ହେଡଲାଇନସ୍:

ପ୍ରିନ୍ସିପାଲ ହୋଇ ଆପଣ ଏମିତି କରିବେ,  ଇଏ କଣ ମୁରବିପଣିଆ ?

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 à¬ªà­à¬°à¬¿à¬¨à­à¬¸à¬¿à¬ªà¬¾à¬² ହୋଇ ଆପଣ ଏମିତି କରିବେ,  ଇଏ କଣ ମୁରବିପଣିଆ ?

କିରାଣୀଙ୍କ ଦୌରାତ୍ମ୍ୟରୁ ନ୍ୟାୟ ଦେବେ ନା ଧମକାଇବେ ପ୍ରିନ୍ସିପାଲ  ମହୋଦୟ ????

ଆଡମିଶନ ହୋଇ ନ ପାରି ଛାତ୍ର ବସିଲେ ଧାରଣାରେ

ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ) - ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଚଳିତ ବର୍ଷ ଆଡମିଶନକୁ ନେଇ ମହା ବିଶୃଙ୍ଖଳା ଦେଖା ଦେଇଛି । ବିଶେଷ କରି କଲେଜର କିରାଣୀଙ୍କ ଦୌରାତ୍ମ୍ୟ ଯୋଗୁ ତାଲିକାରେ ରହି ମଧ୍ୟ ପିଲା ଆଡମିଶନ ହୋଇ ପାରି ନାହାନ୍ତି । ଆଜି ଏହି ଘଟଣାକୁ ନେଇ ଜଣେ ଛାତ୍ର ଧାରଣାରେ ବସିଥିଲେ । ଏପରିକି ଏ ନେଇ ଜିଲ୍ଲାପାଳ ଏବଂ ଜିଲ୍ଲା ଭିଜିଲାନ୍ସ ବିଭାଗକୁ ଅଭିଯୋଗ କରାଯାଇଛି । ଆଡମିଶନ ପାଇଁ ଆସୁଥିବା ଛାତ୍ରଙ୍କୁ ଲାଞ୍ଚ ମଗା ଯାଉଥିବା ବେଳେ, ଲାଞ୍ଚ ନ ଦେଲେ ଧମକ ଦିଆଯିବା ସହ ଆଡମିଶନରୁ ବଞ୍ଚିତ କରାଯାଉଛି । ଏ ନେଇ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଏପରିକି ଛାତ୍ର ଜଣଙ୍କ ଆତ୍ମାହୁତି ଦେବା ପର୍ଯ୍ୟନ୍ତ ଧମକ ଦେଇଛନ୍ତି । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆଡମିଶନ ହେବା ପାଇଁ ତିହିଡି ଥାନା ଚବିଶପଡା ଶାସନ ଗ୍ରାମର ସନ୍ତୋଷ କୁମାର ପଣ୍ଡାଙ୍କ ପୁଅ ସୌମ୍ୟରଂଜନ ଅନ ଲାଇନ ଯୋଗେ ଆବେଦନ କରିଥିଲେ । ତାଙ୍କର କଟ୍ଅଫ୍ ମାର୍କ ଚୟନରେ ସେ ସିଲେକ୍ସନ ହୋଇ ନ ଥିବା ବେଳେ ତାଙ୍କର ୱେଟିଂ ଲିଷ୍ଟରେ ରହିଥିଲା । ଯୁକ୍ତ ୩  ବିଜ୍ଞାନ ବିଭାଗର ପରିସଂଖ୍ୟାନ ଅନର୍ସ ପାଇଁ ଆବେଦନ କରିଥିବା ସୌମ୍ୟରଂଜନଙ୍କର