ହେଡଲାଇନସ୍:

୧୦୦୦ ଉଚ୍ଚ ମାଧ୍ୟମିକ ମେଧାବୀ ଛାତ୍ରଛାତ୍ରୀଙ୍କୁ ୧୦୦୦୦ ଟଙ୍କା ଲେଖାଏଁ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ୨୦୨୧-୨୨ ଶିକ୍ଷାବର୍ଷରେ ୧୦୦୦ ଉଚ୍ଚ ମାଧ୍ୟମିକ ମେଧାବୀ ଛାତ୍ରଛାତ୍ରୀଙ୍କୁ ୫୦୦୦ ଟଙ୍କା ଲେଖାଏଁ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପ୍ରଦାନ ପାଇଁ ଅନଲାଇନ ଆବେଦନ ଆରମ୍ଭ

 ୧୦୦୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ଜୁନିଅର ମେରିଟ ସ୍କଲାରସିପ ପ୍ରଦାନ ପାଇଁ ଆବେଦନ ତାରିଖ ଡିସେମ୍ବର ୨୭ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର : ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନରତ ୧୦୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ୨୦୨୦-୨୧ ଓ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ପ୍ରତ୍ୟେକଙ୍କୁ ଦଶ ହଜାର ଟଙ୍କା ଲେଖାଏଁ କରି ମୋଟ ଏକ କୋଟି ଟଙ୍କା ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପ୍ରଦାନ କରାଯାଇଛା ଏହି ବୃତ୍ତି ମ୍ୟାଟ୍ରିକ ପରୀକ୍ଷାରେ ସାମଗ୍ରିକ ଭାବରେ ଓ ବିଶେଷ କରି ଗଣିତରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ପ୍ରଦାନ କରିଥାନ୍ତିା ଏଥିପାଇଁ ମାଟ୍ରିକ ପରୀକ୍ଷାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥି ବା ଟପ-୨୦୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦୨୭ ଜଣ ଅନଲାଇନ ରେ State Scholarship Portal https://scholarship.odisha.gov.in . ମାଧ୍ୟମରେ ଆବେଦନ କରିଥିଲୋ ଅଧକ୍ଷଙ୍କ ସୁପାରିଶ ଆଧାରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଏଥି ମଧ୍ୟରୁ ମେରିଟ ଆଧାରରେ ୧୦୦୦ ଜଣଙ୍କୁ ବୃତ୍ତି ପ୍ରଦାନ କରାଯାଇ ଅଛିା ବିଗତ ବର୍ଷ ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ଏହି ବୃତ୍ତି ପାଇଁ ଆବେଦନ କରିଥିବା ବେଳେ ଚଳିତ ବର୍ଷ ବିଭାଗର ବିବିଧ ପ୍ରୟାସ ଯୋଗୁ ବିଶେଷ କରି ଓସେପାର ଶିକ୍ଷା ସମ୍ପର୍କ ସେଲ ସହାୟତାରେ ୧୦୦୦ ଛାତ୍ରଛାତ୍ରୀ ଏହି ବୃତ୍ତି ପାଇପାରିଥିବାରୁ ସନ୍ତୋଷ ପ୍ରକାଶ ପାଇଛିା
ଏଥିସହିତ ୨୦୨୧-୨୨ ଶିକ୍ଷା ବର୍ଷରେ ଏକାଦଶ ଶ୍ରେଣୀରେ ଅଧ୍ୟୟନ ରତ ୧୦୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକଙ୍କୁ ୫୦୦୦ ଲେଖାଏଁ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପ୍ରଦାନ ପାଇଁ State Scholarship Portal ମାଧ୍ୟମରେ ଆବେଦନ କରିବା ପାଇଁ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛିା ଏହାର ସୁଯୋଗ ନେବା ପାଇଁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରାଯାଇଛିା
ପୁନଶ୍ଚ ଏକାଦଶ ଶ୍ରେଣୀରେ ଅଧ୍ୟୟନରତ ୧୦,୦୦୦ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକଙ୍କୁ ବର୍ଷକୁ ୩୦୦୦ ଲେଖାଏ କନିଷ୍ଠ ମେଧାବୃତ୍ତି ପ୍ରଦାନ ପାଇଁ ବ୍ୟବସ୍ଥା ଥିବାବେଳେ ଶେଷ ତାରିଖ ୦୫.୧୨.୨୦୨୧ ସୁଦ୍ଧା ମାତ୍ର ୧୯୨୮ ଛାତ୍ରଛାତ୍ରୀ ଆବେଦନ କରିଥିବାରୁ ଆବେଦନ ଶେଷ ତାରିଖ ୨୭.୧୨.୨୦୨୧ କୁ ବୃଦ୍ଧି କରାଯାଇଛିା ଏହି ବୃତ୍ତି CBSE, ICSE, CHSE ଆଦି ବୋର୍ଡ ଅଧୀନରେ ପଢୁଥିବା ଶତକଡ଼ା ୬୦ ପ୍ରତିଶତ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନେ ଆବେଦନ କରିପାରିବୋ
ଛାତ୍ରଛାତ୍ରୀମାନେ ବହୁସଂଖ୍ୟାରେ ଏହି ବୃତ୍ତି ପାଇଁ ଆବେଦନ କରିବାକୁ ଉତ୍ସାହିତ କରିବାକୁ ଅଧକ୍ଷମାନଙ୍କୁ ନିବେଦନ କରାଯାଇଛିା ଛାତ୍ରଛାତ୍ରୀମାନେ ଏହାର ସୁଯୋଗ ନେବା ସଙ୍ଗେ ସଙ୍ଗେ ଅଧ୍ୟୟନରେ ମନଯୋଗୀ ହୁଅନ୍ତୁ ବୋଲି ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଆହ୍ୱାନ ଦେଇଛନ୍ତିା

0
0
0
s2sdefault