ହେଡଲାଇନସ୍:

ପିଏଆଇଟିଡିଏ ପକ୍ଷରୁ ୧୦୦ ଜଣ ଚାଷୀଙ୍କୁ ମାଗଣା ପରିବା ବିହନ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ଆଗରୁ ନିଜ ଆୟରୁ ବିଭିନ୍ନ ବିହନ କିଣି ପନି ପରିବା ଚାଷ କରୁଥିଲେ। ଯାହା ଲାଭ ରହୁଥିଲା ସେଥିରେ ପରିବାର ପ୍ରତି ପୋଷଣ କରିବାରେ କଷ୍ଟ ସାଧ୍ଯ ହେଉଥିଲା। କିନ୍ତୁ ଅନୁସୂତିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ମାଗଣାରେ ଧାନ ଫସଲ ପାଇଁ ବିହନ ବାଣ୍ଟିବା ସହ ଦୁର୍ଗମ ଗ୍ରାମରେ ରହୁଥିବା ଆଦିବାସୀ ପରିବାରର ଚାଷୀଙ୍କୁ ମକା , କୋବି , ଟମାଟ , ବାସୁମତି ଧାନ ବିଭିନ୍ନ ପନି ପରିବା ବିହନ ଏବଂ କୁକୁଡ଼ା ଚାଷ , ମକା , କୋଳଥ , ପାଣି ପମ୍ପ ଭଳି ଅନେକ ସାମଗ୍ରୀ ମାଗଣାରେ ଦେବା ଫଳରେ ଲୋକେ ଚାଷ ବାସ କରି ଲାଭବାନ ହେଉଛନ୍ତି। ଆମଦାନୀ ଫସଲକୁ ବଜାରରେ ବିକ୍ରି କରି ପରିବାର ଚଳାଇବା ସହଜ ହୋଇପାରିଛି ।
ମୋହନା ବ୍ଲକର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଗ୍ରାମରେ ଜିଲ୍ଲା ପ୍ରକଳ୍ପ ପ୍ରଶାସକ ସରୋଜ ବେହେରାଙ୍କ ନିର୍ଦ୍ଧେଶ କ୍ରମେ ପ୍ରକଳ୍ପ ପରିଚାଳକ ଗୌତମ ସ୍ୱାଇଁ , କୃଷି ବିଶେଷଜ୍ଞ ଭଗବାନ ଶ୍ରୀମାଦ୍ରୀ , କ୍ଷେତ୍ର ପରିଚାଳକ ସଞ୍ଜୟ ଛାଟେଇ ପ୍ରମୁଖ ପ୍ରତାପପୁର ଗ୍ରାମର ମହିଳା ଦଳଙ୍କ ବୈଠକ କରି ୫୦ ଜଣଙ୍କୁ ବନ୍ଧା କୋବି ଓ ଫୁଲ କୋବି ବିହନ ଓ ସାର ବାଣ୍ଟିଥିଲେ।
ସେହିପରି ନାରାୟଣପୁର ଗ୍ରାମର ୫୦ ଜଣ ମହିଳା ଦଳକୁ ବିହନ, ସାର ବଣ୍ଟନ କରାଯାଇଥିଲା। ପୂର୍ବରୁ ଏହି ଅଞ୍ଚଳରେ ମାଛ , ପରିବା ଓ କୁକୁଡ଼ା ଚାଷ କରି ବହୁ ପରିବାର ଉପକୃତ ହୋଇଥିବା ସହ ନିଜ ପିଲାଙ୍କୁ ପାଠ ପଢ଼ାଇବାରେ ସଫଳ ମଧ୍ୟ ହୋଇଥିବା କହିଛନ୍ତି ଗ୍ରାମବାସୀ । ପିଏଆଇଟିଡିଏ ପକ୍ଷରୁ ମାଗଣାରେ ବିଭିନ୍ନ ସାମଗ୍ରୀ ଯୋଗାଉଥିବାରୁ ଧନ୍ୟବାଦ ଜଣାଇଛନ୍ତି ଚାଷୀ ଭାଇମାନେ।

0
0
0
s2sdefault