ହେଡଲାଇନସ୍:

ଶଙ୍ଖାଭଙ୍ଗାଠାରେ ଅର୍ନ୍ତଜାତିକଭିନ୍ନକ୍ଷମ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ସ୍ଥାନୀୟ ବାରିପଦା ବ୍ଲକ ଅଧୀନ ଶଙ୍ଖାଭଙ୍ଗାସ୍ଥିତ ଜାହିରା ମଣ୍ଡପଠାରେ ଆର୍ନ୍ତଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଶଙ୍ଖାଭଙ୍ଗାର ପ୍ରଗତୀ ସଂଗଠନ ଓ ସ୍ୱେଚ୍ଛାସେବୀ ସଂଗଠନ ସାଧନାର ମିଳିତ ସହଯୋଗରେ ଏହି ପଂଚାୟତସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

କାର୍ଯ୍ୟକ୍ରମରେ ସାଧନାର କର୍ମୀ ସିମରନ ଦାସ, ସସ୍ମିତା ସ୍ୱାଇଁ, ସୁଚିତ୍ରା ମହାନ୍ତ, ଶଙ୍ଖଭଙ୍ଗା ପଂଚାୟତର ସରପଂଚ କାରୁ ସୋରେନ ଓ ପଂଚାୟତ ସମିତିର କର୍ମକର୍ତାମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଭିନ୍ନକ୍ଷମଙ୍କ ପାଇଁ ବିଭିନ୍ନ ପ୍ରକାର ଖେଳ ଓ ନାଚ ଗୀତର ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇ ଥିବା ସମୟରେ କାର୍ଯ୍ୟକ୍ରମରେ ବହୁ ଭିନ୍ନକ୍ଷମ ଯୋଗ ଦେଇଥିଲେ । ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

 

0
0
0
s2sdefault