ଅଦାଲତି ମାମଲାକୁ ନେଇ ବିଭ୍ରାନ୍ତ କରୁଛି ବିଜେପି
ଭୁବନେଶ୍ୱର : ଓଡ଼ିଶା ବିଜେପିର ଅଭ୍ୟାସ ଭଳି ଶ୍ରୀ ସମୀର ମହାନ୍ତି ସଂପୂର୍ଣ୍ଣ ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି । ମାମଲାଟି ବିଚାରାଧୀନ ରହିଛି । ମନ୍ତ୍ରୀଙ୍କ ସମ୍ପୃକ୍ତି ସମ୍ପର୍କରେ ଅଦାଲତ କୌଣସି ସ୍ଥାନରେ ଉଲ୍ଲେଖ କରିନାହାଁନ୍ତି ବୋଲି କହିଛନ୍ତି ବିଜେଡି ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ ।
ବିଜେପି ସଭାପତି ସମୀର ମହାନ୍ତିଙ୍କୁ ଜବାବ ଦେଇ ବିଧାୟିକା ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ଏହି ମାମଲାରେ ଅଭିଯୋଗକାରୀଙ୍କ ଆବେଦନ ପରେ ଅଦାଲତ କେବଳ ଆଇଆଇସିଙ୍କୁ ଏହାର ତଦନ୍ତ କରିବାକୁ କହିଛନ୍ତି ।
ଯେତେଦୂର ସିଡିଆର କଥା, ଜେଏମ୍ଏଫସିଙ୍କ ନିର୍ଦ୍ଦେଶରେ ଏହା ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ଆଇଆଇସି ସିଡିଆର ଗୁଡ଼ିକୁ ସଂରକ୍ଷଣ କରିଛନ୍ତି ଏବଂ ଆବଶ୍ୟକ ହେଲେ ଅଦାଲତରେ ଉପସ୍ଥାପନ କରାଯିବ ।
ଆମେ ଆଶା କରୁଛୁ ଶ୍ରୀ ମହାନ୍ତି ନ୍ୟାୟିକ ପ୍ରକ୍ରିୟା ଜାରି ରଖିବାକୁ ଦେବେ ଏବଂ ଅଦାଲତଙ୍କ ଆଦେଶ ଉପରେ ସୁହାଇଲା ଭଳି ମନ୍ତବ୍ୟ ଦେବା ପରିବର୍ତ୍ତେ ଆଇନକୁ ତା’ କାର୍ଯ୍ୟ କରିବାକୁ ଦେବେ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି ।