ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ: ନିର୍ବାଚନ ଜିତିବା ଆଶାରେ ସମସ୍ତ ପ୍ରାର୍ଥୀ
ବରଗଡ଼ :- ଆସନ୍ତା କାଲି ଅର୍ଥାତ ବୁଧବାର ଷୋହଳ ତାରିଖ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟ । ଇତି ମଧ୍ୟରେ ବରଗଡ଼ ଜିଲ୍ଲାର ଝାରବନ୍ଧ, ପାଇକମାଲ, ଭଟଲି ଓ ଅମ୍ବାଭନା ବ୍ଲକରେ ସୋମବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଯାଇଥିବା ବେଳେ ପ୍ରଶାସନର ପ୍ରସ୍ତୁତି ଆଜି ଶେଷ ପର୍ଯୟରେ । ଆସନ୍ତାକାଲି ବୁଧବାର ମତଦାନ ପାଇଁ ପ୍ରତ୍ୟେକ ବୁଥ କୁ ନିର୍ବାଚନ ଅଧିକାରୀ ମାନେ ପହଂଚିବା ଆରମ୍ଭ କରି ଦେଇଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ସହିତ ଆଜି ସନ୍ଧ୍ୟା ସୁଦ୍ଧା ବୁଥକୁ ପହଂଛି ନିର୍ବାଚନ କରେଇବା ପାଇଁ ପ୍ରସ୍ତୁତ ସମସ୍ତ ଅଧିକାରୀ । ଏକ ଭୟମୁକ୍ତ , ନିରପେକ୍ଷ ନିର୍ବାଚନ କରେଇବା ପାଇଁ ପୋଲିସ ପ୍ରଶାସନ ତରଫରୁ ମଧ୍ୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଥମ ପର୍ଯ୍ୟାୟ ରେ ୪ ବ୍ଲକ ଅନ୍ତର୍ଗତ ୬୭ ପଞ୍ଚାୟତର ୮୬୯ ମତଦାନ କେନ୍ଦ୍ରରେ ୨ ଲକ୍ଷ ୭୨ ହଜାର ୧୩୨ ଭୋଟର ୧୫୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏଥିପାଇଁ ୮ ଟି ପିଙ୍କ ବୁଥ ଓ ପ୍ରତି ବ୍ଲକ ମୁଖ୍ଯାଳୟ ଠାରେ ଗୋଟିଏ ଲେଖାଏଁ ୪ ଟି ବ୍ଲକ ରେ ୪ ଟି ମେଡେଲ ବୁଥରେ ମହିଳା ନିର୍ବାଚନ ଫୋଲିଙ୍ଗ ଅଧିକାରୀ ଓ ମହିଳା କର୍ମଚାରୀ ସମେତ ମହିଳା ପୋଲିସ ନିଯୁକ୍ତି ହୋଇ ନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ ୧୧୦୨ ଜଣ ୱାର୍ଡ ମେମ୍ବର , ୨୯୧ ଜଣ ସରପଞ୍ଚ ପ୍ରାର୍ଥୀ , ୧୭୯ ଜଣ ସମିତି ସଭ୍ୟ ଓ ୨୭ ଜଣ ଜିଲ୍ଲା ପରିଷଦ ସଭ୍ଯ ସଭ୍ଯା ଅବତୀର୍ଣ୍ଣ ହୋଇ ତାଙ୍କ ଭାଗ୍ଯ ନିର୍ଦ୍ଧାରଣ ହେବ ।