ହେଡଲାଇନସ୍:

୮ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଜରିଆରେ ଦାବି ପତ୍ର ପ୍ରଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଏସଇଏମ୍ ଓ ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ମହାସଂଘର ସମସ୍ୟା ସମାଧାନ ପାଇଁ ୮ ଦଫା ଦାବୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୋହନା ତହସିଲଦାର କିଶୋର ଚନ୍ଦ୍ର ଦାଶଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଏସଇଏମ୍ ଓ ଜଳ ଯୋଗାଣ କର୍ମଚାରୀମାନେ ଗତ ୨୫/୯ରୁ ଭୁବନେଶ୍ୱର ପିଏମଜି ଠାରେ ଧାରଣାରେ ବସିଛନ୍ତି। ନିଜ ଦାବି ପୂରଣ ପାଇଁ ଏହାକୁ ଗଜପତି ଜିଲ୍ଲାରେ ମଧ୍ୟ ସମର୍ଥନ କରି ପ୍ରରତ୍ୟେ  ବ୍ଲକରେ ବିଡିଓ, ତହସିଲଦାର , ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସେହିପରି ମୋହନା ବ୍ଲକରେ କାର୍ଯ୍ୟରତ ଥିବା ଜଳ ଯୋଗାଣ କର୍ମଚାରୀମାନେ ୮ ଦଫା ଦାବି  ପ୍ରଦାନ କରିଛନ୍ତି ମୋହନା ତହସିଲଦାର ଶ୍ରୀ ଦାଶଙ୍କୁ । ଦାବି ଗୁଡିକ ମଧ୍ୟରେ ଏସଇଏମ୍ ପଦବୀ ଉଚ୍ଛେଦ କରି ଗ୍ରାମ୍ୟଜଳ ଯୋଗାଣ କର୍ମଚାରୀ ମାନ୍ୟତା ଦିଆଯାଉ , କୁଶଳୀ , ଅର୍ଦ୍ଧ କୁଶଳୀ ଓ ଅଣକୁଶଳୀ ନିୟମକୁ ପାଳନ କରାଯାଉ , ଉଚ୍ଚତମ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟ ଆଦେଶନାମାକୁ ପାଳନ କରି ସମାନ କାମକୁ ସମାନ ପାଉଣା ଦିଆଯାଉ , ଜନ ସାଧାରଣମାନଙ୍କୁ ସେବା ଦେଇ ଆମ୍ଭ ମାନଙ୍କର ବୟସ ସୀମା ଅତିକ୍ରାନ୍ତ କରି ସାରିଥିବାରୁ ଆମ୍ଭଙ୍କୁ ୫ ବର୍ଷ ବୟସ ସୀମା କୋହଳ କରାଯାଉ , ୧୦ ବର୍ଷର ପୂର୍ବ ବକେୟା ରାଶି ପ୍ରଦାନ କରାଯାଉ , କାର୍ଯ୍ୟ କରୁଥିବା ସମୟରେ କର୍ମଚାରୀମାନେ ମୃତ୍ୟୁ ବରଣ କଲେ ୨୦ ଲକ୍ଷ ଟଙ୍କା ଅନୁକମ୍ପା ମୁଳକ ରାଶି ପ୍ରଦାନ , ମୃତ ପରିବାରର ଜଣେ ବ୍ୟକ୍ତିଙ୍କୁ ସେହି ସଂସ୍ଥାରେ ନିଯୁକ୍ତି ଦିଆଯାଉ , ମେଗା ପ୍ରୋଜେକ୍ଟ ଜରିଆରେ ଜଳ ଯୋଗାଣ କର୍ମଚାରୀ ମାନଙ୍କୁ ନିଯୁକ୍ତି ଦେବା ପାଇଁ ୮ଟି ଦାବି ରଖିଛନ୍ତି । ଏହି ଦାବି ଗୁଡିକ ଯଥା ଶୀଘ୍ର ପୂରଣ ନ ହେଲେ ଆଗାମୀ ଦିନରେ ଗ୍ରାମ ଗୁଡିକୁ ପାଣି ବନ୍ଦ କରି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କର୍ମଚାରୀ ମାନେ କହିଛନ୍ତି ।

0
0
0
s2sdefault