ହେଡଲାଇନସ୍:

ବଲାଙ୍ଗିର ବିଜୁ ଜନତା ଦଳର ପୌରାଞ୍ଚଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର : ଆଜି ବିଜୁ ଜନତା ଦଳର ପୌରାଞ୍ଚଳ କର୍ମୀ ସମ୍ମିଳନୀ ସ୍ଥାନୀୟ ମୀନା ଟେଣ୍ଟ ହାଉସ ଠାରେ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ଯ ଅତିଥି ପୁର୍ବତନ ରାଜ୍ଯସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ସମ୍ମାନିତ ଅତିଥି ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଥିବା ବେଳେ ସଭାପତିତ୍ବ କରିଥିଲେ ବିଜେଡିର ବଲାଙ୍ଗିର ଜିଲ୍ଲାର କାର୍ଯ୍ଯକାରୀ ସଭାପତି ଶ୍ରୀଯୁକ୍ତ ଅଶୋକ ମହାନ୍ତି । ବୈଠକ କୁ ସଂଯୋଜନା କରିଥିଲେ ବଲାଙ୍ଗିର ଜିଲ୍ଲାର ଯୁବ ବିଜେଡ଼ିର ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା । ଅର୍କେଷ ନାରାୟଣ ସିଂହଦେଓ ଏବଂ ଶ୍ରୀଯୁକ୍ତ ଅନଙ୍ଗ ଉଦୟ ସିଂହଦେଓ ଅସଲ ଆନୁଗତ୍ୟ ମାନଙ୍କୁ ଚିହ୍ନଟ କରି ଆଗାମୀ ନିର୍ବାଚନ ମାନଙ୍କ ରେ ପ୍ରାର୍ଥୀ ଚୟନ କରାଯିବ । ଏହା ସହିତ ବିଭିନ୍ନ ଦଳରୁ ଆମ ବିଜେଡିରେ ଯୋଗଦାନ କରୁଥିବା ଅନେକ କର୍ମକର୍ତ୍ତା ଙ୍କ ଯୋଗଦାନ କୁ ଦେଖି ଜଣାପଡୁଛି ଯେ ଏଠାରେ ବିରୋଧୀ ତାଙ୍କର ଦଳୀୟ ସଂଗଠନ କୁ ସୁଦୃଢ ନ କରି ନିଜର ପରିବାର ର ବିକାଶ ରେ ବ୍ଯସ୍ତ ଅଛନ୍ତି । ଆମେ କ୍ଷମତା ରହୁ ବା ନରହୁ ବଲାଙ୍ଗିର ଲୋକଙ୍କ ସହିତ ଯୋଡି ହୋଇ ରହିଛୁ ରହିବୁ ବୋଲି ତାଙ୍କର ଅଭିଭାଷଣ ରେ କହିଥିଲେ । ଆଜିର ଏହି ସମ୍ମିଳନୀରେ କଂଗ୍ରେସ ର ପୁରୁଣା ନେତା ଶ୍ରୀ ପବିତ୍ର ନେପାକ ଅନଙ୍ଗ ଉଦୟ ସିଂହଦେଓ ଙ୍କ ଆଦର୍ଶ ଓ ନବୀନ ବାବୁଙ୍କ କାର୍ଯ୍ୟଶୈଳୀ ରେ ଅନୁପ୍ରାଣିତ ହୋଇ ସ୍ୱତଃପ୍ରବୃତ୍ତ ଭାବରେ ବା ଆନୁଷ୍ଠାନିକ ଭାବରେ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ । ଏହି ସମ୍ମିଳନୀରେ ବକ୍ତବ୍ଯ ରଖିଥିଲେ କୁଲମଣୀ ମେହେର , ସମ୍ଭୁ ନାଗ , ମୁନା ଖାନ, ଲିପିଶ୍ରୀ ସାଏ , ଉମା ଶଙ୍କର ସିଂ , ଲକ୍ଷ୍ମଣ କୁମାର ମେହେର , ବାସୁଦେବ ପତି , ଧୃବ ଜୁଏଡ, ଓମକାର ନାୟକ , ଭଗବାନ ବଗର୍ତ୍ତୀ, ସନ୍ତୋଷିନୀ ବେହେରା , ଗୋଲାପ ବାଗ , ଗୁଞ୍ଜ ଖାନ, ସାଗର ସଙ୍ଗମ ସତପଥି , ଦମୟନ୍ତୀ ବାଗ, ଉଦ୍ବୋଧନ ଦେଇଥିବା ବେଳେ ସୁମନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault