ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ରାଜ୍ୟରେ ଏବେ ଶୀତର ଲହରୀ ଜାରୀ ରହିଛି I ଏହାର ପ୍ରଭାବରେ କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ପ୍ରବଳ ଜାଡ଼ ଅନୁଭବ ହେଉଛି I ଘୁ.ଉଦୟଗିରି ଅଞ୍ଚଳର ପାରଦ ଦିନକୁ ଦିନ ତଳକୁ ଖସୁ ଥିବାର ଅନୁମାନ କରାଯାଉଛି I ଯାହାରି ଫଳରେ ରାତି ଏବଂ ଦିନ ସାରା ପ୍ରବଳ ଜାଡ଼ ଅନୁଭବ ହେଉଛି I ଘୁ.ଉଦୟଗିରି ଠାରେ ତାପ ମାତ୍ରା ମାପକ ଯନ୍ତ୍ର ନ ଥିବାରୁ ତାପମାତ୍ରାର ସଠିକ ତଥ୍ୟ ମିଳି ପାରୁ ନାହିଁ I ପ୍ରବଳ ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି I ପ୍ରବଳ ଜାଡ ଯୋଗୁଁ ସନ୍ଧ୍ୟା ହେଲେ ଟାଟି କବାଟ ପଡ଼ିଯାଏ I ଅଞ୍ଚଳବାସୀ ଥଣ୍ଡାରୁ ରକ୍ଷା ପାଇବା ପାଇଁ ନିଆଁର ସାହାଯ୍ୟ ନେଇ ଥାନ୍ତି I ଘୁ. ଉଦୟଗିରି ଅଂଚଳରେ ବର୍ଷର ଅଧିକାଂଶ ସମୟରେ ଥଣ୍ଡା ଅନୁଭୂତ ହୋଇ ଥାଏ I ଯାହା ପାଇଁ ଘୁ.ଉଦୟଗିରିର ଗୁଡୁରିପଡ଼ି ଠାରେ ବ୍ରିଟିଶ ମିଶନାରୀମାନେ ବସତି ସ୍ଥାପନ କରିଥିଲେ I ଏହି ଭଳି ସୁନ୍ଦର ପାଗକୁ ପ୍ରଚାର ପ୍ରସାର କଲେ ଘୁ.ଉଦୟଗିରିକୁ ପର୍ଯ୍ୟଟକଙ୍କ ଆଗମନ ହେବ ଏବଂ ଘୁ.ଉଦୟଗିରିର ସୁନ୍ଦର ପାଗ ଏବଂ ସୁନ୍ଦର ଦୃଶ୍ୟ ଯଥା କାଳୀଗାଡୁ ହିଲଟପ, ସିର୍କୀ ଘାଇର , କଳିଙ୍ଗିଆ ବଟାନିକାଲ ଗାର୍ଡେନ, କଳିଙ୍ଗିଆ ଘାଟି, ମୁକୁଲିଙ୍ଗିଆ କଫି ବଗିଚା ଇତ୍ୟାଦିର ମନୋରମ ଦୃଶ୍ୟ ଲୋକଲୋଚନକୁ ଆସି ପାରିବ ଅଞ୍ଚବାସୀ ମତପ୍ରକାଶ କରିଛନ୍ତି I
ତେଣୁ ସରକାର ଘୁ.ଉଦୟଗିରିର ତାପମାତ୍ରା ସର୍ବସାଧାରଣରେ ପ୍ରକାଶ କରନ୍ତୁ ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି I ପ୍ରବଳ ଥଣ୍ଡା ହେବା ଯୋଗୁଁ ସନ୍ଧ୍ୟା ହେଲେ ସମଗ୍ର ଘୁ.ଉଦୟଗିରି ସହର ଜନଶୂନ୍ୟ ହୋଇ ଥାଏ I ସକାଳ ଏବଂ ସନ୍ଧ୍ୟ ହେଲେ ଘନ କୁହୁଡ଼ିରେ ଘୋଡେଇ ହୋଇ ଯାଏ ସମଗ୍ର ଅଞ୍ଚଳ I ଘନ କୁହୁଡ଼ି ଯୋଗୁଁ ଯାନବାହନ ଚଳାଚଳରେ ବହୁତ ସମସ୍ୟା ହେଉ ଥିବାର ଅଞ୍ଚଳ ବାସୀ କହିଛନ୍ତି I ଘୁ.ଉଦୟଗିରି ପାରଦ ୭ ଡିଗ୍ରୀ ତଳେ ତାପମାତ୍ରା ଥିବା ଅଞ୍ଚଳ ବାସୀ ଅନୁମାନ କରୁଥିବା କହିଛନ୍ତି I