ଭୁବନେଶ୍ୱର- ରାଜ୍ୟବାସୀଙ୍କ ପାଂଚ ଦଶନ୍ଧୀର ଦାବୀକୁ ପୂରଣ କରିବା ତଥା ବହୁ ପ୍ରତିକ୍ଷୀତ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ମୋଦି ସରକାରଙ୍କ ନେତୃତ୍ୱରେ ଓଡ଼ିଶାରେ ରେଳ ଯୋଗାଯୋଗ ତଥା ସଂଯୋଗୀକରଣରେ ବିକାଶର କାମ ତ୍ୱରାନ୍ୱିତ ହୋଇଛି । ବହୁ ପ୍ରତିକ୍ଷୀତ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ ସୁନାଖଣି ଓ ସମଲ ଷ୍ଟେସନ ମଧ୍ୟରେ ଥିବା ବାରୁଆଁ ପାହାଡ଼ର ୮୪୦ ମିଟର ଲମ୍ବ ସୁଡ଼ଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ।
୧,୯୨୮ କୋଟି ଖର୍ଚ୍ଚରେ ୧୪୯.୭୮ କିମି ଏହି ରେଳ ଲାଇନ ପ୍ରକଳ୍ପ ଓଡିଶାର ଖଣି ଅଂଚଳରେ ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବ । ରାଉରକେଲା ଓ ତାଳଚେର ମଧ୍ୟରେ ଦୂରତା ହ୍ରାସ ହେବ ଏବଂ ତାଳଚେର ଓ ରାଜ୍ୟର ଅର୍ଥନୀତିକୁ ଗତି ଦେବ । ୧୬.୩୧ କିମିର ସୁନାଖଣି-ସମଲ ଓ ସମଲ-ପରବିଲ୍ ୨ଟି ବ୍ଲକ ସେକ୍ସନ କୁ ୨୦୨୧-୨୨ରେ କାର୍ଯ୍ୟକ୍ଷମ କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି ।
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ରେଳ କାର୍ଯ୍ୟର ବିକାଶକୁ ପ୍ରାଥମିକତା ଦିଆଯାଇଛି । ରାଜ୍ୟବାସୀଙ୍କ ପାଂଚ ଦଶନ୍ଧୀର ଦାବୀକୁ ପୂରଣ କରିବା ଦିଗରେ ସମସ୍ତ ବାଧାବିଘ୍ନକୁ ହଟାଇବା ପାଇଁ ନିରନ୍ତର କାର୍ଯ୍ୟ କରାଯାଉଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।
ରାଜ୍ୟ
ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ କାମ ତ୍ୱରାନ୍ୱିତ ପାଇଁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ- ଧର୍ମେନ୍ଦ୍ର ପ୍ରଧାନ
- Hits: 358