ହେଡଲାଇନସ୍:

ଦୁର୍ଘଟଣା ରୁ ମଶାଣି ପର୍ଯ୍ୟନ୍ତ : ଘର ଲୋକ ପରି ସହାୟତା ଯୋଗାଇଲା ଓଡ଼ିଶା ମୋ ପରିବାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ବର (ଶାସକ ପ୍ରଶାସକ) : ବରୀ ବ୍ଲକ୍ ଅନ୍ତର୍ଗତ ମନ୍ଦାରି ପଞ୍ଚାୟତର ୬୫ବର୍ଷିୟା ବୃଦ୍ଧା ମୀରା ଜେନା ରୋଷେଇ କରୁଥିବା ସମୟରେ ଦୁର୍ଭାଗ୍ୟବଶତଃ ଶାଢିରେ ନିଆଁ ଲାଗି ଗୁରୁତର ଭାବେ ପୋଡି ହୋଇ ଯାଇଥିଲେ । ଗ୍ରାମର ସରପଞ୍ଚ ଏ ସମ୍ପର୍କରେ ସୂଚନା ପାଇ ସଙ୍ଗେସଙ୍ଗେ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ କଟକ ବଡ ମେଡ଼ିକାଲ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । ଏ ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ଯାଜପୁର ଜିଲ୍ଲା ସଂଯୋଜକ ତାଙ୍କୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ ଏବଂ ଏହି ପ୍ରକ୍ରିୟାରେ ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ସନ୍ଦୀପ ଓ ସନ୍ତୋଷ ହସ୍ପିଟାଲରେ ଉପସ୍ଥିତ ରହି ରୋଗୀକୁ ସମସ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାପାଇଁ ସାହାଯ୍ୟ କରିଥିଲେ। ଦୁର୍ଭାଗ୍ୟବଶତଃ ଗତ ଫେବ୍ରୁୟାରୀ ୧୩ତାରିଖ ଦିନ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା ।
ପରିବାର ସଦସ୍ୟ ଆର୍ଥିକ ଅନଟନରେ ଥିବାରୁ ମୃତଦେହ କଟକ ବଡ଼ ମେଡ଼ିକାଲରୁ ତାଙ୍କ ଗ୍ରାମକୁ ନେବାପାଇଁ ଯାତାୟାତ ସହାୟତା ଯୋଗାଇ ଦେବାପାଇଁ ଓଡ଼ିଶା ମୋ ପରିବାରକୁ ଅନୁରୋଧ କରିଥିଲେ । ଏହି ବିଷୟରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା ଏବଂ ମୀରାଙ୍କ ମୃତଶରୀରକୁ ତାଙ୍କ ଗ୍ରାମକୁ ସ୍ଥାନାନ୍ତର କରିବା ସମୟରେ ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ସନ୍ଦୀପ ରଥ ଓ ସନ୍ତୋଷ ଦାସ ହସ୍ପିଟାଲରେ ଉପସ୍ଥିତ ରହି ସଂଯୋଜନା କରିଥିଲେ । ମୃତଦେହ ଗ୍ରାମରେ ପହଞ୍ଚିବା ପରେ ବରି ବିଧାୟକ ଶ୍ରୀମତୀ ସୁନନ୍ଦା ଦାସ ସେଠାରେ ଉପସ୍ଥିତ ରହି ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।
ଏଭଳି ଶୋଚନୀୟ ପରିସ୍ଥିତିରେ ସହାୟତାର ହାତ ବଢାଇଥିବାରୁ ସ୍ଥାନୀୟ ବାସିନ୍ଦା ଓ ମୀରାଙ୍କ ପରିବାର ସଦସ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି ।

0
0
0
s2sdefault