ହେଡଲାଇନସ୍:

 ବିଭିନ୍ନ ଅନୁଷ୍ଠାନର ସହଯୋଗରେ ବ୍ୟାପକ  ଚାରା ରୋପଣ କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ

 ପାରଳାଖେମୁଣ୍ଡି ସ୍ଥିତ ମହିଳା ମହାବିଦ୍ୟାଳୟ ପରିସରରେ ପୌରପାଳିକା ପକ୍ଷରୁ ବିଭିନ୍ନ ଅନୁଷ୍ଠାନର ସହଯୋଗରେ ବଡ ଧରଣର ଏକ ଚାରାରୋପଣ ସାମୁହିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହିଳା  ମହାବିଦ୍ୟାଳୟ ପରିସର ସମେତ ପୌରପାଳିକାର ୧୫ ଓ ୧୬ ନଂ ଵାର୍ଡର ବିଭିନ୍ନ ସ୍ଥାନରେ ଶତାଧିକ ସଂଖ୍ୟାରେ କଦମ୍ୱ, ବାହାଡା,ହରିଡା,ଅଁଳା, ରାଧାଚୁଡା, ଶାଗୁଆନ ପ୍ରଭୃତି ପ୍ରଜାତିର ଚାରା ରୋପଣ କରାଯାଇଥିଲା ।

ଏହି ସାମୁହିକ ଚାରାରୋପଣ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତଥା ଏସ.ପି ଅମୂଲ୍ୟ କୁମାର ଦାଶ ପ୍ରଥମେ ଚାରାରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ  କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରେ ଜିଲ୍ଲାର ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ପୁର୍ବତନ ବିଧାୟକ କେ.ନାରାୟଣ ରାଓ, ପୌର ପରିଷଦର ନଗରପାଳିକା ଏମ ଲଳିତା, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ  ଅନାମ ଚରଣ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ  ଚାରା ରୋପଣ କରିଥିଲେ ।ଏସ ପି ଶ୍ରୀ ଦାଶ ପରିବେଶକୁ ସନ୍ତୁଳିତ ରଖିବା ଦିଗରେ ଚାରାରୋପଣ ଆବଶ୍ୟକତା, ବୃକ୍ଷର ସୁରକ୍ଷା ଏବଂ ଏହାର ଉପକାରୀତା ଉପରେ କହିଥିଲେ ।

ପୌରପାଳିକାର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ସମେତ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ବିଭାଗୀୟ କର୍ମଚାରୀ, ବିଜୁ ଯୁବ ବାହିନୀ, ମହିଳା ମହାବିଦ୍ୟାଳୟର ଏନ.ସି.ସି, ରେଡକ୍ରସ, ଏନ.ଏସ୍‍.ଏସ୍‍ ପ୍ରମୁଖଙ୍କ ପ୍ରତ୍ୟକ୍ଷ ସହ ଯୋଗରେ ଅନୁଷ୍ଠିତ ହୋଇଥିଲା । ଏତଦ ବ୍ୟତୀତ ବନ ରେଞ୍ଜର ଏମ ନରସିଂହମ୍‍ ଓ ଅନ୍ୟାନ୍ୟ ବନ ବିଭାଗ କର୍ମଚାରୀ ମାନେ ବିଶେଷ ସହଯୋଗ ଯଥା ଗାତ ଖୋଳିବା ଚାରାରୋପଣ ପାଇଁ ଗୋଟିଏ ଗଛରୁ ଅନ୍ୟ ଗଛର ଦୂରତା , କ୍ଷତସାର ପ୍ରଭୃତି ଉପରେ ସହଯୋଗାଇ ଦେଇଥିଲେ ।

0
0
0
s2sdefault