ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ଏଡ଼ସ୍ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ.ରୀନା ସାହୁ ଅଧ୍ୟକ୍ଷତା କରିବା ସହ ଛାତ୍ରୀ ମାନଙ୍କୁ ଏଡ଼ସ୍ ଏକ ସାମାଜିକ ବ୍ୟାଧି । ରୋଗୀକୁ ନୁହେଁ ରୋଗକୁ ଘୃଣା କର । ସଚେତନତା ହିଁ ଏହାର ଅମୋଘ ଅସ୍ତ୍ର ଓ ଏହି ସଂକ୍ରମଣକୁ କିପରି ରୋକାଯାଇପାରିବ ସେ ଉପରେ ନିଜ ବକ୍ତବ୍ୟ ରଖିଥିଲେ।
ସେହିପରି ଆୟୋଜିକା ଏନ୍.ଏସ୍. ଏସ୍ ଅଧିକାରୀ ଡ଼ଃ. ଭାରତୀ ପାଣିଗ୍ରାହୀ ଛାତ୍ରୀ ମାନଙ୍କୁ ଏଡ଼ସ୍ ରୋଗୀର ଲକ୍ଷଣ ସହ ଏହାର ଭୟାଭୟତା ଓ ସଚେତନତା ଦ୍ୱାରା ଏହା ସମ୍ଭବ ବୋଲି କହିଥିଲେ।
ଶେଷରେ ଯୁବରେଡ୍କ୍ରସ ଅଧିକାରୀ ସୁଶ୍ରୀ ମଧୁସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ରାଜ୍ୟ
ମହିଳା ସ୍ନାତକ ମହାବିଦ୍ୟାଳୟରେ ଏଡ଼ସ୍ ସଚେତନତା କାର୍ଯ୍ୟକ୍ରମ : ରୋଗୀକୁ ନୁହେଁ ରୋଗକୁ ଘୃଣା କର
- Hits: 474