂଟର ଆରମ୍ଭ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ଆୟର୍ଲ୍ୟାଣ୍ଡରେ ଅବସ୍ଥାପିତ ବିଶିଷ୍ଟ ଗ୍ୟାଷ୍ଟେ୍ରାଏନ୍ଟେରୋଲୋଜିଷ୍ଟ ପ୍ରଫେସର ଦିଲ୍ଲୀପ ମହାପାତ୍ର ।
ଆୟର୍ଲ୍ୟାଣ୍ଡର ଡୁଣ୍ଡାଲ୍କ ସ୍ଥିତ ଲୁଗ୍ ମେଡିକାଲ୍ ସେଂଟରର ନିଦେ୍ର୍ଧଶକ ତଥା ଲଣ୍ଡନ୍ ସ୍ଥିତ ବଲ୍ସବି୍ରଜ୍ ବିଶ୍ୱବିଦ୍ୟାଳୟ କଲେଜର କୁଳପତି ପ୍ରଫେସର ମହାପାତ୍ର ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ଭେଟିବା ସହ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ସୋଆ ସହଭାଗିତାରେ ଏକ ରିଜେନେରେଟିଭ୍ ମେଡିସିନ୍ କେନ୍ଦ୍ର ସ୍ଥାପନ ନେଇ ଆଲୋଚନା କରିଛନ୍ତି ।
“ଆମେ ପ୍ରାଥମିକ ସ୍ତରରେ ଏହି ପ୍ରୋଜେକ୍ଟ ସମ୍ପର୍କରେ ଆଲୋଚନା କରିଛୁ । ସୋଆରେ ରିଜେନେରେଟିଭ୍ ମେଡିସିନ୍ର ଏକ ଛୋଟ ୟୁନିଟ୍ ରହିଛି ଏବଂ ଏହାର ସଂପ୍ରସାରଣ ନିମନ୍ତେ ଅନେକ ସୁଯୋଗ ରହିଛି ବୋଲି କହିଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ପ୍ରଫେସର ମହାପାତ୍ର । ସେ ପଲମୋନାରୀ ମେଡିସିନର ମଧ୍ୟ ଜଣେ ବିଶେଷଜ୍ଞ ଅଟନ୍ତି ।
ରିଜେନେରେଟିଭ୍ ମେଡିସିନ୍ ହେଉଛ ମେଡିସିନର ଏକ ଶାଖା ଯେଉଁଥିରେ କି ନଷ୍ଟ ହୋଇଯାଇଥିବା ସେଲ୍, ଟିସୁ୍ ଏବଂ ଅଂଗ ଗୁଡ଼ିକର ବିଭିନ୍ନ ପ୍ରକ୍ରିୟାରେ ପୁର୍ନବିକାଶ, ମରାମତି କିମ୍ବା ପରିବର୍ତନ କରାଯାଇଥାଏ । ଏଥି ସହିତ ଥେରାପୁ୍ୟଟିକ୍ ଷ୍ଟେମ୍ ସେଲ୍ ବ୍ୟବହାର, ଟିସୁ ଇଞ୍ଜିନିୟରିଂ ଏବଂ କୃତ୍ରିମ ଅଂଗ ପ୍ରସ୍ତୁତ କରିବା କାର୍ଯ୍ୟ କରାଯାଏ ।
ପ୍ରଫେସର ମହାପାତ୍ର ଆୟର୍ଲ୍ୟାଣ୍ଡରେ ଏକ ରିଜେନେରେଟିଭ୍ ମେଡିସିନ୍ କେନ୍ଦ୍ର ପରିଚାଳନା କରୁଛନ୍ତି । ସେ କହିଛନ୍ତି ଯେ ଷ୍ଟେମ୍ ସେଲ୍ ଗୁଡ଼ିକ କେବଳ କ୍ୟାନ୍ସର ଚିକିତ୍ସା ପାଇଁ ବ୍ୟବହାର କରାଯାଏ ନାହିଁ ବରଂ ମସ୍ତିଷ୍କରେ ଆଘାତ, ରେଟିନାରେ ସମସ୍ୟା, ପୋଡି ଯାଇଥିବା ଚର୍ମର ନବୀକରଣ ଏବଂ ଆଣ୍ଠୁ ସମସ୍ୟାର ଚିକିତ୍ସାରେ ମଧ୍ୟ ଉପଯୋଗୀ ହୋଇଥାଏ ।
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭଳି ପ୍ରତିଷ୍ଠିତ ସ୍ୱାସ୍ଥ୍ୟସେବା ଆବୁସ୍ଥାନ ସହିତ ସହଭାଗିତାରେ କାର୍ଯ୍ୟ କରିବା ଏକ ଆନନ୍ଦର ବିଷୟ ଏବଂ ସୋଆ କର୍ତୃପକ୍ଷ ମଧ୍ୟ ଏ ଦିଗରେ ଖୁବ୍ ଆଗ୍ରହୀ ଥିବା ସେ କହିଛନ୍ତି । ଜଣେ ଓଡ଼ିଆ ଭାବେ ସେ ରାଜ୍ୟର ଲୋକମାନଙ୍କ ପାଇଁ କିଛି କରିବାକୁ ଇଚ୍ଛୁକ ବୋଲି କହିଛନ୍ତି ।
ପ୍ରଫେସର ନାୟକଙ୍କ ସହ ଆଲୋଚନା ସମୟରେ ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋସର୍ଜନ୍ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ପ୍ରୋଭାଇସ୍ ଚ୍ୟାନସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ପ୍ରୋଭାଇସ୍ ଚ୍ୟାନସେଲର ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଉପସ୍ଥିତ ଥିଲେ । |
ରାଜ୍ୟ
ଓଡ଼ିଶାରେ ରିଜେନେରେଟିଭ୍ ମେଡିସିନ୍ କେନ୍ଦ୍ର ଖୋଲିବା ନେଇ ଆୟର୍ଲ୍ୟାଣ୍ଡର ଡାକ୍ତର ଆଗ୍ରହୀ
- Hits: 395