ହେଡଲାଇନସ୍:

"ପ୍ରଶାସନ ଓ ରାଜନେତା କଣା ନା ଦେଖି ସିହାଣା"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ଦୟନୀୟ ଅବସ୍ଥାରେ ପଡ଼ିରହିଛି ରାସ୍ତା"

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) ;ସରକାର କୋଟି କୋଟି ଟଙ୍କା ବିନିମୟ କରି ଜନସାଧାରଣ ଙ୍କ ଯାତାୟତ ସୁବିଧା ନିମନ୍ତେ ଅନେକ ଗୁଡିଏ ଯୋଜନା କାର୍ଯ୍ୟକାରୀ କରି ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ରାଜନେତା ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଅଣଦେଖା ନିତୀ ଓ ପକେଟ ଗରମ ମନୋବୃତ୍ତି ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା ଗୁଡ଼ିକ ଦୟନୀୟ ଅବସ୍ଥାରେ ପଡ଼ିରହିଛି। ହେଲେ ସରକାର ବାହାଦୁର କହି ଚାଲିଛନ୍ତି ଯେ ବିକାଶ ହିଁ ବିକାଶ ହୋଇଛି | ହେଲେ ପ୍ରକୃତରେ ତାହା କେତେ ଦୂର କାର୍ଯ୍ୟକାରୀ, ଏଠି ତାର ନଗ୍ନ ଚିତ୍ର ଆପଣ ମାନଙ୍କୁ ଦେଖାଇବାକୁ ଯାଉଛୁ | ସୂଚନାଯୋଗ୍ୟ,ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ସାଲେପାଲି ପଞ୍ଚାୟତ ନିଲଜିବାହାଲ ଓ ବେଲପଡା ବ୍ଳକ କପାଣି ପଞ୍ଚାୟତ ବୁଦାମୁଣ୍ଡା ମଝିରେ ଥିବା ରାସ୍ତାଟି ଯେଉଁ ଭଲି ସଙ୍କଟାପନ୍ନ ଅବସ୍ଥାରେ ପଡ଼ିରହିଛି ତାହା ନ କହିଲେ ଭଲ |

ପରିତାପର ବିଷୟ ଟି ନାଁ ବେଲପଡା ବ୍ଳକ ପ୍ରଶାସନ ର ଦୃଷ୍ଟି ପଡୁଛି,ନାଁ ପାଟଣାଗଡ଼ ବ୍ଳକ ପ୍ରଶାସନର | ଯେଉଁଥି ସାଧାରଣ ଜନତାକୁ  ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଆହରି ମଧ୍ୟ,ବେଲପଡା ରୁ ସାଲେପାଲି ଯିବା ପାଇଁ ରାସ୍ତା କମ ବାଟ ପଡୁଥିବାରୁ ଏହି ରାସ୍ତା ଦେଇ ଦୈନିକ ଶହ ଶହ ଲୋକ ଯାତାୟତ କରି ଥାନ୍ତି । ତେବେ ଏହି ସମସ୍ୟା ସମ୍ପର୍କରେ ଅଞ୍ଚଳବାସୀ ସରପଞ୍ଚଙ୍କ ଠୁ ନେଇ ବିଡ଼ିଓ, ଉପଜିଲ୍ଲାପାଳ, ଜିଲ୍ଲାପାଳ ଏବଂ ରାଜନେତାଙ୍କୁ ଏକାଧିକ ଥର ଆପତ୍ତି ଅଭିଯୋଗ କରିବା ପରେ ମଧ୍ୟ କିଛି ସୁଫଳ ନମିଳିବାରୁ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି | ଲୋକ କହିବା ଆରମ୍ଭ କଲେଣି "ପ୍ରଶାସନ ଓ ରାଜନେତା କଣା ନା ଦେଖି ସିହାଣା" |
ତେଣୁ ଲୋକଙ୍କ ଦୁରବସ୍ଥା ଓ ଅସନ୍ତୋଷକୁ ଦୃଷ୍ଟିରେ ତୁରନ୍ତ ପ୍ରଶାସନ ଏଦିଗରେ କିଛି ପଦକ୍ଷେପ ନନେଲେ ଅଞ୍ଚଳବାସୀ ନିଜ ପାରିଶ୍ରମିକରେ ରାସ୍ତା ନିର୍ମାଣ କରିବେ ବୋଲି ନିଶ୍ଚିତ ହେଲେଣି | ଏଣୁକରି କଲାବିଳମ୍ବ ନକରି ରାଜ୍ୟ ସରକାର ତୁରନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ କରିବାକୁ ସର୍ବସାଧାରଣରେ ମତ ପ୍ରକାଶ ପାଉଛି |

0
0
0
s2sdefault