ହେଡଲାଇନସ୍:

ଇମ୍ଫା କାରଖାନା ତରଫରୁ ରକ୍ତଦାନ ଶିବିର ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ କୁମାର ସାହୁ):ଇମ୍ଫା କରାଖାନାର ୬୦ତମ ପ୍ରତିଷ୍ଠା ଦିବସ ଅବସରରେ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ନିର୍ବାହୀ ସଂସ୍ଥା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ଓ ଇମ୍ଫା କରାଖାନାର ମିଳିତ ସହଭାଗିତାରେ ଗୋପବନ୍ଧୁ ନଗର ସ୍ଥିତ ଇମ୍ଫା କର୍ମଚାରୀ କ୍ଲବ ପରିସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରର ଅଧିକାରୀ ଓ କର୍ମଚାରୀ ମାନେ ପରିଚାଳନା କରିଥିଲେ । ଏହି ଅବସରରେ ଥେରୁବାଲି ଗ୍ରାମ ପଂଚାୟତର ସରପଂଚ ଶ୍ରୀମତି କମଳା ହିକକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଇମ୍ଫା କରାଖାନାର କାର୍ଯ୍ୟନିର୍ବହୀ ଉପସଭାପତି ଶ୍ରୀ କେ. ଭି. ରାଓ ଉକ୍ତ ଶିବିରରେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଇମ୍ଫା କରାଖାନାର ଉପମୁଖ୍ୟ ପ୍ରବନ୍ଧକ ଶ୍ରୀ କଲୋଲ କୁମାର ନାୟକ, ବରିଷ୍ଠ ପ୍ରବନ୍ଧକ (କାର୍ମିକ), ଇମ୍ଫା ଡାକ୍ତରଖାନାର କର୍ମଚାରୀ ମାନେ, ସ୍ଥାନୀୟ ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରୀ ଜଗଦୀଶ ମାହାପାତ୍ର, ଶ୍ରୀ ଅଶୋକ ହିକକା ଓ ପଲ୍ଲୀ ବିକାଶ ସ୍ୱେଛାସେବୀ ସଂସ୍ଥାର ନିର୍ଦେଶକ ଶ୍ରୀ ରାଧାଶ୍ୟାମ ପଣ୍ଡା ପ୍ରମୂଖ ଉପସ୍ଥିତ ରହି ରକ୍ତଦାତା ଓ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଇମ୍ଫା କାରଖାନାର ଲୋକ ସମ୍ପର୍କ ବିଭାଗର ବରିଷ୍ଠ ପ୍ରବନ୍ଧକ ଶ୍ରୀ ଶକ୍ତି ପ୍ରସାଦ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀ ମାନେ ପରିଚାଳନା କରିଥିଲେ । ଏହି ଅବସରରେ ଶ୍ରୀ ନିରଞ୍ଜନ ସାହୁ, ସିଲେଇ ଶିକ୍ଷା କେନ୍ଦ୍ରର ପ୍ରଶିକ୍ଷକ ଶ୍ରୀ କଣ୍ଡୁରୁ ଆପନା ଓ ଶିକ୍ଷାର୍ଥୀ ସୁଶ୍ରୀ ରତ୍ନାଲୁ, ମାଳତୀ, କବିତା, ଇମ୍ଫା ନିରାପତା ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ସ୍ୱେଛାସେବୀ ଭାବେ ସହଯୋଗ କରିଥିଲେ । ଏହି ଶିବିରରେ ଥେରୁବାଲି ଅଂଚଳର ଯୁବକ ଓ ଇମ୍ଫା କାରାଖାନର କର୍ମଚାରୀ ମାନେ ମିଳିତଭାବେ ୫୬ ୟୁନିଟ ରକ୍ତଦାନ କରିଥିଲେ ।

0
0
0
s2sdefault