ବିରୋଧିଦଳ ନାଟକ କରୁଛନ୍ତି: ବିଜେଡି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ମମିତା ମେହେର ପ୍ରସଙ୍ଗରେ ବିରୋଧିଦଳ ଗୁଡିକ ଯେଭଳି ନାଟକ କରୁଛନ୍ତି ତାହା ଗଣତନ୍ତ୍ର ପ୍ରତି ଆଦୌ ଶୁଭଙ୍କର ନୁହେଁ । ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ଦେବାପରେ ବିରୋଧିଦଳ କରୁଥିବା ପ୍ରତିବାଦର କୌଣସି କାରଣ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ।
ଶ୍ରୀମତୀ ଛୁରିଆ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିବା ପରେ ପ୍ରତିବାଦର କୌଣସି କାରଣ ନାହିଁ । ବିନା ଦ୍ୱନ୍ଦ ଓ ବିନା ଚାପରେ ତଦନ୍ତ ଚାଲିବ ବୋଲି କହିବା ପରେ ମଧ୍ୟ ଅଭାବନୀୟ ପରିସ୍ଥିତି ସୃଷ୍ଟି କରାଯାଉଛି । ବିରୋଧୀ ଦଳ ଏହି ପ୍ରସଙ୍ଗରେ ଡ୍ରାମା କରୁଛନ୍ତି । ସମସ୍ତ ପ୍ରକାର ଆଲୋଚନା ପାଇଁ ସରକାର ପ୍ରସ୍ତୁତ ରହିଥିବାବେଳେ ବିରୋଧୀ ଗୃହକୁ ଚଳାଇ ଦେଉନାହାନ୍ତି ।
ବିରୋଧିଦଳଙ୍କ ଏଭଳି ଆଚରଣ ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ବିପଦ । ଅଯଥା ପ୍ରସଙ୍ଗରେ ବିରୋଧି ଗୃହରେ ଅଚଳାବସ୍ଥା ସୃଷ୍ଟି କରୁଛନ୍ତି । ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭା ଓ ଅନ୍ୟାନ୍ୟ ବିଧାନସଭାରେ ସଦସ୍ୟ ମାନଙ୍କୁ ସସପେଣ୍ଡ କରାଯାଉଛି । ହେଲେ ଆମ ବିଧାନସଭାରେ ସୁସ୍ଥ ବାତାବରଣ ବଜାୟ ରଖିବାକୁ ରାଜ୍ୟ ସରକାର ଚାହୁଁଛନ୍ତି । ନିର୍ବାଚିତ ଜନପ୍ରତିନିଧି ହୋଇ ବିରୋଧୀ ଦଳର ସଦସ୍ୟ ଯେଭଳି ବିଶୃଙ୍ଖଳିତ ଆଚରଣ କରୁଛନ୍ତି ଜନସାଧାରଣ ତାହାର ଜବାବ ଦେବେ ବୋଲି ଶ୍ରୀମତୀ ଛୁରିଆ କହିଛନ୍ତି ।

0
0
0
s2sdefault