ହେଡଲାଇନସ୍:

ସତ୍ୟଭାମାପୁର ନୋଡାଲ ହାଇସ୍କୁଲର ଉନ୍ନତିକରଣ ପାଇଁ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର:ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସତ୍ୟଭାମାପୁର ନୋଡାଲ ହାଇସ୍କୁଲକୁ ରାଜ୍ୟ ସରକାରଙ୍କ ୫-ଟି ଆଭିମୁଖ୍ୟ ତଥା ମୋ ସ୍କୁଲ କାର୍ଯ୍ୟକ୍ରମ ଆଧାରରେ ରୂପାନ୍ତରୀକରଣ କରିବା ଏବଂ ନୂତନ ଭାବେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ସଂଧ୍ୟାରେ ଏକ ବୈଠକ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନଳିନୀ ପ୍ରଭା ଦାଶଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ରୂପାନ୍ତରୀକରଣ ନିିମନ୍ତେ ପୁରାତନ ଛାତ୍ର (ଆଲୁମିନି) ସଂସଦର ସଭାପତି ଶ୍ରୀ ଅକ୍ଷୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ସଦସ୍ୟା, ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯୋଗଦେଇଥିଲେ ।
ବିଦ୍ୟାଳୟର ପରିସରର ଗୋଟିଏ ପାଶ୍ୱର୍ ଖାଲୁଆ ହୋଇଥିବାରୁ ଏବଂ ବର୍ଷାଦିନେ ଅତ୍ୟଧିକ ପାଣି ଜମିରହୁଥିବା ଦୃଷ୍ଟିରୁ ଏହାର ଉଚ୍ଚତା ବୃଦ୍ଧିର ଆବଶ୍ୟକତା, ବିଦ୍ୟାଳୟ ମଧ୍ୟରେ ନୂତନ ସାଇକେଲ ଷ୍ଟାଣ୍ଡ ନିର୍ମାଣ, ଛାତ୍ରଛାତ୍ରୀଙ୍କ ପାଇଁ ଖେଳ ପଡିଆ ଏବଂ ଶ୍ରେଣୀ ଗୃହଗୁଡିକର ଉନ୍ନତିର ଆବଶ୍ୟକତା ରହିଥିବା ପ୍ରସଙ୍ଗରେ ବୈ÷ଠକରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ଏହି ବିଦ୍ୟାଳୟ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଆଧାରରେ ରୂପାନ୍ତରୀକରଣ ପାଇଁ ସରକାରଙ୍କ ବିଚାରାଧିନ ଥିବା ବେଳେ ଏଥିପାଇଁ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ବା ଆଲୁମିନିମାନଙ୍କର ସହଯୋଗର ଆବଶ୍ୟକତା ରହିଛି । ବୈଠକରେ ଯୋଗଦେଇ ସ୍ଲୁଲର ପୁରାତନ ଛାତ୍ର ତଥା ବର୍ତମାନ କାର୍ଯ୍ୟରତ ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ପଠାଣି ରାଉତ କହିଲେ ଯେ, ୫୦ ବର୍ଷରୁ ଉର୍ଧ୍ଵ ଏହି ସ୍କୁଲରୁ ବହୁ ମେଧାବୀ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇ ବିଭିନ୍ନ ସରକାରୀ ପଦପଦବୀରେ ଅବସ୍ଥାପିତ ଅଛନ୍ତି । ଆହୁରି ମଧ୍ୟ ଅନେକ ବେସରକାରୀ ଏବଂ ବ୍ୟବସାୟିକ ସଂସ୍ଥାରେ କାର୍ଯ୍ୟକରି ସମାଜରେ ନିଜର ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିଛନ୍ତି । ବିଦ୍ୟାଳୟର ପୂର୍ବଗୌରବ ବଜାୟ ରଖିବା ଓ ନୂତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ସୁଯୋଗ ଦେବା ନିମନ୍ତେ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ୍, ଆଧୁନିକ ବିଜ୍ଞାନାଗାର ଓ ସ୍କୁଲ ପରିବେଶର ଉନ୍ନତି କଳ୍ପେ ପୁରାତନ ଛାତ୍ରଛାତ୍ରୀ(ଆଲୁମିନି) ତରଫରୁ ଆର୍ଥିକ ସହଯୋଗ କରିବା ପାଇଁ ଆଗେଇ ଆସିବା ଓ ପ୍ରତି ବ୍ୟାଚ୍ ୱାରୀ ବୈଠକ କରି ନିଷ୍ପତି ନେବାକୁ ମତବ୍ୟକ୍ତ କରିଥିଲେ । କୋଭିଡ୍ କଟକଣା କୋହଳ ପରେ ନଭେମ୍ବର ୧୫ ତାରିଖରୁ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ନୂତନ ଭାବେ ଅଧ୍ୟୟନ ପାଇଁ ଆସୁଥିବାରୁ ସେମାନଙ୍କ ପାଇଁ ବିଦ୍ୟାଳୟରେ ଉତମ ପରିବେଶ ସୃଷ୍ଟି ଏବଂ ଆବଶ୍ୟକ କୋଭିଡ୍ କଟକଣା ଅନୁପାଳନ ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଅଭିଭାବକମାନେ ପିଲାମାନଙ୍କ ପ୍ରତି ଯତ୍ନବାନ ହେବାକୁ ବୈଠକରେ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ତଥା ସ୍କୁଲ ଆଲୁମିନି ଶୁଭଶ୍ରୀ ସାମନ୍ତରାୟ ଉପସ୍ଥିତ ଥିଲେ ।

0
0
0
s2sdefault