ହେଡଲାଇନସ୍:

ବାଃ ବାଃ ରେ ସରକାରଙ୍କ ଡିଜିଟାଲ ସେବା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

• ଅଭିଯୋଗ କରି କରି ହତାଶ  ହେଲେ ବସ୍ତିଙ୍ଗିଆ ବାସି l

• ବସ୍ତିଙ୍ଗିଆ ଠାରେ ମୋବାଇଲ ଟାୱାର ସ୍ଥାପନ ପାଇଁ ଦାବି l

କନ୍ଧମାଳ/ ଗଗନ କୁମାର ପ୍ରଧାନ : ଏବେ ବି ଡିଜିଟାଲ ସେବା ରୁ  ବଂଚିତ ଚକାପାଦ ବ୍ଲକର ବସ୍ତିଙ୍ଗିଆ ଗ୍ରାମ ପଞ୍ଚାୟତ | ସୂଚନା ଅନୁସାରେ ୨୦୦୦ ରୁ ଉର୍ଧ ଜନ ସଂଖ୍ୟା କୁ ନେଇ ଗଠିତ ବସ୍ତିଙ୍ଗିଆ ଗ୍ରାମ ପଞ୍ଚାୟତ l ଏହି ପଞ୍ଚାୟତରେ ରହିଅଛି ଗୁଡ଼ରିଗାଁ, ଶୁଣ୍ଢୀ ସହି, ତାରାପୁଟ, ମୁସୁଗୁଡା, ମୁର୍ଗୀଗୁଡା, ନୂଆ ସହି, ଦଳଗାଁ  ମଳଗାଁ, ଘୋଡାଗା, ବ୍ରୁଟୁଙ୍ଗ, ରେଢ଼ାସିଂ ସମେତ ୧୦ ରୁ ଉର୍ଧ ଗ୍ରାମ ଏହି ପଞ୍ଚାୟତ ରେ ରହିଅଛି l ଚକାପାଦ ବ୍ଲକ କାର୍ଯ୍ୟାଳୟ ବର୍ତମାନ ପର୍ଯ୍ୟନ୍ତ ଏହି ପଞ୍ଚାୟତ ଠାରେ ରହିଅଛି l ଅଂଚଳ ବlସି ଓ ବ୍ଲକ କାର୍ଯ୍ୟାଳୟ ର କର୍ମକର୍ତାଙ୍କୁ ସରକାରଙ୍କ ତରଫରୁ ବର୍ତମାନ ସୁଦ୍ଧା ମୋବାଇଲ ସେବା ଯୋଗେଇ ଦିଆଯାଇନଥିବାର ଅଂଚଳ ବlସି ଅଭିଯୋଗ କରିଛନ୍ତି l ଯାହାପାଇଁ ଅଂଚଳ ବlସି ନାହିଁନଥିବା ସମସ୍ୟା ର ସମ୍ମୁଖୀନ ହେଉଛନ୍ତି l ସରକାର କନ୍ଧମାଳ ଜ଼ିଲ୍ଲା ର କୋଣ ଅନୁକୋଣ ରେ ଡିଜିଟାଲ ସେବା ପହଞ୍ଚେଇଥିବା  କହୁଥିବା ବେଳେ ଟିକାବାଲି ସହର ଠାରୁ ମାତ୍ର ୭କି.ମି ଦୂର ବସ୍ତିଙ୍ଗିଆ ପଞ୍ଚାୟତ ଠାରେ ମୋବଇଲ ଟାୱାର ନଥିବା ସରକାରଙ୍କ ଯୋଜନା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି l ତେଣୁ ଚକାପାଦ ବ୍ଲକ ର ମୁଖ୍ୟ କାର୍ଯାଳୟ ବା ବସ୍ତିଙ୍ଗିଆ ଗ୍ରାମ ପଞ୍ଚାୟତ ଠାରେ ଏକ ଟାୱାର ଯଥା ସମ୍ଭବ ସ୍ଥାପନ ପାଇଁ ସାଧାରଣ ରେ ଦାବି ହେଉଛି l ଘଟଣା ସମ୍ପର୍କରେ ଅଂଚଳ ବlସି ଜ଼ିଲ୍ଲାପାଳ, ଦୂର ସଂଚାର ବିଭାଗର ଜ଼ିଲ୍ଲା ମୁଖ୍ୟଙ୍କୁ ବାରମ୍ବାର ଜଣେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ବସ୍ତିଙ୍ଗିଆ ବlସି ସୂଚନା ଦେଇଛନ୍ତି l

 

0
0
0
s2sdefault