ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ବିଶ୍ୱ ଏଡ଼ସ୍ ଦିବସ ଉପଲକ୍ଷେ ଅନ୍ ଲାଇନ୍ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା ଅଧ୍ୟକ୍ଷତା କରି ବିଶ୍ୱ ଏଡ଼ସ୍ ଦିବସର ମୁଖ୍ୟ ଉଦ୍ଦେଶ୍ୟ ଓ ତାତ୍ପଜ୍ୟ ସମ୍ପର୍କ ଉପରେ ଆଲୋକପାତ କରିଥିଲେ।
ଏଡ଼ସ୍ ରୋଗୀ ପାଇଁ ରହିଥିବା ମାଗଣା ଆଇନ ସେବା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଏଡ଼ସ୍ ବ୍ୟାପିବାର ମୂଳ କାରଣ ଓ ଏହା କିପରି ବ୍ୟାପେ ଏବଂ ଏଥିପ୍ରତି କିପରି ସତର୍କତା ଅବଲମ୍ବନ କରିପାରିବେ ସେ ଉପରେ ବିଶ୍ଳେଷଣ କରାଯାଇଥିଲା। ଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଭୂମିକା ବିଷୟରେ ଆଲୋକପାତ କରିଥିଲେ।
ଅନ୍ୟପକ୍ଷରେ ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ମାନସ କୁମାର ପଣ୍ଡା ଯୋଗଦେଇ ସାରା ବିଶ୍ୱରେ ବୃଦ୍ଧି ପାଉଥିବା ଏଡ଼ସ୍ ରୋଗକୁ ରୋକିବା ପାଇଁ ସଚେତନତା ଆବଶ୍ୟକତା ରହିଛି ବୋଲି ନିଜ ବକ୍ତବ୍ୟରେ ଉପସ୍ଥାପନା କରିଥିଲେ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ମହେନ୍ଦ୍ର କୁମାର ଭୂୟାଁ , ଆଇନଜୀବୀ ବୃନ୍ଦ , ପାରାଲିଗାଲ ସ୍ବେଚ୍ଛାସେବୀ ଇତ୍ୟାଦି ଅନ୍ ଲାଇନ୍ ମାଧ୍ୟମରେ ଯୋଗ ଦେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀ ମାନେ ପରିଚାଳନା କରିଥିଲେ।
ରାଜ୍ୟ
ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ୱ ଏଡ଼ସ୍ ଦିବସ ପାଳିତ
- Hits: 786