ହେଡଲାଇନସ୍:

ଜଗା କଣ ନବୀନ ବାବୁଙ୍କ ପ୍ରଜା ନୁହେଁ, ତାର କଣ ବଂଚିବା ଅଧିକାର ନାହିଁ ?

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଟଙ୍କା ପାଇଁ ଅଟକୁଛି ‘ଜଗା’ର ଚିକିତ୍ସା :ବଢୁଛି ଯନ୍ତ୍ରଣା

29-07-18-jaga-photo.jpg - 108.23 kB

ଯାଜପୁର(ଜୟଶଙ୍କର ଦାଶ )   ବାପା, ମା ଅତି ଶ୍ରଦ୍ଧାରେ ନାଁ ଦେଇଥିଲେ ‘ଜଗା’ । ଦୁନିଆକୁ ଚଳାଉଥିବା ‘ଜଗା’ ନାମରେ ନାମିତ ହୋଇଥିବା ଏହି ବାଳକଟି ଅସାଧ୍ୟ ରୋଗ ସାଙ୍ଗକୁ ଅସହ୍ୟ ଯନ୍ତ୍ରଣାର ଶୀକାର ହେଲା । ରାଜ୍ୟର ଜନପ୍ରୀୟ ନବୀନ ସରକାର ସିନା ଘୋଷଣା କରିଦେଲେ ସମସ୍ତଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ହେଲେ ବିଭିନ୍ନ ସ୍ତରରେ ଏହା କେବଳ ଘୋଷଣାରେ ସୀମିତ ରହିଗଲା । ଏଥିପାଇଁ ଅର୍ଥାଭାବରେ ଜର୍ଜରିତ ଜଗାର ବାପା ଜଗାକୁ ଦେଇପାରୁ ନାହାନ୍ତି ଚିକିତ୍ସା  । ତାହା ପୁଣି ଏସ.ସି.ବି କଟକ ବଡଡାକ୍ତରଖାନାରେ । ଏଭଳି ଗୋଟିଏ ଗୋଟିଏ ଘଟଣାକୁ ସରକାର ଦୃଷ୍ଟାନ୍ତ ଭାବେ ଗ୍ରହଣ କଲେ ସରକାରଙ୍କ ଘୋଷଣା ବାସ୍ତବରେ ପରିଣତ ହେବାର ବାଟ ଫିଟନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

ଜଗାର ଘର ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅଞ୍ଜିରା ପଂଚାୟତର ଭେଜିଗୋଠ । ବାପା ସୁବାଷ ପ୍ରଧାନ ପଥର ବାଡେଇ ପେଟ ପୋଷନ୍ତି ।  ଗରୀବ ଭାବେ ବି.ପି.ଏଲ ତାଲିକାଭୁକ୍ତ ହେବା ସହ ରାସନକାର୍ଡ ବି ପାଇଛନ୍ତି । ମାତ୍ର ୮ ବର୍ଷର ଏହି ବାଳକ କୌଣସି କାରଣରୁ ପେଟ ଏବଂ ପରିଶ୍ରାଗାର ଫୁଲିବା ସହ ଅସହ୍ୟ ଯନ୍ତ୍ରଣା ପାଇଲେ । ବାପା, ମା ଅନେକବାର କଟକ ବଡଡାକ୍ତରଖାନା ନେବା ସହ ଚିକିତ୍ସା ସେବା ପାଇବା ପାଇଁ ଚେଷ୍ଟା କରିଛନ୍ତି । ହେଲେ ସବୁଥର ଆବଶ୍ୟକ ମୁତାବକ ଚିକିତ୍ସା ମିଳିନାହିଁ । ଅନେକବାର ଚିକିତ୍ସା କରୁଥିବା ଡାକ୍ତରମାନେ ବେସରକାରୀ ଚିକିତ୍ସା  କେନ୍ଦ୍ରକୁ ନେବା ପାଇଁ ପରିସ୍ଥିତି ସୃଷ୍ଟି କରିଛନ୍ତି । ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରି ବ୍ୟାପକ ଖର୍ଚ୍ଚାନ୍ତ ହେବା ପରେ ପୁଣି ଜଗାକୁ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଛି । ଜଗାର କିଡନ ଅଚଳ ଥିବା ବେଳେ ତାକୁ ସେଠାରେ ଆଡମିଶନ କରି ଚିକିତ୍ସା କରାଯିବା ପରିବର୍ତ୍ତେ ଗରୀବ ବାପା, ମାକୁ ପୁଣି କଟକ ବଡଡାକ୍ତରଖାନାର ଡାକ୍ତର ଫେରାଇ ଦେଲେ । ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ବିଭିନ୍ନ ପରୀକ୍ଷା ପାଇଁ ବେସରକାର ପରୀକ୍ଷା କେନ୍ଦ୍ରକୁ ଯିବାକୁ ପରୋକ୍ଷରେ ବାଧ୍ୟ ବି କଲେ । ନିଦାନ ଯୋଜନା ମାଧ୍ୟମରେ ସମସ୍ତ ରୋଗ ନିରୂପଣ ପରୀକ୍ଷା ମାଗଣାରେ କରାଯାଉଛି ବୋଲି ଟିକେଟରେ ଉଲ୍ଲେଖ ଥିବାବେଳେ ଏଠାରେ ଜଗାର ପରୀକ୍ଷା ନିରୀକ୍ଷା କରିବାକୁ ବେସରକାରୀ ସଂସ୍ଥା ନିକଟକୁ କାହିଁକି ପଠାଗଲା? ସେହିପରି ନିରାମୟରୁ ଔଷଧ ମିଳୁ ନଥିବାରୁ ଗରୀବ ରୋଗୀଟି ମଧ୍ୟ ଦୋକାନରୁ ଔଷଧ କିଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଏଥିନେଇ ଧର୍ମଶାଳାର ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବଙ୍କୁ ପତ୍ର ଦେଇ ସରକାରଙ୍କ ସ୍ୱାସ୍ଥ୍ୟସେବାକୁ ବାଟବଣା କରାଯିବା ନେଇ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ  ସହ ଜଗାକୁ କଟକ ବଡଡାକ୍ତରଖାନାରେ ଆଡମିଶନ କରାଯାଇ ସ୍ୱାସ୍ଥ୍ୟସେବା ପ୍ରଦାନ, ଓ.ଏସ.ଟି.ଏଫରୁଚିକିତ୍ସା  ପାଇଁ ସହାୟତା ପ୍ରଦାନ ବ୍ୟବସ୍ଥା କରାଯିବାକୁ ଦାବି କରିଛନ୍ତି । 

0
0
0
s2sdefault