ହେଡଲାଇନସ୍:

ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଫେରିଲେ ଓଡିଆ ଯୁବକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଆଜି ଦୁବାଇରୁ ଫେରିଛନ୍ତି ନିଖୋଜ ହେଇଥିବା ଓଡିଆ ଯୁବକ ଅଜିତ ବିଶ୍ବାଳ| ତାଙ୍କୁ ସ୍ବଦେଶ ଫେରାଇଆଣିବା ପାଇଁ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଗତ ଜାନୁୟାରୀ ୧୨ ତାରିଖରେ ପତ୍ର ଲେଖି ଶ୍ରୀ ପଣ୍ଡା ନିବେଦନ କରିଥିଲେ |
ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅର୍ନ୍ତଗତ ଖଡିପାଳ ଗ୍ରାମର ଦିପ୍ତୀରେଖ ବିଶ୍ବାଳଙ୍କ ସ୍ବାମୀ ଅଜିତ ଦୁବାଇର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ| ଗତ ଜାନୁୟାରୀ ୧ ତାରିଖରେ ଅଜିତ ଏବଂ ତାଙ୍କ ବନ୍ଧୁ ସୁଶାନ୍ତ ସାହୁ ଉଭୟ କୋଭିଡ୍ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡିବା ପରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ | ଦୁଇ ଦିନ ଚିକିସା ପରେ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନନ୍ତରିଣ କରାଯାଇଥିଲା | ସୁଶାନ୍ତ ସୁସ୍ଥ ହେବା ପରେ ଅଜିତଙ୍କୁ ଖୋଜାଖୋଜି କରିଥିଲେ କିନ୍ତୁ ଅଜିତଙ୍କ କୌଣସି ଖୋଜଖବର ମିଳିନଥିଲା ଓ ଏନେଇ ସୁଶାନ୍ତ ଅଜିତ ପରିବାରଙ୍କୁ ଜଣାଇଥିଲେ | ପରିବାର ଲୋକ ବହୁ ଚେଷ୍ଟା କରି ବିଫଳ ହେବା ପରେ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲେଖିଥିଲେ | ଅନୁରୋଧକ୍ରମେ ଶ୍ରୀଯୁକ୍ତ ପଣ୍ଡା ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ଅଜିତ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିବେଦନ କରିଥିଲେ| ଆଜି ଭୂବନେଶ୍ବର ବିମାନ ବନ୍ଦରରେ ଅଜିତ ପହଞ୍ଚିବାପରେ ଶ୍ରୀଯୁକ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ତରଫରୁ ତାଙ୍କୁ ସ୍ବାଗତ କରାଯାଇଥିଲା| ଶ୍ରୀ ପଣ୍ଡାଙ୍କ ତ୍ବରିତ ହସ୍ତକ୍ଷେପ ପାଇଁ ଅଜିତଙ୍କ ପରିବାର ଲୋକ କୃତଜ୍ଞତା ଜଣାଇଛନ୍ତି ଏବଂ ଦୂତାବାସର ତ୍ବରିତ ପଦକ୍ଷେପ ପାଇଁ ଶ୍ରୀ ପଣ୍ଡା ରାଷ୍ଟ୍ରଦୂତଙ୍କୁ ଧନ୍ୟବାଦ ଜଣାଇଛନ୍ତି|

0
0
0
s2sdefault