ୱେଟିଂ ଲିଷ୍ଟରେ ୯ ନମ୍ବର ସିରିଏଲରେ ରହିଥିଲା । ଗତକାଲି ତାଙ୍କର ଆଡମିଶନ ପାଇଁ ତାରିଖ ଧାର୍ଯ୍ୟ ଥିଲା । ସୌମ୍ୟ ଆଡମିଶନ ପାଇଁ ଆସି ମାତ୍ର ୪ଟି ସିଟ ଫାଙ୍କା ଥିବା ଜାଣିବାକୁ ପାଇଥିଲେ । ସେହି ଅନୁଯାୟୀ ସେ ଅପେକ୍ଷା କରିଥିଲେ । ୱେଟିଂ ଲିଷ୍ଟରେ ଥିବା ପିଲାଙ୍କ ମଧ୍ୟରୁ ୧ନଂ, ୪ନଂ, ୬,୭,୮, ନଂ ଅନୁପସ୍ଥିତ ଥିବା ବେଳେ ୯ ନମ୍ବର ସିରିଏଲର ସୌମ୍ୟରଂଜନ ଉପସ୍ଥିତ ଥିଲେ । ୪ଟି ସିଟ ମଧ୍ୟରୁ ୨ନଂ, ୩ନଂ, ୫ନଂ ପିଲାଙ୍କୁ ୩ଟି ସିଟ ଦେଇ ସାରିବା ପରେ ୪ ନଂ ସିଟ୍ଟିକୁ ୯ ନଂ ପିଲା ଦେବା କଥା । ମାତ୍ର କଲେଜର କିରାଣୀ ଓ ଅଧ୍ୟକ୍ଷ ମଳିତ ହୋଇ ୯ନଂ ତାଲିକାରେ ଥିବା ସୌମ୍ୟରଂଜନଙ୍କୁ ଆଡମିଶନ କରି ନ ଥିଲେ । ସୌମ୍ୟରଂଜନ ଗତକାଲି କଲେଜ ବନ୍ଦ ହେବା ପର୍ଯ୍ୟନ୍ତ ଅପେକ୍ଷା କରି ଘରକୁ ଫେରିଥିଲେ । ଆଜି ଆସି ଅଧ୍ୟକ୍ଷଙ୍କୁ ଭେଟି ଆଡମିଶନ ପାଇଁ ଅନୁରୋଧ କରିଥିଲେ । ମାତ୍ର ଅଧ୍ୟକ୍ଷ ତାଙ୍କ କଥାକୁ ଶୁଣି ନ ଥିଲେ । ବାଧ୍ୟ ହୋଇ ସୌମ୍ୟରଂଜନ ଧାରଣାରେ ବସିଥିଲେ । ଅଧ୍ୟକ୍ଷ ଧମକ ଚମକ ଦେଇ ସେଠାରୁ ତାଙ୍କୁ ତଡି ଦେଇଥିବା ଅଭିଯୋଗ କରିଛନ୍ତି ସୌମ୍ୟ । ସୌମ୍ୟରଂଜନ ଏ ନେଇ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହିତ ଆଡମିଶନରେ ଅଧିକ ଜାଲିଆତି ହୋଇଥିବା ଏବଂ ଏହାର ତଦନ୍ତ ପାଇଁ ଭିଜିଲାନ୍ସକୁ ଅଭିଯୋଗ କରିଛନ୍ତି । ସୌମ୍ୟରଂଜନ ନ୍ୟାୟ ନ ପାଇଲେ କଲେଜ ପରିସରରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି । ପ୍ରକାଶ ଥାଉକି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଏହି ଆଡମିଶନକୁ ନେଇ ଗତକାଲି କଲେଜର ଜଣେ କିରାଣୀ ସ୍ୱାହା ସତ୍ୟରୂପା ମହାପାତ୍ର ନାମକ ଜଣେ ଛାତ୍ରୀଙ୍କ ଅରିଜିନାଲ ସାର୍ଟିଫିକେଟ ଚିରି ଦେଇଥିବା ଅଭିଯୋଗ ହୋଇଛି ।   

0
0
0
s2sdefault