ହେଡଲାଇନସ୍:

ସପର୍ସ ଷ୍ଟପ୍ ଆକ୍ସନ-ପ୍ୟାକଯୁକ୍ତ ‘ବର୍ଥୟେ’ ସପ୍ତାହର ପାଳନ କରୁଛି!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅବିଶ୍ୱସନୀୟ ପୁରସ୍କାର ଜିତିବାର ସୁଯୋଗ ପାଆନ୍ତୁ

ଭୁବନେଶ୍ୱର : ସପର୍ସ ଷ୍ଟପ୍ ଭାରତର ଏକ ଅଗ୍ରଣୀ ଫେସନ ଓ ବ୍ୟୁଟି ସ୍ଥଳ, ଆଜି ୩୦ ବର୍ଷରେ ପଦାର୍ପଣ କରିଛି ଓ ଏହି ଉତ୍ସାହଜନକ ଯାତ୍ରାକୁ ଏହାର ଗ୍ରାହକମାନଙ୍କ ସହିତ ପାଳନ କରିବା ପାଇଁ ପ୍ରସ୍ତୁତ ରହିଛି । ପରିବର୍ତିତ ସମୟ ସହିତ, ଏହି ବ୍ରାଣ୍ଡ ସର୍ବଦା ଗ୍ରାହକମାନଙ୍କ ପସନ୍ଦକୁ ଧ୍ୟାନ ପ୍ରଦାନ କରିଛି ଓ ଗ୍ରାହକମାନଙ୍କୁ ଏକ ଅତୁଳନୀୟ ଅନୁଭୂତି ପ୍ରଦାନ କରୁଛି । ଏହି ବ୍ରାଣ୍ଡରେ ଅନେକ ଆକର୍ଷଣୀୟ କଲେକ୍ସନର ସମ୍ଭାର ରହିଛି କିନ୍ତୁ ଏହାକୁ ସ୍ୱତନ୍ତ୍ର ଭାବରେ ୩୦ ବର୍ଷର ପୂରଣ କ୍ଷେତ୍ରରେ ପାଳନ କରାଯାଉଛି । ସମସ୍ତ ଗ୍ରାହକମାନେ ମାଲଡିଭ୍ସ ଯାତ୍ରା କରିବାର ସଯୋଗ ପାଇପାରିବେ । ଏହା ସହିତ ଆଇଫୋନ୍, ଘଂଟା, ସପିଂ ଭାଉଚର ଓ ୧୦୦୦+ ରୁ ଅଧିକ ଉପହାର ଲାଭର ସୁଯୋଗ ରହିଛି!
ସପର୍ସ ଷ୍ଟପ୍, ସର୍ବଦା ଷ୍ଟାଇଲ୍ କ୍ଷେତ୍ରରେ ଆଗରେ ରହିଛି । ଏହାର ପ୍ରଥମ ସିଟିଜେନ ସଦସ୍ୟଙ୍କୁ ପର୍ସୋନାଲାଇଜ୍ଡ ଅଫର ସହିତ ପର୍ସୋନାଲାଇଜ୍ ଭିଡିଓ ପ୍ରେରଣ କରି ଗ୍ରାହକଙ୍କ ବିଶ୍ୱସନୀୟତା ନିମନ୍ତେ ଧନ୍ୟବାଦ ଜଣାଇଛି ।
ଏହି ଅବସରରେ, ମିସ୍ ଶ୍ୱେତା ବାସୁ, କଷ୍ଟମର କେୟାର ଆସୋସିଏଟ୍ ଓ ମାର୍କେଟିଂ କମ୍ୟୁନିକେସନ ମୁଖ୍ୟ କହିଛନ୍ତି ଯେ, “ଗ୍ରାହକଙ୍କ ସନ୍ତୁଷ୍ଟିକୁ ଆମେ ସର୍ବଦା ଗୁରୁତ୍ୱ ପ୍ରଦାନ କରିଆସିଛୁ । ଏହି ୩୦ତମ ଜନ୍ମ ଅବସରରେ, ଆମେ ଆମର ଗ୍ରାହକମାନଙ୍କୁ ସେମାନଙ୍କ କ୍ରମାଗତ ସହଯୋଗ ପାଇଁ ଧନ୍ୟବାଦ ଜଣାଉଛୁ । ଆମେ ଆମର ଗ୍ରାହକଙ୍କୁ ତାଙ୍କର ଅର୍ଥର ପ୍ରକୃତ ମୂଲ୍ୟ ପ୍ରଦାନ କରିବା ସହିତ ଏକ ଅତୁଳନୀୟ ଅନୁଭୂତି ପ୍ରଦାନ କରିବା ପାଇଁ ସର୍ବଦା ନିଜର ପ୍ରଚେଷ୍ଟା ଜାରି ରଖିଛୁ ।”
୪ ରୁ ୧୨ ଡିସେମ୍ବର ମଧ୍ୟରେ ସପର୍ସ ଷ୍ଟପ୍ ପରିଦର୍ଶନ କରନ୍ତୁ ଓ ବୃହତ୍ ବର୍ଥୟେ ଉତ୍ସବରରେ ସାମିଲ୍ ହୁଅନ୍ତୁ ।

0
0
0
s2sdefault