ହେଡଲାଇନସ୍:

ଉପଖଣ୍ଡସ୍ତରୀୟ ସ୍ୱାଧିନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

23-07-18-inde.gif - 289.58 kB 

ପଦ୍ମପୁର( ନୀଳ ଦୀପ ) - ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ସ୍ୱାଧିନତା ଦିବସ-୨୦୧୮ ପାଳନ ଉପଲକ୍ଷେ ସୋମବାର ଦିନ ସ୍ଥାନୀୟ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଯାଇଛି  । ଉପଖଣ୍ଡସ୍ତରୀୟ ଏହି ଉସôବକୁ ସରସ, ସୁନ୍ଦର ତଥା ଶୃଙ୍ଖଳିତ ଭାବରେ ପାଳନ କରିବା ପାଇଁ ଉପଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ  । ଏହି ଦିବସରେ ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆଠାରେ ସକାଳ ୯.୧୫ମି. ସମୟରେ ଆନୁଷ୍ଠାନିକ ଭାବେ  ଜାତୀୟ ପତାକା ଉତୋଳନ କରାଯିବା ପାଇଁ ସ୍ଥିର କରାଯିବା ସହିତ ଏହି ଅବସରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଗୁଡିକ ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଥିଲା  । ଏଥି ସହିତ ଉପଖଣ୍ଡରୁ ସର୍ବୋଚ୍ଚ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା  । ଆହୁରି ମଧ୍ୟ ଉକ୍ତ ଦିବସରେ ଉପଖଣ୍ଡରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା  । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପଦ୍ମପୁର ତହସିଲଦାର ଶୁକଦେବ ବେହେରା, ସହକାରୀ ଜିଲ୍ଲାପାଳ ମାନସ ରଂଜନ ସ୍ୱାଇଁ, ଅନୀଲ କୁମାର ହୋତା, ଦିପ୍ତିମୟୀ ଭୁଏଙ୍କ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ , ସାଂସ୍କୃତିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ, 

ବୁଦ୍ଧିଜିବୀ, ସାମ୍ବାଦିକ ତଥା ସହରର ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ  । ଏହି ପ୍ରସ୍ତୁତି ବୈଠକରେ ଲଗାତାର ଭାବରେ ପଦ୍ମପୁର ପୋଲିସ ତରଫରୁ କୌଣସି ପ୍ରତିନିଧର ଯୋଗଦାନ କରୁ ନ ଥିବାରୁ ବୈଠକରେ କ୍ଷୋଭପ୍ରକାଶ ପାଇଥିଲା  । ସଭା ପ୍ରାରମ୍ଭରେ ଉପଖଣ୍ଡ ସୁଚନା ଓ ଲୋକସମ୍ପର୍କ ଅଧିକାରୀ ପୁର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ପ୍ରାରମ୍ଭିକ ଭାଷଣ ଦେବା ସହିତ ବିବରଣୀ ପାଠ କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ  । 

 

 

 

0
0
0
s2sdefault