ହେଡଲାଇନସ୍:

ଉପାନ୍ତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଶୁଦ୍ଧ ପିଇବାପାଣି ପାଇଁ ସଂଘର୍ଷ କରୁଛନ୍ତି ଆଲାଙ୍ଗଡ଼ା ଗ୍ରାମବାସୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ-ବିନା ଖାଦ୍ୟରେ କିଛିଦିନ ଚଳିଯିବ କିନ୍ତୁ ଜଳ ବିନା ବଞ୍ଚିବା ଅସମ୍ଭବ । ଲୋକଙ୍କ ସୁବିଧା ନିମନ୍ତେ ସରକାର ଗୁଡ଼ାଏ ଯୋଜନା କରିଛନ୍ତି | କିନ୍ତୁ ଏହି ଯୋଜନା ଲୋକଙ୍କ ପ୍ରତି କେତେ କାର୍ଯ୍ୟକାରୀ ହେଉଛି ତାହା ଜାଣିବା ଜରୁରୀ ହଇପଡ଼ିଛି। ଶୁଦ୍ଧ ପିଇବା ପାଣି ପାଇଁ ଆଜିବି ଲୋକେ ସଂଘର୍ଷ କରୁଛନ୍ତି। ଆମେ କହୁଛୁ ଉପାନ୍ତ ଅଞ୍ଚଳର ଆଦିମ ଅଧିବାସୀଙ୍କ କଥା। ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ସଗଡା ପଞ୍ଚାୟତର ପାହାଡ ପର୍ବତ ଘେରା ଏହି ଗ୍ରାମ ଆଲାଙ୍ଗଡ଼ା । ନା ଅଛି ଶୁଦ୍ଧ ପିଇବା ପାଣି ନା ସ୍ୱାସ୍ଥ୍ୟସେବା । ଲୋକେ ସ୍ୱାସ୍ଥ୍ୟ ସେବା ନିମନ୍ତେ ୪୦ କିଲମିଟର ଦୂର ଗୁଣୁପୁର ବ୍ଲକ ଉପରେ ନିର୍ଭରଶୀଳ। ଏବେବି ବହୁ ଗ୍ରାମ ରାସ୍ତା ନଥାଇ ବାହ୍ୟଜଗତରୁ ବିଛିନ୍ନ କହିଲେ ଚଳେ। ଏଭଳି ସ୍ଥିତିରେ ଅନ୍ୟାନ୍ୟ ସରକାରୀ ସୁଭିଧା କଥା ନକହିବା ଭଲ। ଶୁଦ୍ଧ ପିଇବା ପାଣି ନପାଇ ଲୋକେ ଝରଣା କିମ୍ୱା କୁଅ ଉପରେ ନିର୍ଭର କରୁଥିବା ବେଳେ ସରକାରୀ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ତାହା ଏହି ଗ୍ରାମରେ ପରିଲକ୍ଷିତ ହେଉଛି। ବିଲ ହୁଡ଼ା ପାହାଡ଼ ଦେଇ ପାଣିପାଇଁ ଯିବାକୁ ପଡିଥାଏ । ଦିନେ ନୁହେଁକି ମାସେ ନୁହେଁ ବର୍ଷ ବର୍ଷ ଧରି ଜଳର କଷ୍ଟ ଭୋଗୁଛନ୍ତି ଏହି ଗ୍ରାମବାସୀ। ଉପାନ୍ତ ଅଞ୍ଚଳରେ ଜଳ ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି ।

ଏହିଗ୍ରାମରେ ୬୫ ପରିବାର ୪୦୦ ସହରୁ ଉର୍ଦ୍ଧ ଲୋକ ବସ ବାସ କରିଥାନ୍ତି। ଗ୍ରାମରେ ଦୁଇଟି ନଳକୂପ ଥିବାବେଳେ ଗାଟିଏ ବହୁ ଦିନଧରି ଅଚଳ ଅବସ୍ତାରେ ପଡିରହିଛି।ଯେଉଁ ଗୋଟିଏ ନଳକୂପ ଭଲଅଛି ତାହା ସୌରଚାଳିତ ଟାଙ୍କିରେ ସଂଯୋଗ କରାଯାଇଛି। କିନ୍ତୁ ଏହି ଟାଙ୍କି ବର୍ଷେରୁ ଉର୍ଧ୍ଵ ଦିନଧରି ଅଚଳ ହୋଇ ପଡିରହିଛି। ଯାହାଫଳରେ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମୁଖିନ ହେବାକୁ ପଡୁଛି।

ପାଣି ପାଇଁ ଗ୍ରାମବାସୀ ସରକାରଙ୍କ ସୁବିଧା ନପାଇ ନିଜସ୍ୱ ଉଦ୍ୟମରେ କିଛି ପଇସା ଆଦାୟ କରି ଝରପାଣିକୁ ପାଇପ ସାହାଯ୍ୟରେ ଗ୍ରାମକୁ ଆଣି ବ୍ୟବହାର କରୁଛନ୍ତି। ଏହି ଦୂଷିତ ପାଣି ବ୍ୟବହାର କରି ଅନେକ ସମୟରେ ରୋଗାକ୍ରାନ୍ତ ପଡୁଥିବା ଗ୍ରାମବାସୀ କହିଛନ୍ତି। ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଇଲାକାର ଏହି ଗ୍ରାମରେ ପାନୀୟ ଜଳର ସୁବିଧା ପାଇଁ ସ୍ଥାନୀୟ ସରପଞ୍ଚଙ୍କଠୁ ବିଡ଼ିଓ ସମସ୍ତଙ୍କ ନିକଟରେ ଅଭିଯୋଗ କରିଛନ୍ତି। କିନ୍ତୁ କିଏ ବି ଏହି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ସଂକ୍ରାନ୍ତରେ ଆମେ ବିଡ଼ିଓଙ୍କୁ ଯୋଗାଯୋଗ କରିଥିଲୁ | ଗ୍ରାମରେ ଜଳର ସମସ୍ୟାକୁ ଯଥାଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଡ଼ିଓ |
ତେବେ ଦେଖିବାକୁ ବାକିରହିଲା କେବେ ଆଦିବାସୀ ମାନଙ୍କ ଉପରେ ପ୍ରଶାସନଙ୍କ ଦୃଷ୍ଟି ପଡୁଛି ଓ କେବେ ଶୁଦ୍ଧ ପିଇବା ପାଣି ପାଉଛନ୍ତି ଏହି ଗାଁର ଅଧିବାସୀମାନେ ।

 

0
0
0
s2sdefault