ହେଡଲାଇନସ୍:

ଥୁରୁଥୁରୁ ଗୁଣପୁର, ଖସିଛି ପାରଦ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଶୀତରେ ଥରୁଛି ରାୟଗଡା ଜିଲ୍ଲା ଗୁଣପୁର ସହର । ତାପମାତ୍ରା ନିମ୍ନଗାମୀ ହୋଇ ୧୦ଡିଗ୍ରୀ ସେଲସିୟସ ରେ ପହଞ୍ଚିଛି। ତେବେ ଏହାର ପ୍ରଭାବରେ ଏ ଅଞ୍ଚଳରେ ଶୀତର ଲହରୀ ବଢ଼ିବାରେ ଲାଗିଛି | ତାହା ସାଥିରେ ସକାଳୁ ସକାଳୁ ୱାକିଙ୍ଗ, ରନିଙ୍ଗ, ଗରମ ଚାହା ପିଇବା ଏବେ ବଢ଼ିଯାଇଥିବା ଦେଖିବାକୁ ମିଳୁଛି |
ସନ୍ଧ୍ୟା ୮ ଟା ସୁଦ୍ଧା ବଜାରଘାଟ ଜନଶୂନ୍ୟ ହୋଇଯାଉଛି । ଏହି ଶୀତ ଗତଦୁଇଦିନ ଠାରୁ ଆରମ୍ଭ ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ର ଲହରୀ ଜାରି ରହିବ ବୋଲି ପାଣିପାଗ ସୂଚନା ଦେଇଥିବା ବେଳେ ଶୀତ ରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ପୂଇଁବାକୁ ପସନ୍ଦ କରୁଛନ୍ତି ।ଏହାସହ କିଛି ଗରିବ ଲୋକମାନଙ୍କର ଜୀବନ କଷ୍ଟକର ହୋଇପଡିଥିବା ପରିଲକ୍ଷିତ ହୋଇଛି ।ଏପଟେ ସକାଳ ୮ଟା ପର୍ଯ୍ୟନ୍ତ ପରିବେଶ କୁହୁଡ଼ିମୟ ରହୁଥିବା କାରଣ ରୁ ସମସ୍ତ କାର୍ଯ୍ୟ ଆରମ୍ଭରେ ବିଳମ୍ବ ହୋଇପଡୁଛି ।
ତେବେ ଶୀତ ବଢିବା ଯୋଗୁ ରାସ୍ତା କଡ଼ରେ ବସିଥିବା ଶୀତବସ୍ତ୍ର ବିକାଳୀମାନଙ୍କ ବ୍ୟବସାୟ ବଢିଥିବା ଜଣାପଡିଛି। ମାସେ ଧରି ବ୍ୟବସାୟୀ ମାନେ ହାତ ବାନ୍ଧି ବସିଥିବା ବେଲେ ଏଇ ଦୁଇଦିନ ହେଲା ଶୀତ ବଢ଼ିବାରୁ ଲୋକ ଶୀତବସ୍ତ୍ର କିଣିବା ଉପରେ ଗୁରୁତ୍ୱ ଦେଇଛନ୍ତି | ବଜାର ଦୋକାନ ଅପେକ୍ଷା ରାସ୍ତା କଡ଼ ଦୋକାନ ରେ ଭଲ ଏବଂ ଶସ୍ତା ମୂଲ୍ୟ ରେ ଜିନିଷ ମିଳୁଥିବାରୁ ଏହି ରାସ୍ତା କଡ଼ ଶୀତ ବସ୍ତ୍ର ଦୋକାନ ରେ ଭିଡଜମୁଛି ।

 

 

0
0
0
s2sdefault