ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ୟାରେଡ଼ ଗ୍ରାଉଣ୍ଡ ଠାରେ ମହାବିଦ୍ୟାଳୟର ଏନ୍ ସି ସି ଉଇଙ୍ଗସ ପକ୍ଷରୁ ଏନ୍ ସି ସି ଦିବସ ପାଳିତ ହୋଇଯାଇଛି ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼ଃ ଭଜମାନ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏନ୍ ସି ସି ପତାକା ଉତ୍ତୋଳନ କରିଥିଲେ । ପରେ "ହମ୍ ସବ୍ ଭାରତୀୟ ହେଁ" ଦେଶାତ୍ମକବୋଧ ସଙ୍ଗୀତ ହୋଇଥିଲା ।
ମୁଖ୍ୟଅତିଥି ପ୍ରଫେସର ଡ଼ଃ ବେହେରା , ଏନ୍ ସି ସି କେଡ଼େଟ୍ ପ୍ୟାରେଡ଼ ଦଳର ପରିଦର୍ଶନ କରିବା ସହ ସମ୍ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ ।
ଉଦବୋଧନ ଦେଇ ସେ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହି ଏନ୍ ସି ସି କେଡ଼େଟ୍ ମାନେ ଦେଶର ଭବିଷ୍ୟତ । ଆପଦ ଓ ବିପଦ ରକ୍ଷା ଓ ଶୁଖଶାନ୍ତି କ୍ଷେତ୍ରରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ତେଣୁ ଶୃଙ୍ଖଳିତ ଆଚରଣ ସହିତ ଦେଶପ୍ରୀତି ଭାବ ଓ ଦେଶର ଐକ୍ୟତା ବଜାୟ ରଖି ଉନ୍ନତି ପଥରେ ଆଗେଇ ଯିବାପାଇଁ ଆହ୍ବାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼ଃ ବୃଷକେତୁ ଦାଶ , ଆର୍ମି ଉଇଙ୍ଗସ ଏନ୍ ସି ସି ସହକାରୀ ଅଧିକାରୀ ଶ୍ରୀ ଜଗନ୍ନାଥ ପଟ୍ଟନାୟକ ଏବଂ ନେଭଲ୍ ଉଇଙ୍ଗସ ଏନ୍ ସି ସି ସହକାରୀ ଅଧିକାରୀ ଶ୍ରୀ ହରିହର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଏନ୍ ସି ସି ପ୍ୟାରେଡ଼ ଦଳରେ ମହାବିଦ୍ୟାଳୟର ବୟଜ କେଡ଼େଟ ଓ ଗାର୍ଲସ କେଡ଼େଟ୍ ମାନେ ଅଂଶଗ୍ରହଣ କରିଥିଲେ ।
ଅନ୍ୟପକ୍ଷରେ ଏହି ମିଳିତ ପ୍ୟାରେଡ଼କୁ ଏନ୍ ସି ସିର ବରିଷ୍ଠ ଅଣ୍ଡର ଅଫିସର ଶ୍ରୀ ତରୁଣ ଚିନ୍ତାଡା ପରିଚାଳନା କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାବିଦ୍ୟାଳୟ ପରିସରରେ ଥିବା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ଉପରେ ମୁଖ୍ୟଅତିଥି ଡ଼ଃ ବେହେରାଙ୍କ ସମେତ ଅନ୍ୟମାନେ ପୁଷ୍ପ ଅର୍ପଣ କରିଥିଲେ ।
ରାଜ୍ୟ
ଏନ୍ ସି ସି: ଦିବସ ପାଳିତ : ଦେଶପ୍ରୀତି ଭାବ ଓ ଐକ୍ୟତା ବଜାୟ ରଖିବା ପାଇଁ ଆହ୍ବାନ
- Hits: 600