ହେଡଲାଇନସ୍:

"ମାଟିର ଲବଣତାକୁ ପ୍ରତିରୋଧ କରି ଉର୍ବରତା ବୃଦ୍ଧି କରିବା ଅତ୍ୟନ୍ତ ଜୁରୁରୀ' : ମନ୍ତ୍ରୀ ଡ. ଅରୁଣ ସାହୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳନ

ଭୁବନେଶ୍ୱର,(ଶାସକ ପ୍ରଶାସକ) :"ବିଶ୍ୱ କୃଷି ଓ ଖାଦ୍ୟ ସଂଗଠନ' ୨୦୧୪ ମସିହାଠାରୁ ଡିସେମ୍ବର ୫ ତାରିଖକୁ ବିଶ୍ୱ ମୃତ୍ତିକା ଦିବସ ଭାବରେ ପାଳନ କରିଆସୁଛିା ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ସ୍ଥାନୀୟ କୃଷି ଭବନ ସମ୍ମିଳନୀ କକ୍ଷରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଆଭାସୀରେ ଯୋଗଦାନ କରି ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲୋ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ଓୟୁଏଟିର କୁଳପତି ଡ. ପବନ କୁମାର ଅଗ୍ରଓ୍ୱାଲ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକ ଡ. ରୋହିତ କୁମାର ଲେଙ୍କା ଯୋଗଦାନ କରି ବିଶ୍ୱ ମୃତ୍ତିକା ଦିବସର ଉପାଦେୟତା ତଥା ଚଳିତ ବର୍ଷର ବାର୍ତ୍ତା "ମୃତ୍ତିକା ଲବଣତାର ପ୍ରତିରୋଧ ଓ ଏହାର ଉତ୍ପାଦିକା ଶକ୍ତି ବୃଦ୍ଧି' ଉପରେ ଆଲୋକପାତ କରିଥିଲୋ
ଉତ୍ସବର ପ୍ରାରମ୍ଭରେ କୃଷି ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରି କୃଷି ବିଭାଗରେ ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଉପରେ ହେଉଥିବା କାର୍ଯ୍ୟକ୍ରମ ତଥା ମୃତ୍ତିକାକୁ ସୁସ୍ଥ ରଖିବା ପାଇଁ ରାଜ୍ୟର ବିଭିନ୍ନ ମୃତ୍ତିକା ପରୀକ୍ଷାଗାରଗୁଡ଼ିକରେ ହେଉଥିବା ମୃତ୍ତିକା ପରୀକ୍ଷା କାର୍ଡ ଚାଷୀମାନଙ୍କ ମଧ୍ୟରେ ବଣ୍ଟନ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ ଉପଯୋଗୀ ସାର ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲୋ ସେ ତାଙ୍କ ଅଭିଭାଷଣରେ ରାଜ୍ୟରେ ୧୩ ଲକ୍ଷ ଚାଷୀମାନଙ୍କୁ ୩୯ ଲକ୍ଷ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିବାର ସୂଚନା ପ୍ରଦାନ କରିଥିଲୋ ମୁଖ୍ୟବକ୍ତା ଭାବରେ ଓୟୁଏଟିର କୁଳପତି ଡ. ଅଗ୍ରଓ୍ୱାଲ ମାଟିର ଲବଣତା କିପରି ହ୍ରାସ କରାଯିବ ତାହା ଉପରେ ବିଶେଷ ସନ୍ଦର୍ଭ ରଖିଥିଲୋ ସେ ତାଙ୍କ ଅଭିଭାଷଣରେ ମାଟିର ସୁସ୍ଥତା ବଜାୟ ରଖିବା ପାଇଁ ପ୍ରକୃତି ଓ ପୂର୍ବପୁରୁଷମାନେ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଯଥା-ଜଳପରିଚାଳନା, ଫସଲ କିସମ ପରିଚାଳନା, ମାଟିରେ ଜୈବିକ ଅଙ୍ଗାର ବୃଦ୍ଧି ପାଇଁ ଗୋବର ଖତ ଆଦି ଯୋଗାଇ ମାଟିର ସୁସ୍ଥତା ବଜାୟ ରଖୁଥିଲୋ ଏହି ପରିସରରେ ବର୍ତ୍ତମାନର ଆହ୍ୱାନ ଅନୁସାରେ ମୃତ୍ତିକା ଲବଣତାର ହ୍ରାସ ଓ ମାଟିର ଉତ୍ପାଦିକା ଶକ୍ତି ବୃଦ୍ଧି କରିବାକୁ ହେଲେ ପ୍ରଥମେ ପ୍ରତିଷେଧକ ବ୍ୟବସ୍ଥା, ମାଟିର ସ୍ୱାସ୍ଥ୍ୟ ପରିଚାଳନା ଯୋଜନା ଏବଂ ମାଟିର ସୋଧନ ଓ ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦେଇଥିଲୋ ସେ କହିଥିଲେ ଯେ ମାଟି ଆମର ମେରୁଦଣ୍ଡା ତେଣୁ ଏହାର ସୁରକ୍ଷା ପାଇଁ ବର୍ଷ ତମାମ କାର୍ଯ୍ୟକ୍ରମ ଓ ଚାଷୀମାନଙ୍କ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦେବା ଦରକାରା
କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ ଶ୍ରୀ ବଶିଷ୍ଠ ତାଙ୍କ ଅଭିଭାଷଣରେ ମାଟିର ସୁସ୍ଥତା ବଜାୟ ରଖିବା ପାଇଁ ଜନସଚେତନତା କାର୍ଯ୍ୟକ୍ରମ ଓ ବିଭାଗର ସମସ୍ତ ଉତ୍ପାଦନଭିତ୍ତିକ ଯୋଜନାରେ ମାଟି ସ୍ୱାସ୍ଥ୍ୟ ପରିଚାଳନା ଓ ବିଭିନ୍ନ ରୁଗ୍ଣ ମାଟିର ସୋଧନ ଏବଂ ଏହାର ଉତ୍ପାଦିକା ଶକ୍ତି ବୃଦ୍ଧି ବିଷୟରେ କାର୍ଯ୍ୟକ୍ରମ ରଖିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲୋ ତିନିଗୋଟି ନିର୍ଦ୍ଦେଶାଳୟର ମିଳିତ ପ୍ରୟାସରେ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ଏବଂ ଚାଷୀମାନଙ୍କୁ ସନ୍ତୁଳିତ ସମନ୍ୱିତ ସାର ପରିଚାଳନା ଉପରେ ତାଲିମ ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲୋ ଏହା ପରେ ଅତିଥିମାନଙ୍କ ଦ୍ୱାରା ମୃତ୍ତିକା ରସାୟନ ବିଭାଗ, ଓୟୁଏଟିର ଅବସରପ୍ରାପ୍ତ ପ୍ରଫେସର ଡ. ସୁବୋଧ କୁମାର ସାହୁଙ୍କ ଲିଖିତ ପୁସ୍ତକ "ମୃତ୍ତିକା' ଉନ୍ମୋଚନ କରାଯାଇଥିଲାା ଏହି ଉତ୍ସବରେ ଭାଗନେଇ ଡ. ସାହୁ ପୁସ୍ତକ ବିଷୟରେ ସମ୍ୟକ ଆଲୋଚନା କରିଥିଲୋ
ମନ୍ତ୍ରୀ ଡ. ସାହୁ ନୟାଗଡ଼ରୁ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ମାଟିକୁ ମା' ସହିତ ତୁଳନା କରିଥିଲୋ ମୁଠାଏ ମାଟି ସୃଷ୍ଟି ହେବା ପାଇଁ ୧୦ ସହସ୍ର ବର୍ଷ ଲାଗିଥାଏା କିନ୍ତୁ ଆଜି ସେହି ମାଟି ମା' ଅଯତ୍ନ ଓ ଅବହେଳା ପାଇଁ ଅସୁସ୍ଥ ଓ ରୋଗଗ୍ରସ୍ତା ସେ ତାଙ୍କ ଅଭିଭାଷଣରେ ମାଟିର ଲବଣତାକୁ ପ୍ରତିରୋଧ କରି ମାଟିର ଉର୍ବରତା ବୃଦ୍ଧି କରିବା ଉପରେ ଏକ ଉଦାହରଣ ଦେଇ କହିଥିଲେ ଯେ ବାଲେଶ୍ୱର ଓ ଭଦ୍ରକରେ ଗତବର୍ଷ "ୟାସ୍' ବାତ୍ୟା ଯୋଗୁଁ ପ୍ରାୟ ୪ ହଜାର ହେକଫର ଜମିରେ ଲୁଣା ମାଡ଼ି ଯାଇଥିଲାା ସେ ଅଞ୍ଚଳ ପରିଦର୍ଶନ କରି ସେ ଚାଷୀଭାଇମାନଙ୍କ ବିଭିନ୍ନ ଲୁଣି ସହନଶକ୍ତି ଥିବା କିସମ ଧାନ କରିବା ପାଇଁ ପ୍ରବର୍ତ୍ତାଇଥିଲେ ଏବଂ ଜୁଆରଜନିତ କ୍ଷତି ପାଇଁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ହେନ୍ତାଳ ବଣ ଓ ଜଙ୍ଗଲ ସୃଷ୍ଟି କରିବା ପାଇଁ ଉପଦେଶ ଦେଇଥିଲୋ ଏଥିପାଇଁ କୃଷି ବିଭାଗ, ଜଙ୍ଗଲ ବିଭାଗ ଓ ମୃତ୍ତିକା ସଂରକ୍ଷଣ ବିଭାଗ ମିଳିତ ଭାବେ କାର୍ଯ୍ୟକରି ଜଙ୍ଗଲ ବୃଦ୍ଧି ପାଇଁ ସେ ନିର୍ଦ୍ଦେଶ ଦେଇଥିଲୋ ରାଜ୍ୟର ପ୍ରାୟ ୭ଟି ଜିଲ୍ଲାରେ ୨.୫ ଲକ୍ଷ ହେକଫର ଲବଣାକ୍ତ ସମୁଦ୍ରକୂଳିଆ ଅଞ୍ଚଳ ରହିଛିା ଏହି ଅଞ୍ଚଳରେ କୃଷିର ଉନ୍ନତି ପାଇଁ ଗବେଷଣା ନିତାନ୍ତ ଦରକାରା ଏଥିପାଇଁ ସେ ଓୟୁଏଟିର କୁଳପତିଙ୍କୁ ପ୍ରଚେଷ୍ଟା କରିବା ପାଇଁ ଅନୁରୋଧ କରିଥିଲୋ ସେ ତାଙ୍କ ଅଭିଭାଷଣରେ ଓୟୁଏଟି, ସୋଆ କୃଷି ବିଶ୍ୱବିଦ୍ୟାଳୟ, ସେଞ୍ଚୁରିଆନ୍ କୃଷି ବିଶ୍ୱବିଦ୍ୟାଳୟ, ଶ୍ରୀ ଶ୍ରୀ କୃଷି ବିଶ୍ୱବିଦ୍ୟାଳୟ ଆଦି ସମସ୍ତଙ୍କୁ ଏକତ୍ରିତ କରି ମାଟି ସୁସ୍ଥତା ବିଷୟରେ ଏକ ସମ୍ମିଳନୀ କରିବା ପାଇଁ ଅନୁରୋଧ କରିଥିଲୋ ଚାଷୀମାନଙ୍କ ନିମନ୍ତେ ମୃତ୍ତିକା ସୁସ୍ଥତା ବିଷୟରେ ଜନସଚେତନତା କାର୍ଯ୍ୟକ୍ରମ କରିବା ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲୋ
ଶେଷରେ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲୋ ପରେ ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ଅବସରରେ ଏକ ବୈଷୟିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲାା ଏଥିରେ କୃଷି ବିଶ୍ୱବିଦ୍ୟାଳୟର ଡିନ୍ ଡ. କୁମ୍ଭକର୍ଣ୍ଣ ରାଉତ ସଭାପତିତ୍ୱ କରିଥିଲୋ ଏହି ଆଲୋଚନାଚକ୍ରରେ ଭାଗନେଇ ମୃତ୍ତିକା ରସାୟନ ବିଭାଗର ପ୍ରଫେସର ଡ. ଆର୍.କେ. ନାୟକ ଲବଣାକ୍ତ ମାଟିର ସୁରକ୍ଷା ଓ ତା'ର ନିରାକରଣ ବିଷୟରେ ଆଲୋକପାତ କରିଥିଲୋ ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ଫସ୍ଫେଟ୍ ଲିଃ.ର ଶ୍ରୀ ବିଶ୍ୱଜିତ ନନ୍ଦ ଏବଂ ମୃତ୍ତିକା ସଂରକ୍ଷଣ ବିଭାଗର ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଏବଂ ରୁଗ୍ଣ ମାଟିର ପୁନରୁଦ୍ଧାର ଓ ନିରାକରଣ ବିଷୟରେ ଆଲୋକପାତ କରିଥିଲୋ

0
0
0
s2sdefault