ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନାସ୍ଥିତ ହିଲଟପ୍ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ବାଳିକା ବିଭାଗ ପକ୍ଷରୁ ୨୫ ଜଣ ଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସେବା ଶିବିର ଉଦଯାପନୀ ହୋଇଯାଇଛି।
ଏହି ସ୍ୱତନ୍ତ୍ର ଶିବିରରେ ଛାତ୍ରୀ ମାନେ ଚାରା ରୋପଣ , ଭୋଟର ସଚେତନତା , ସାମ୍ପ୍ରଦାୟିକ ସଦଭାବ , ପିତୃ ମାତୃ ସେବା , କରୋନା ସମ୍ଭଧିତ ସଚେତନତା , ସ୍ୱଚ୍ଛ ଭାରତ ଅଭିଯାନ ମୋହନା ପଞ୍ଚାୟତରେ କରିବା ସହ କଣ୍ଟେଇକୋଳି, ଶିବ ମନ୍ଦିର , ଚର୍ଚ୍ଚ, ବ୍ଲକ ଅଫିସ , ଥାନା , ତହସିଲ , ସିଡିପିଓ ଅଫିସ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ।
ଉଦଯାପନୀ ଉତ୍ସବରେ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଅଧ୍ଯକ୍ଷ ସିମାଞ୍ଚଳ ସାହୁ ସଭାପତି, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବୀର ମୁଖ୍ୟ ଅତିଥି , +୩ ର ରାଜନୀତି ବିଜ୍ଞାନ ଅଧ୍ୟାପକ ଜଗନ୍ନାଥ ପଣ୍ଡା, ଭଗବାନ ବିଷୋୟୀ, ଏସ. ରମେଶ , ଡକ୍ଟର ଅନ୍ତର୍ଯ୍ୟାମୀ ଗୌଡ଼, ମିନକେତନ ମିଶ୍ର , କାମାକ୍ଷା ପ୍ରସାଦ ପଟ୍ଟନାୟକ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବାଳିକା ବିଭାଗର ଯୋଜନା ଅଧିକାରୀ ଅନିଲ କୁମାର ତ୍ରିପାଠୀ ।