ହେଡଲାଇନସ୍:

ମୋହନାରେ ଶେଷ ଦିନରେ ତିନି ଦଳର ଦମଦାର ପ୍ରଚାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ମୋହନା ବ୍ଳକରେ ରହିଛି ୩ଟି ଜିଲ୍ଲା ପରିଷଦ ଆସନ । ୨୦୧୭ ନିର୍ବାଚନରେ ୮ ନମ୍ବର ଅଡବା ଜୋନରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ୯ ନମ୍ବର ମୋହନା ଜୋନରେ ବିଜେପି ଦଳରୁ ଅନିତାରାଣୀ ବେହେରା ଓ ୧୦ ନମ୍ବର ଜୋନରୁ ବିଜେଡିର ସ୍ନିଗ୍ଧାରାଣୀ ରଣସିଂ ବିଜୟ ଲାଭ କରିଥିଲେ।
ବୁଧବାର ଦିନ ମୋହନା ନିର୍ବାଚନ ମଣ୍ଡଳୀରେ ହେବ ପ୍ରଥମ ପର୍ଯ୍ୟାୟ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ । ୩ଟି ଦଳର ପ୍ରାର୍ଥୀ, ନେତା ଓ କର୍ମୀ ଗଡ ରକ୍ଷାକୁ ନେଇ ଜୋରସୋରରେ ପ୍ରସ୍ତୁତି ଚଲାଇଛନ୍ତି। ସୋମବାର ପ୍ରଚାରର ଶେଷ ଦିନ ହୋଇଥିବାରୁ ୩ଟି ଦଳର ପ୍ରଚାର ମୋହନା ବଜାରକୁ ନାରାବାଜିରେ ପ୍ରକମ୍ପିତ କରିଦେଇଥିଲା। ବିଜେଡିର ଚନ୍ଦ୍ର ମଳିକ, ବିଜେପିର ସସ୍ମିତା ମଳିକ ଓ କଂଗ୍ରେସ ଦଳର ରାଜୀବ ମଳିକ ୯ ନମ୍ବର ମୋହନା ଜୋନରୁ ପ୍ରତି ଦ୍ୱନ୍ଦିତା କରୁଥିବା ବେଳେ ୮ ଜୋନରୁ କଂଗ୍ରେସର ରୀନା ପ୍ରଧାନ ,ବିଜେପିର ବାସ୍ତିନା ମଲ୍ଲିକ ଓ ବିଜେଡିର କୁନ୍ତଳା ମାଝି ପ୍ରତିଦ୍ଵନ୍ଦିତା କରୁଛନ୍ତି । ୧୦ ଜୋନ ଚନ୍ଦ୍ରଗିରିରୁ ବିଜେପିର ବିଶ୍ୱନାଥ ବିଷୋୟୀ ରତ଼୍, ବିଜେଡିର ସୁନିଲ ବିଷୋୟୀ, କଂଗ୍ରେସରୁ ଗୌରୀଶଙ୍କର ପ୍ରଧାନୀ ନିର୍ବାଚନୀ ମଇଦାନରେ ଅବତୀର୍ଣ୍ଣ ହୋଇ ତିନିହେଁ ମଧ୍ୟରେ ଚାଲିଛି କଡା ଟକ୍କର।
ଶେଷ ଦିନରେ ୩ଟି ଦଳ ବାଇକ, କାର ଓ ପଦଯାତ୍ରାରେ କଲେଜ ଛକରୁ ନାରାବାଜି କରି ମୋହନା ବଜାର, ସାହି ପରିକ୍ରମା କରି ଯେ ଯାହାର ଭୋଟ ଭିକ୍ଷା କରିଥିଲେ। ସେହିଭଳି ମୋହନା ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟ ପ୍ରାର୍ଥୀମାନେ ଘରକୁ ଘର ଯାଇ ଲୋକଙ୍କୁ ମିଶି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି।

0
0
0
s2sdefault