ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସର ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଭୁବନେଶ୍ବର ମାଲିପଡା ସ୍ଥିତ ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସ୍ ନାଲ ସ୍କୁଲ ଠାରେ ୨୭ ଓ ୨୮ ନଭେମ୍ବର ରେ ଆୟୋଜିତ ହୋଇଯାଇଛି।
ଏଇ ପ୍ରତିଯୋଗିତାରେ ଗଜପତିରୁ ତିନୋଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲା। ସେଥିରୁ ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଦୁଇ ଜଣ ଅଷ୍ଟମ ଶ୍ରେଣୀର ଛାତ୍ର ଶ୍ରୀମାନ ସୁଧାକର ପଣ୍ଡା ଓ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଦ୍ବାରା ପ୍ରସ୍ତୁତ ପ୍ରକଳ୍ପ ଦିଲ୍ଲୀ ଠାରେ ହେବାକୁ ଥିବା ଜାତୀୟ ସ୍ତର ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛି।
ଏଇ କାର୍ଯ୍ୟକ୍ରମରେ ବିଶିଷ୍ଟ ବୈଜ୍ଞାନିକ ଓ ପରିବେଶବିତ୍ ଶ୍ରୀ ଜୟକୃଷ୍ଣ ମହାପାତ୍ର ଯୋଗ ଦେଇ ଓଡ଼ିଶାର ୧୬୩ ଜଣଙ୍କ ମଧ୍ୟରୁ ୨୬ଜଣ ଚୟନିତ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ।
ଶିଶୁ ମନ୍ଦିର ଛାତ୍ରଙ୍କ ଏଇ ସଫଳତାରେ ଜିଲ୍ଲା ଶୈକ୍ଷିକ ସଂଯୋଜକ ଶ୍ରୀ ବିନୋଦ ଚନ୍ଦ୍ର ଜେନା ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ଜାତୀୟ ସ୍ତରରେ ମଧ୍ୟ ସଫଳତା କାମନା କରିଛନ୍ତି।
ଏଇ ପ୍ରକଳ୍ପ ପ୍ରସ୍ତୁତିରେ ସହଯୋଗ କରିଥିଲେ ଅନୁଷ୍ଠାନର ବିଜ୍ଞାନ ଶିକ୍ଷକ ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ ଓ ଶ୍ରୀମତୀ ଶ୍ରଦ୍ଧାମୟୀ ପାଢ଼ୀ ଅନୁଷ୍ଠାନର ପରିଚାଳନା ସମିତିର ସମସ୍ତ ସଦସ୍ୟ ଓ ଗୁରୁଜୀ ଗୁରୁମା ଶୁଭେଚ୍ଛା ଜଣାଇଛନ୍ତି।
ରାଜ୍ୟ
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବିଜ୍ଞାନ କଂଗ୍ରେସ୍ ପ୍ରକଳ୍ପ ଜାତୀୟ ସ୍ତରକୁ ମନୋନୀତ
- Hits: 391