ଭୁବନେଶ୍ୱର / ଟିକିରି( ବୈକୁଣ୍ଠ ଦୁରିଆ) : ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡରେ ବିଶ୍ୱ ଏଡ୍ସ ଦିବସ ୨୦୨୧ ଡିସେମ୍ବର ୧ ତାରିଖରେ ଏହାର କର୍ମଚାରୀ ସାମାଜିକ ସ୍ୱେଚ୍ଛାକୃତ କାର୍ଯ୍ୟକ୍ରମ ଅଧୀନରେ ପାଳିତ ହୋଇଯାଇଛି । ଏଚଆଇଭି / ଏଡ୍ସ ନିରାକରଣ ସମ୍ପର୍କରେ ପ୍ରବାସୀ ଶ୍ରମିକ, ଠିକା ଶ୍ରମିକ, ଟ୍ରକ ଡ୍ରାଇଭର ଏବଂ କର୍ମଚାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ।
ଏଚଆଇଭି/ ଏଡ୍ସ ନିରାକରଣ ଉପରେ ସମାଜକୁ ସଚେତନ କରାଇବା ଦିଗରେ ଏକ ପ୍ରତୀକାତ୍ମକ ପ୍ରୟାସ ସ୍ୱରୂପ ୧୫ ଜଣ ସ୍ୱେଚ୍ଛାସେବୀ (ଉତ୍କଳ ଆଲୁମିନାର କର୍ମଚାରୀ) ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଶେଷ ଅବଦାନ ରଖିଥିଲେ । ଏହି ଅବସରରେ ଲାଲ ରିବନ ଏବଂ ପ୍ରଚାରପତ୍ର ବଣ୍ଟନ କରାଯିବା ସହିତ ହୋର୍ଡିଂ ପ୍ରଦର୍ଶନ କରାଯାଇଥିଲା ଏବଂ କର୍ମଚାରୀ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଶ୍ରମିକ ଏବଂ ଠିକା ଶ୍ରମିକମାନଙ୍କୁ ଏଚଆଇଭି / ଏଡ୍ସ ନିରାକରଣ ସମ୍ପର୍କରେ ସଚେତନ କରାଯାଇଥିଲା ।
ଏହି ଏଡ୍ସ ସଚେତନତା ଅଭିଯାନ ଅବସରରେ ପ୍ରାୟ ୮୦୦ କର୍ମଚାରୀ, ୧୦୦୦ରୁ ଅଧିକ ଠିକା ଶ୍ରମିକ କର୍ମଚାରୀ ଏବଂ ପ୍ରାୟ ୪୦ ଜଣ ଟ୍ରକ ଡ୍ରାଇଭରଙ୍କୁ ସଚେତନ କରାଯାଇଥିଲା ।
ଉତ୍କଳ ଆଲୁମିନାର ମୁଖ୍ୟ ଶ୍ରୀ ମଜହର ବେଗ୍ ଏଚଆଇଭି ନିରାକରଣ ସମ୍ପର୍କରେ ସଚେତନତା ଅଭିଯାନକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଏବଂ ପାରିପାର୍ଶ୍ଵିକ ଅଞ୍ଚଳ ବାହାରକୁ ପ୍ରସାରିତ କରିବା ଦିଗରେ ସ୍ୱେଚ୍ଛାସେବୀଙ୍କର ଭୂମିକାକୁ ପ୍ରଶଂସା କରିଥିଲେ ।
ଏକ ଦାୟିତ୍ୱସଂପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ ଏହାର ପାରିପାର୍ଶ୍ଵିକ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ଆଦି କ୍ଷେତ୍ରରେ ନିଜର ସିଏସଆର କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଦିଗରେ ଗଭୀର ଭାବରେ ନିୟୋଜିତ ରହିଛି ଏବଂ ସାମାଜିକ ପ୍ରସଙ୍ଗଗୁଡିକର ସମାଧାନ ଦିଗରେ ପଦକ୍ଷେପ ନେଉଛି । ମୋଟ ଉପରେ ୟୁଏଆଇଏଲ ୮୪ଟି ଗ୍ରାମରେ ନିଜକୁ ନିୟୋଜିତ ରଖିବା ସହିତ ଓଡ଼ିଶାରେ ୩୦,୦୦୦ରୁ ଅଧିକ ଲୋକଙ୍କୁ ସେବା ଯୋଗାଇ ଦେଉଛି ।