"ଶାସକ ପ୍ରଶାସକ" ରେ ପ୍ରକାଶିତ ହେବା ପରେ ଘଟଣା ତଦନ୍ତ କଲେ ବିଡ଼ିଓ।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ସୌରଚଳିତ ପାନୀୟ ଜଳଯୋଗାଣ କାମରେ ଲାଗୁନି, ପାନୀୟ ଜଳ ପାଇଁ ହନ୍ତସନ୍ତ

କଲ୍ୟାଣସିଂ ହପୁର:ପ୍ରଦୀପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସଦର ପଞ୍ଚାୟତର ପାଟବନ୍ଧ ଗାଁରେ ସୌରଚଳିତ ପାନୀୟ ଜଳଯୋଗାଣ କାମରେ ଲାଗୁନି, ସୁଧ ପାନୀୟ ଜଳ ପାଇଁ ହନ୍ତସନ୍ତ ଖବର"ଶାସକ ପ୍ରଶାସକ" ରେ ପ୍ରକାଶ ପାଇବା ପରେ ଆଜି ବିଡ଼ିଓ ସୁଧାକର ରଇତ ପରିଦର୍ଶନରେ ଯାଇଥିଲେ । ବିଡ଼ିଓ ଶ୍ରୀ ରଇତ ଗ୍ରାମର ସମସ୍ତ ନଳକୂପ ଓ ସୌରଚଳିତ ପାନୀୟ ଜଳର ଅବ୍ୟବସ୍ଥା ଦେଖି କ୍ଷୋଭ ପ୍ରକାଶ କରିଥିଲେ ।ଘଟଣା ସ୍ଥଳରୁ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ଙ୍କୁ ଫୋନ ଯୋଗେ କ୍ଷେତ୍ରପରିଦର୍ଶନ କରୁନଥିବା କହିଥିଲେ ।ଖବର କାଗଜରେ ପ୍ରକାଶ ପାଇବ ସତ୍ତ୍ୱେ ବି ତୁମେ କାର୍ଯ୍ୟାଳୟ ରେ ବସିରହି ଥାଅ ,ମୁଁ କ୍ଷେତ୍ର ପରିଦର୍ଶନ କରିଥିବି କହିଥିଲେ ।ଏବଂ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପର କର୍ମଚାରୀ ଙ୍କୁ ମଧ୍ୟ ଘଟଣା ସ୍ଥଳରୁ ତାଗିଦ କରିଥିଲେ ।

ସୌରଚାଳିତ ର କର୍ମଚାରୀ ମାନେ ଦୁଇଦିନ ମଧ୍ୟରେ ସଜାଡି ଦେବୁ ବୋଲି ବିଡ଼ିଓଙ୍କୁ କହିଥିଲେ । ଅନ୍ୟ ନଳକୂପ କୁ ସଜାଡି ଦେଇ ପାନୀୟ ଜଳ ବ୍ୟବସ୍ଥା କରାଯିବ ବୋଲି ବିଡ଼ିଓ କହିଛନ୍ତି । ପ୍ରକାଶ ଥାଉକି ଗାଁରେ ଥିବା ୪ଟି ନଳକୂପ ଓ ବୋର ଅଚଳ ହୋଇଥିବାରୁ ପାଣି ପାଇଁ ହନ୍ତସନ୍ତ ହେଉଥିଲେ । ବର୍ତମାନ ନଳକୂପ ମରାମତି ହେଉଥିବାରୁ ଗ୍ରାମବାସୀ ଖୁସି ହୋଇଥିଲେ ।

0
0
0
s2sdefault