ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦରହା ଗ୍ରାମ କୃଷିସମବାୟ ସମିତି ରେ ଆଜି ଧାନ ମଣ୍ଡି ଆରମ୍ଭ ହୋଇ ୬ଜଣ ଚାଷୀ ଙ୍କ ଆଠଶହ ପେକେଟ ଧାନ କିଣାଯାଇଛି।ଅନ୍ୟବର୍ଷ ତୁଳନା ରେ ଏ ବର୍ଷ ଧାନ କିଣାରେ ବହୁ ବିଳମ୍ବ ହୋଇଥିବାରୁ ଚାଷୀ ମାନେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଥିଲେ।ଧାନ କିଣା ଆରମ୍ଭ ହୋଇଥିବାରୁ ସ୍ଥାନୀୟ ଚାଷୀ ମହଲରେ ଆସ୍ୱସ୍ତି ପ୍ରକାଶ ପାଇଛି।ଆଜିର ଏହି କାର୍ଯ୍ୟକ୍ରମ ରେ କୃଷିସମବାୟ ସମିତି ର କର୍ମଚାରୀ କମ୍ପ୍ୟୁଟର ଅପରେଟର ଗୋବରଧନ ସାହୁ(ନବୀନ),ସମ୍ପାଦକ ରାଧେଶ୍ୟାମ ଖର୍ଷେଲ,ବସନ୍ତ ସାହୁ,ରୀଙ୍କୁ ସାମଲ,ମିଲଏଜେଣ୍ଟ ମନୋଜ ସାହୁ,ଆର.ଏମ.ସି କର୍ମଚାରୀ ହିତେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଚାଷୀମାନେ ଉପସ୍ଥିତ ରହି ଧାନ ର ମାନ ଯାଞ୍ଚ କରିବା ସହ ଆଦ୍ରତା ପରୀକ୍ଷା କରିଥିଲେ।F.A.Q ମାନ ର ଧାନ ଆଣିବାକୁ ଚାଷୀମାନଙ୍କୁ କମ୍ପ୍ୟୁଟର ଅପରେଟର ଗୋବରଧନ ସାହୁ ପରାମର୍ଶ ଦେଇଥିଲେ ଓ ନଡ଼ିଆ ଭାଙ୍ଗି ଏହାର ଶୁଭାରମ୍ଭ କରିଥିଲେ।କୃଷିସମବାୟ ସମିତି ର କର୍ମଚାରୀ ଓ ସମସ୍ତ ଚାଷୀ ଉପସ୍ଥିତ ଥିଲେ।
ରାଜ୍ୟ
ଲଉଡିଦରହା ମଣ୍ଡିରୁ ଉଠିଲା ଧାନ।
- Hits: 977